ନୂଆପଡ଼ାରେ ଉତ୍କଳ ଦିବସକୁ ବିରୋଧ, କଳା ଦିବସ ପାଳିଲା କୋଶଳି ଭାଷା ସାଂସ୍କୃତିକ ପରିଷଦ

By

Published : Apr 1, 2023, 9:47 PM IST

thumbnail

ନୂଆପଡ଼ା: ଉତ୍କଳ ଦିବସକୁ ବିରୋଧ କରି କଳା ଦିବସ ପାଳିଲା କୋଶଳି ଭାଷା ସାଂସ୍କୃତିକ ପରିଷଦ । କୋଶଳ ଯୁବଶକ୍ତି ବରଗଡ଼ ଆହ୍ୱାନ କ୍ରମେ ନୂଆପଡା ଜିଲ୍ଲା ଖଡ଼ିଆଳ କୋଶଳି ଭାଷା ସାଂସ୍କୃତିକ ପରିଷଦ ପକ୍ଷରୁ ଏପ୍ରିଲ ୧ ତାରିଖକୁ କଳା ଦିବସ ଭାବେ ପାଳନ କରାଯାଇଛି । ଖଡ଼ିଆଳ କୋଶଳି ଭାଷା ସାଂକୃତିକ ପରିଷଦର ଶତାଧିକ ଭାଷା ସଂଗ୍ରାମୀ ନେତା ଏକାଠି ହୋଇ କୋଶଳି ଭାଷାକୁ ସମ୍ବିଧାନର ଅଷ୍ଟମ ସୂଚୀରେ ସାମିଲ କରିବା ସହ ସମଗ୍ର ପଶ୍ଚିମ ଓଡ଼ିଶାକୁ ସ୍ୱତନ୍ତ୍ର କୋଶଳି ରାଜ୍ୟ ଗଠନ ଦାବି କରିଛନ୍ତି । ପରିଷଦ ଅଭିଯୋଗ ଅନୁଯାୟୀ, "ରାଜ୍ୟ ସରକାର ପଶ୍ଚିମ ଓଡ଼ିଶା ପ୍ରତି ବୈମାତୃକ ମନୋଭାବ ରଖିଛନ୍ତି । ପୂର୍ବ ଓଡ଼ିଶାରେ ଯେଉଁ ଭଳି ଭାବରେ ଶିକ୍ଷା, ସ୍ୱାସ୍ଥ୍ୟ, ଗମନାଗମନ, ପର୍ଯ୍ୟଟନ ତଥା କୃଷକର ବିକାଶ କରୁଛନ୍ତି ତା ପରିବର୍ତ୍ତେ ପଶ୍ଚିମ ଓଡ଼ିଶା ପ୍ରତି ଅଣଦେଖା କରୁଛନ୍ତି । ଫଳରେ ପଶ୍ଚିମ ଓଡ଼ିଶାବାସୀ ଦୁଃଖ ଯନ୍ତ୍ରଣା ଭୋଗୁଛନ୍ତି । ସାମାନ୍ୟ କାମ ପାଇଁ କଟକ, ଭୁବନେଶ୍ୱରକୁ ଶହଶହ କିଲୋମିଟର ଯିବାକୁ ପଡୁଛି ।" ତେଣୁ ପଶ୍ଚିମ ଓଡ଼ିଶାବାସୀ ସ୍ୱତନ୍ତ୍ର କୋଶଳି ରାଜ୍ୟ ଦାବି କରୁଥିବା କୋଶଳି ଭାଷା ସାଂସ୍କୃତିକ ପରିଷଦ କହିଛି । ସରକାର ଏହି ଦାବି ପ୍ରତି ଗୁରୁତ୍ୱ ନଦେଲେ ଆଗାମୀ ଦିନରେ ପଶ୍ଚିମ ଓଡ଼ିଶାବ୍ୟାପୀ ବଳିଦାନ ଦିବସ ପାଳନ କରି ସରକାରୀ କଳ ଓ ବଳକୁ ଅଚଳ କରାଯିବ ବୋଲି ବିକ୍ଷୋଭକାରୀ ଚେତାବନୀ ଦେଇଛନ୍ତି । 

ଇଟିଭି ଭାରତ, ନୂଆପଡ଼ା

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.