ଉନ୍ମୋଚିତ ହେଲା ମାଆ ବୁଢୀ ଠାକୁରାଣୀଙ୍କ ଦୋଳି ରଥ

🎬 Watch Now: Feature Video

thumbnail

ବ୍ରହ୍ମପୁର: ଘଣ୍ଟଘଣ୍ଟା ଶଙ୍ଖନାଦରେ ଦୁଲୁକି ଉଠୁଛି ବ୍ରହ୍ମପୁର। ଭକ୍ତଙ୍କ ଗହଣରେ ଜମୁଛି ମାଆ ବୁଢୀ ଠାକୁରାଣୀଙ୍କ ଯାତ୍ରା। ବୁଢୀ ଠାକୁରାଣୀ ଯାତ୍ରାରେ ଘଟ ପରିକ୍ରମା ସମୟରେ ବିଭିନ୍ନ ସାହିରେ ଉନ୍ମୋଚିତ ହୋଇଥାଏ ବିଭିନ୍ନ ରଥ ଓ କଳାକୁଞ୍ଜ । ଘଟ ପରିକ୍ରମା ସମୟରେ ମାଆଙ୍କ ଅନ୍ୟତମ ପ୍ରିୟର ରଥ  ଦୋଳି ରଥକୁ ଉନ୍ମୋଚିତ କରାଯାଇଛି ।  ସାନ୍ତାରାଣୀ ସାହିରେ ଦୋଳି ରଥକୁ ମାଆଙ୍କ ଉପସ୍ଥିତିରେ ଉନ୍ମୋଚିତ କରାଯାଇଥିଲା ।   ଏଥିସହିତ ମାଁ ଙ୍କ ଘଟକୁ ମଧ୍ୟ ଦୋଳି ରଥ ସାହି ବାସିନ୍ଦା ଏବଂ କମିଟିର କର୍ମକର୍ତ୍ତା ମାନେ ମାଁ ଙଅକ ଘଟକୁ ମଧ୍ୟ ଏଠାରେ ପୂଜାର୍ଚ୍ଚନା କରାଯିବା ସହିତ ରଥାରୁଢ ଦେବାଦେବୀଙ୍କର ମଧ୍ୟ ସ୍ୱତନ୍ତ୍ର ପୂଜାର୍ଚ୍ଚନା ମଧ୍ୟ କରାଯାଇଥିଲା । ମୁଖ୍ୟତଃ ମାଁ ଙ୍କ ଯାତ୍ରା ସମୟରେ ରହିଥିବା ଏହି ଦୋଳି ରଥରେ ଶିଶୁ ମାନେ ବସି ବୁଲିବାର ପରମ୍ପରା ରହିଆସିଛି । ଚଳିତବର୍ଷ ପ୍ରଥମେ ବିଞ୍ଚଣା ରଥ ଏବଂ ପରେ ଦୋଳି ରଥ ଉନ୍ମୋଚିତ ହୋଇଥିବା ଦେଖିବାକୁ ମିଳିଛି । ପ୍ରତି ଦୁଇ ବର୍ଷକୁ ଥରେ ବ୍ରହ୍ମପୁରରେ ପ୍ରସିଦ୍ଧ ମାଆ ବୁଢୀ ଠାକୁରାଣୀ ଯାତ୍ରା ଆୟୋଜିତ ହେଉଥାଏ।  

ଇଟିଭି ଭାରତ, ବ୍ରହ୍ମପୁର

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.