WATCH VIDEO: ବରମାଳା ସମୟର ଭିଡିଓ ସେୟାର କଲେ ସିଡକିଆରା

By

Published : Feb 10, 2023, 5:30 PM IST

Updated : Feb 14, 2023, 11:34 AM IST

thumbnail

ଜୟପୁର: ବଲିଉଡ କପଲ୍‌ କିଆରା ଆଡଭାନୀ ଓ ସିଦ୍ଧାର୍ଥ ମଲହୋତ୍ରା ସୋସିଆଲ ମିଡିଆରେ ନିଜ ବିବାହ ସମୟର ଭିଡିଓ ସେୟାର କରିଛନ୍ତି । ଏହି ଭିଡିଓ ବରମାଳା ସମୟର । ଯେଉଁଥିରେ କିଆରା ବିବାହ ମଣ୍ଡପକୁ ଆସୁଥିବା ବେଳେ ସିଦ୍ଧାର୍ଥ ତାଙ୍କ ପାଇଁ ଅପେକ୍ଷା କରିଛନ୍ତି । ଉଭୟ ଏହି ପ୍ରେମଭରା ଭିଡିଓ ସେୟାର କରି ନିଜ ବିବାହ ତାରିଖ (୦୭.୦୨.୨୦୨୩) କ୍ୟାପସନରେ ଲେଖିଛନ୍ତି । ଏହି ଭିଡିଓଟି ଖୁବ ସୁନ୍ଦର ହୋଇଥିବା ବେଳେ ଫ୍ୟାନ୍ସମାନେ ମଧ୍ୟ ଏହାକୁ ବେଶ ପସନ୍ଦ କରିଛନ୍ତି ।  

ବିବାହ ବେଳର କିଛି ଫଟୋ ପୂର୍ବରୁ ସେୟାର କରିଥିବା ବେଳେ ଶୁକ୍ରବାର ଉଭୟ ଏକ ଭିଡିଓ ସେୟାର କରିଛନ୍ତି । ଉଭୟ ସୋସିଆଲ ମିଡିଆ ପ୍ଲାଟଫର୍ମ ଇନଷ୍ଟାଗ୍ରାମରେ ଏହି ଭିଡିଓକୁ ସେୟାର କରିଛନ୍ତି । କିଆରାଙ୍କ ବ୍ରାଇଡାଲ ଏଣ୍ଟ୍ରିରୁ ଭିଡିଓ ଆରମ୍ଭ ହୋଇଥିବା ବେଳେ ବିବାହ ମଣ୍ଡପରେ ସିଡ୍‌ ତାଙ୍କୁ ଅପେକ୍ଷା କରିଛନ୍ତି । ଭିଡିଓରେ ଦେଖିବାକୁ ମିଳିଛି ଯେ ସିଦ୍ଧାର୍ଥ କିଆରାଙ୍କ ଲାଗି ବହୁ ସମୟରୁ ଅପେକ୍ଷା କରିଥିବା ଆକ୍ସନ ମାଧ୍ୟମରେ କହୁଥିବା ବେଳେ କିଆରା ଡାନ୍ସ କରି ସିଦ୍ଧାର୍ଥଙ୍କ ନିକଟକୁ ଯାଉଛନ୍ତି । ଏହାପରେ ଉଭୟ ପରସ୍ପରକୁ ବରମାଳା ପିନ୍ଧାଇଥିବା ଦେଖିବାକୁ ମିଳିଛି ।  

ଏହା ବି ପଢନ୍ତୁ- SidKiara Wedding: ସାମ୍ନାକୁ ଆସିଲା ବିବାହ ସମୟର ପ୍ରେମଭରା ଫଟୋ, ଫ୍ୟାନ୍ସଙ୍କ ହାର୍ଟ ବର୍ଷା

ଏହି ଭିଡିଓରେ ଉଭୟଙ୍କ ଅଭିନୀତ ଫିଲ୍ମ 'ଶେରଶାହ'ର ଲୋକପ୍ରିୟ ଗୀତ ରାଞ୍ଝା ପ୍ଲେ ହେଉଛି । ଏହି ଗୀତକୁ ପରିବର୍ତ୍ତନ ମଧ୍ୟ କରାଯାଇଛି । ଫିଲ୍ମରେ ସିଦ୍ଧାର୍ଥଙ୍କ ଅଭିନୀତ ଚରିତ୍ରର ମୃତ୍ୟୁ ଘଟିଥିଲା, ହେଲେ ରିଅଲ ଲାଇଫରେ ଉଭୟ ବିବାହ କରିଛନ୍ତି । ଫିଲ୍ମର ରିଅଲ ଗୀତ ହେଉଛି ' ୱେ ମେରା ଡୋଲା ନି ଆୟା ଡୋଲା' ହେଲେ ଏଥିରେ ରହିଛି ' ମେରା ଡୋଲା ୱେ ଆୟା ଡୋଲା ' । ଏହି କପଲ ଫେମସ ଡିଜାଇନର ମନୀଷ ମଲହୋତ୍ରାଙ୍କ ଡିଜାଇନ ହୋଇଥିବା ବିବାହ ଡ୍ରେସ ପିନ୍ଧିଛନ୍ତି । ସୂଚନା ଥାଉ କି ଗତ ୭ ତାରିଖରେ  ଉଭୟ ବିବାହ ବନ୍ଧନରେ ଆବଦ୍ଧ ହୋଇଥିଲେ । 

ଏହି ବିବାହ ଉତ୍ସବରେ ବଲିଉଡର ଲୋକପ୍ରିୟ ନିର୍ଦ୍ଦେଶକ କରନ ଜୋହର, ଫ୍ୟାଶନ ଡିଜାଇନର ମନୀଷ ମଲହୋତ୍ରା ଓ ଅଭିନେତା ଶାହିଦ କପୁର, ଅଭିନେତ୍ରୀ ଜୁହି ଚାୱଲା, ମୀରା ରାଜପୁତ କପୁର ସିଦ୍ଧାର୍ଥ-କିଆରାଙ୍କ ବିବାହ ଉତ୍ସବରେ ସାମିଲ ହୋଇଥିଲେ । ଏହି ଲୋକପ୍ରିୟ ଯୋଡ଼ି ଏକ ବ୍ୟକ୍ତିଗତ ଭାବେ ବିବାହ କରିବାକୁ ଚାହୁଁଥିବାରୁ 'ନୋ ମୋବାଇଲ ଫୋନ ପଲିସି'ର ମଧ୍ୟ ଘୋଷଣା କରିଥିଲେ । ଯାହାଦ୍ବାରା ତାଙ୍କ ବିବାହ ଫଟୋ ଓ ଭିଡିଓ ସୋସିଆଲ ମିଡିଆରେ ଲିକ୍‌ ହେବ ନାହିଁ । ବିବାହ ପରେ ବିଳମ୍ବିତ ରାତିରେ ଉଭୟ ଫଟୋ ସେୟାର କରିଥିଲେ । 

Last Updated : Feb 14, 2023, 11:34 AM IST

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.