ମାନସିକ ପୂରଣ ପାଇଁ ୩୨୨ କିମି ଚାଲିଲେ ମାନସିକଧାରୀ - ଢେଙ୍କାନାଳ
🎬 Watch Now: Feature Video
Published : Aug 26, 2023, 10:56 PM IST
ଢେଙ୍କାନାଳ: ମାନସିକ ପୂରଣ ପାଇଁ ଶ୍ରଦ୍ଧାଳୁଙ୍କ ନିଆରା ପ୍ରୟାସ ।ଜଣେ ବ୍ୟକ୍ତି ନିଜର ମାନସୀକ ପୂରଣ ପାଇଁ କୋଲକାତାରୁ ୩୨୨ କିମି ପାଦରେ ଚାଲି ଚାଲି ଆଜି ଓଡିଶାରେ ପହଞ୍ଚିଛନ୍ତି ।ସେ ଚଳିତ ବର୍ଷ ଶ୍ରାବଣ ମାସରେ କଲିକତାର ଗଙ୍ଗା ନଦୀରୁ ଜଳ ଆଣି ଭୁବନରେ ଏକ ଶୈବ ପିଠରେ ଜଳ ଲାଗି କରିଛନ୍ତି । ଦୁଇ ବର୍ଷ ତଳେ ପ୍ରଥମ ଥର କଲିକତାର ଗଙ୍ଗା ନଦୀରୁ ଜଳ ଆଣି ଚାଲିଚାଲି ଆସି ଯାଜପୁର କଳିଙ୍ଗନଗର ଡୁବୁରୀ ଛକ ନିକଟରେ ଦୁର୍ଘଟଣାର ଶୀକାର ହୋଇଥିଲେ ।ଏହା ପରେ ଶିବଙ୍କ ପାଖରେ ଜଳଲାଗି କରିପାରି ନଥିଲେ କିନ୍ତୁ ମନରେ ଭକ୍ତି ଓ ଇଛାଶକ୍ତି ତାଙ୍କୁ ଅଟକାଇ ପାରିନଥିଲା ।
ଢେଙ୍କାନାଳ ଜିଲ୍ଲା ଭୁବନ ବିଜ୍ଞାପିତ ଅଞ୍ଚଳ ପରିଷଦ ଓ୍ବାର୍ଡ-୪ର ବାସିନ୍ଦା କୁମାର ଦେବେସ ।ନିଜର ମାନସିକ ପୂରଣ ପାଇଁ ଭୁବନର ପ୍ରସିଦ୍ଧ ବାବା ବୁଦ୍ଧେଶ୍ବରଙ୍କୁ ଗଙ୍ଗା ଜଳରେ ଜଳଲାଗି କରିବାର ଦୃଢ ଇଛା ଶକ୍ତି ତାଙ୍କୁ ସଫଳ କରିଛି ।କଲିକତାରୁ ଭୁବନ ୩୨୨ କି.ମି ଚାଲିଚାଲି ଆଠ ଦିନରେ ପହଞ୍ଚିଥିଲେ କୁମାର ଦେବେସ । ଶ୍ରାବଣର ଶେଷ ସୋମବାରରେ ବାବା ବୁଦ୍ଧେଶ୍ବରଙ୍କୁ ଜଳାଭିଶେକ କରି ନିଜର ମାନସିକ ପୂରଣ କରିବେ କୁମାର ଦେବେସ ।
ଇଟିଭି ଭାରତ,ଢେଙ୍କାନାଳ