ଶେଷ ହେଲା ଖୁଦୁରୁକୁଣୀ ଓଷା, ପୁଣି ଅପେକ୍ଷା ଆର ବର୍ଷକୁ - ଶେଷ ହେଲା ଖୁଦୁରୁକୁଣୀ ଓଷା

🎬 Watch Now: Feature Video

thumbnail

By ETV Bharat Odisha Team

Published : Sep 25, 2023, 8:48 AM IST

ଭୁବନେଶ୍ବର: ସାଧବ ପରମ୍ପରାକୁ ନେଇ ଭାଇଙ୍କ ଶୁଭ ମନାସୀ ଭାଦ୍ରବ ମାସରେ ମାଆ ମଙ୍ଗଳାଙ୍କୁ ପୂଜା କରଥାନ୍ତି ଉଭଣୀ । ଭାଇ ପାଇଁ ଭଉଣୀ କରିଥାଏ ଖୁଦୁରୁକୁଣୀ ଓଷା । ଚଳିତ ଥର 4 ପାଳିରେ ମାଆ ମଙ୍ଗଳାଙ୍କୁ ପୂଜିବା ପରେ ଶେଷ ହୋଇଛି ଖୁଦୁରୁକୁଣୀ ବ୍ରତ । ରବିବାର ଶେଷ ପାଳି ଥିବାରୁ ଓଷା କୋଠିରେ ପୂଜାର୍ଚ୍ଚନା କରିବା ସହ ବ୍ରତ ଭାଙ୍ଗି ମାଆଙ୍କୁ ମେଲାଣୀ ଦିଆୟାଇଛି । ଭୁବନେଶ୍ବରେ ବିଭିନ୍ନ ସ୍ଥାନରେ ଯୁବତୀ ମାନେ ଖୁଦୁରୁକୁଣୀ ଓଷାରେ ମାଆ ମଙ୍ଗଳାଙ୍କୁ ପୂଜାର୍ଚ୍ଚନା କରିଥିଲେ ଯୁବତୀ ମାନେ ।  

ଏହା ମଧ୍ୟ ପଢନ୍ତୁ- ଜଗତସିଂହପୁରରେ ଶେଷ ହେଲା ଖୁଦୁରୁକୁଣୀ ଭସାଣ ଉତ୍ସବ

ଏହି ଓଷା ଆମ ଓଡ଼ିଆ ସାଧବଙ୍କ କାହାଣୀ ବଖାଣେ । ଏଥିରେ ଖୁଦୁରୁକୁଣୀଙ୍କର ପୂଜାର୍ଚ୍ଚନା କରି ପୂଜା ଓ ବନ୍ଦାପନା କରାଯାଇ ତଅପୋଇଙ୍କ ସ୍ମୃତିଚାରଣ କରାଯାଇଥାଏ । ଯାହା ଭାଦ୍ରବ ମାସର ରବିବାର ଦିନ ପଡ଼ିଥାଏ । ଓଡ଼ିଶାରେ ସାଧବ ପୁଅମାନେ ସୁଦୂର ଅତୀତରେ ଦେଶବିଦେଶକୁ ବଣିଜ କରିବା ନିମନ୍ତେ ଯାଉଥିଲେ । ବଣିଜକୁ ଚାଲିଯିବା ପରେ କିଭଳି ସାତ ସାଧବ ଭାଇଙ୍କ ଅଲିଅଳି ଭଉଣୀ ତଅପୋଇକୁ ଭାଉଜମାନେ ଯାତନା ଦେବା ଓ ପର ମୂହୁର୍ତ୍ତରେ ଖୁଦୁରୁକୁଣୀଙ୍କୁ ପୂଜି ସେଥିରୁ ମୁକ୍ତି ପାଇବା ସହ ବଣିଜ କରିବାକୁ ଯାଇଥିବା ଭାଇମାନଙ୍କୁ ପାଇଥିଲେ ତାହା ଜାଣିବାକୁ ମିଳିଥାଏ । ଓଡ଼ିଆ ସାଧବଙ୍କ ଏହି ଗାଥା ଓ ଭଉଣୀର ବିଶ୍ୱାସକୁ ନେଇ ଏହି ଓଷାର ଆରମ୍ଭ । ତେଣୁ ଝିଅମାନେ ଭାଇମାନଙ୍କର ମଙ୍ଗଳ ମନାସୀ ଏହି ଓଷା ପାଳିଥାଆନ୍ତି ।  

ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

...view details

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.