ଶିକ୍ଷା ବ୍ୟବସ୍ଥାରେ ସୁଧାର ଆଣନ୍ତୁ ନଚେତ ଗାଦି ଛାଡନ୍ତୁ ମୁଖ୍ୟମନ୍ତ୍ରୀ: ଏଭିବିପି - ଓଡିଶାରେ ବିପର୍ଯ୍ୟସ୍ତ ଶିକ୍ଷା ବ୍ୟବସ୍ଥା

🎬 Watch Now: Feature Video

thumbnail

By

Published : Apr 27, 2023, 8:25 PM IST

କେନ୍ଦୁଝର: ଓଡ଼ିଶାର ବିପର୍ଯ୍ୟସ୍ତ ଶିକ୍ଷା, ସୁରକ୍ଷା, ଆଇନ ଶୃଙ୍ଖଳାକୁ ବିରୋଧ କରି ବିକ୍ଷୋଭ ପ୍ରଦର୍ଶନ କରିଛି ଏଭିବିପି । ଓଡ଼ିଶାର ଆଇନ ଶୃଙ୍ଖଳା ପରିସ୍ଥିତି ସମ୍ପୂର୍ଣ୍ଣ ଭାବେ ଭୁଶୁଡ଼ିଲା ଭଳିହେଇ ସାରିଲାଣି ଓ ଶିକ୍ଷା ବ୍ୟବସ୍ଥାରେ ବି ବିଭିନ୍ନ ବ୍ୟତିକ୍ରମ ଦେଖା ଦେଇଥିବା ଆଭିଯୋଗ କରିଛି ସଂଘ । ଏହାକୁ ନେଇ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେଇଥିଲା ଏବିଭିପିି । ଏବିଭିପି  ସଂଯୋଜକ କହିଛନ୍ତି, "ଶିକ୍ଷା ବ୍ୟବସ୍ଥାରେ ବିଭିନ୍ନ ବ୍ୟତିକ୍ରମ ଦେଖା ଦେଲାଣି । OSSC ପରୀକ୍ଷାରେ ପ୍ରଶ୍ନପତ୍ର ମୁଦ୍ରଣ ତ୍ରୁଟି ଏବଂ ପରୀକ୍ଷା ବାତିଲ କରିବା ଛାତ୍ରଛାତ୍ରୀଙ୍କ ଉପରେ ବେଶ ପ୍ରଭାବ ପକାଇଛି । ମାଟ୍ରିକ୍ ପରୀକ୍ଷାରେ ୧୫ହଜାରରୁ ଊର୍ଦ୍ଧ୍ବ ପିଲା ପରୀକ୍ଷା ନଦେବା ରାଜ୍ୟ ସରକାରଙ୍କ ବିଫଳତାକୁ ନେଇ ସଙ୍କେତ ଦେଉଛି । ରାଜ୍ୟରେ ଶତାଧିକ ଅଧ୍ୟାପକ ପଦବୀ ଖାଲି ରାଜ୍ୟର ବିପର୍ଯ୍ୟସ୍ତ ଶିକ୍ଷା ସ୍ଥିତିକୁ ଦର୍ଶାଉଛି । ଏହି ସବୁ ବିଷୟକୁ ନିଜେ ମୁଖ୍ୟମନ୍ତ୍ରୀ ଧ୍ୟାନ ଦେଇ ସମାଧାନ କରନ୍ତୁ ନହଲେ ଗାଦି ଛାଡି ଦିଅନ୍ତୁ । ନହେଲେ ଆଗାମୀ ଦିନରେ ସରକାରଙ୍କ ବିରୋଧରେ ରାଜ୍ୟର ବିଭିନ୍ନ ସ୍ଥାନରେ ଆନ୍ଦୋଳନ କରାଯିବ ବୋଲି ଚେତାବନୀ ଦେଇଛି ସଂଘ ।

ଇଟିଭି ଭାରତ, କେନ୍ଦୁଝର

ABOUT THE AUTHOR

author-img

...view details

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.