ଖୁଦୁରୁକୁଣୀ ଓଷା: ଉତ୍ସବ ମୁଖର ଜଗତସିଂହପୁର ଜିଲ୍ଲା - ଜଗତସିଂହପୁର ଖୁଦୁରୁକୁଣୀ ପୂଜା

🎬 Watch Now: Feature Video

thumbnail

By ETV Bharat Odisha Team

Published : Sep 28, 2023, 6:37 AM IST

ଜଗତସିଂହପୁର:  ଭାଦ୍ରବ ମାସର ଆରମ୍ଭରୁ କୁମାରୀମାନେ 4 ରବିବାର ମା' ମଙ୍ଗଳାଙ୍କୁ ପୂଜା ଆରାଧନା କରିଥାନ୍ତି । ଏହାକୁ ନେଇ ଜଗତସିଂହପୁର ଜିଲ୍ଲା ସଦର ବ୍ଲକ ଅନ୍ତର୍ଗତ ମଧୁସୂଦନପୁର ଶାସନ, କେନ୍ଦାଳ ଠାରେ ଜିଲ୍ଲାର ପ୍ରସିଦ୍ଧ ଖୁଦୁରୁକୁଣୀ ପୂଜା ଅନୁଷ୍ଠିତ ହେଇଛି । ଏଠାରେ ଚାରିପାଳି ଓଷା ଶେଷ ହେବାପରେ ମଧ୍ୟ ପୂଜା ମଣ୍ଡପରେ ମୁଣ୍ମୟୀ ମୃର୍ତ୍ତିଙ୍କୁ ବୈଦିକ ରୀତିରେ ପୂଜାର୍ଚ୍ଚନା କରିବାର ବିଧି ରହିଛି । ସୁଦୃଶ୍ୟ ତୋରଣ ସାଙ୍ଗକୁ ଆଲୋକ ମାଳାରେ ସାଜିତ କରାଯାଇ ମା'ଙ୍କୁ ଆବାହନ କରାଯାଇଛି ।

ଏଠାରେ 20ଟି ସାହିରେ 20ଟି ମେଢ଼ ପ୍ରସ୍ତୁତ କରାଯାଇ ପୂଜାର୍ଚ୍ଚନା କରାଯାଇଥାଏ । ଭାଦ୍ରବ ଶେଷ ରବିବାର ରେ ମା' ଙ୍କୁ ଆବାହନ କରାଯିବାର ବିଧି ରହିଥିବା ବେଳେ ଷୋଡ଼ଶ ଉପଚାର ପୂଜା,ଚଣ୍ଡୀ ପାଠ, ହୋମଯଜ୍ଞ, ଆଦି ତିନିଦିନ ଅନୁଷ୍ଠିତ ହୋଇ ଥାଏ । ସେହିପରି ମଙ୍ଗଳବାର ନିଶାର୍ଦ୍ଧାରେ ସମସ୍ତ ପୂଜା ମଣ୍ଡପରୁ  କାଳୀ ବେଶରେ ସଜ୍ଜିତ ହୋଇ ବେଶଧାରୀମାନେ ନୃତ୍ୟ ପରିବେଷଣ କରିଥାନ୍ତି। ଘଣ୍ଟ ଢୋଲର ତାଳେତାଳେ କାଳିକା ବେଶଧାରୀମାନେ ସମସ୍ତ ପୂଜା ମଣ୍ଡପକୁ ବିଜେକରି ନୃତ୍ୟ ପରିବେଷଣ କରିଥିଲେ । ଯାହାକୁ ଦେଖିବା ପାଇଁ ଜିଲ୍ଲା ଓ ଜିଲ୍ଲା ବାହାରୁ ମଧ୍ୟ ଦର୍ଶକଙ୍କ ଭିଡ଼ ଜମିଥିଲା । 

ଏହା ମଧ୍ୟ ପଢ଼ନ୍ତୁ...ଶେଷ ହେଲା ଖୁଦୁରୁକୁଣୀ ଓଷା, ଭାଇର ମଙ୍ଗଳ କାମନା କରି ଭଉଣୀ ରଖିଥିଲା ବ୍ରତ

ତେବେ ତିନିଦିନ ଧରି ଚାଲିଥିବା ଏହି ମହୋତ୍ସବକୁ ନେଇ ଜଗତସିଂହପୁର ଉପକଣ୍ଠ ବେଶ ଚଳଚଞ୍ଚଳ ହୋଇ ଉଠିଛି। ପ୍ରତ୍ୟେକ ଦିନ ହଜାର ହଜାର ଲୋକେ ପୂଜା ମଣ୍ଡପରେ ମା, ମଙ୍ଗଳାଙ୍କୁ ଦର୍ଶନ କରି ମେଳା ବୁଲୁଥିବା ଦେଖିବାକୁ ମିଳିଛି । ଏହି ପୂଜା ଅବସରରେ ଅସ୍ଥାୟୀ ଦୋକାନ ବଜାର ଖୋଲିବା ସହିତ ମେଳାବୁଲି ଚଟପଟା ଖାଦ୍ୟର ମଜା ନେଉଛନ୍ତି ଲୋକେ । ବୁଧବାର ଦିନ ବିଳମ୍ବିତ ରାତ୍ରରେ 20ଟି ମେଢ଼କୁ ଗ୍ରାମ ପରିକ୍ରମା କରାଯାଇ ଅସ୍ଥାୟୀ ଜଳାଶୟରେ ବିସର୍ଜନ କରାଯିବାର ବ୍ୟବସ୍ଥା କରାଯାଇଛି । ଶାନ୍ତି ଶୃଙ୍ଖଳା ରକ୍ଷା କରିବା ପାଇଁ ଜଗତସିଂହପୁର ପୋଲିସ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି । ଉତ୍ସବ ପାଇଁ 20 ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ ସାଙ୍ଗକୁ ଅପରାଧ ରୋକିବା ପାଇଁ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରି ଦିଆଯାଇଛି ।

ଇଟିଭି ଭାରତ, ଜଗତସିଂହପୁର

ABOUT THE AUTHOR

...view details

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.