ପରଟାରେ ମହାପ୍ରଭୁ ଜଗନ୍ନାଥଙ୍କ ଚକା ଆଖି, ଭକ୍ତିମୟ ଫୋରଡ଼ ଗାଁ - ପରଟାରେ ମହାପ୍ରଭୁ
🎬 Watch Now: Feature Video
![ETV Thumbnail thumbnail](https://etvbharatimages.akamaized.net/etvbharat/prod-images/14-12-2023/640-480-20268572-thumbnail-16x9-paratha.jpg)
![ETV Bharat Odisha Team](https://etvbharatimages.akamaized.net/etvbharat/prod-images/authors/odisha-1716536003.jpeg)
Published : Dec 14, 2023, 9:07 PM IST
କେନ୍ଦ୍ରାପଡ଼ା: ପରଟାରେ ଦର୍ଶନ ଦେଲେ ମହାପ୍ରଭୁ ଶ୍ରୀଜଗନ୍ନାଥ । ଭାବ ଵିନୋଦିଆ କାଳିଆ ଠାକୁରଙ୍କ ଚକା ଆଖି ପରଟାରେ ଦିଶୁଛି । ଭାବରେ ବିହ୍ଵଳ ହୋଇ ପଡୋଶୀ ନାମ ସଂକୀର୍ତ୍ତନ କରୁଥିବା ବେଳେ ପରଟା ତିଆରି କରିଥିବା ଯୁବତୀ ଜଣଙ୍କ କାଳିଆ ପ୍ରେମରେ ଗୀତ ଗାଇ ଜଣାଇଛନ୍ତି । ପରଟା ତିଆରି କରିଥିବା ଯୁବତୀ ଜଣକ କହିଛନ୍ତି, "ଭଗବାନଙ୍କ କୃପାରୁ ଏମିତି ଅନେକ ଚମତ୍କାର ଘଟଣା ମୋ ସହିତ ଅନେକଥର ଘଟିଛି । ଆଜି ଗୁରୁବାର ଓଷା ବୋଲି ଗତକାଲି ଘରେ ଆମେ ଝୋଟି ଚିତା ପକାଇବା କାମ ସାରି ବିଳମ୍ବରେ ମୁଁ ମୋ ବଡ଼ ଭଉଣୀ ରାତ୍ର ଭୋଜନ ପ୍ରସ୍ତୁତ କରିଥିଲୁ । ତାପରେ ଯେତେବେଳେ ମୁଁ ଭାଇଙ୍କୁ ଖାଦ୍ୟ ପରସିବା ପାଇଁ ଯାଏ ସେହି ସମୟରେ ପରଟାରେ ଜଗନ୍ନାଥଙ୍କ ରୂପ ଦେଖିବାକୁ ପାଇଲି । ସେଇ ଚକା ଚକା ଆଖି, ରାମନାମ ଚିତା । ସତେ ଯେପରି ମହାପ୍ରଭୁ ମୋ ଘରକୁ ଆସିଛନ୍ତି । ମୁଁ ମୋ ବଡ଼ ଭଉଣୀକୁ ଡାକି ଦେଖାଇଲି ସେ ଦେଖି ମହାପ୍ରଭୁଙ୍କୁ ଭାବବିହ୍ଵଳ ହୋଇଯାଇଥିଲା । ମାତ୍ର କେଇ ଘଣ୍ଟା ପରେ ମା ଲକ୍ଷ୍ମୀ ସାଆନ୍ତାଣି ବଡ଼ ଦେଉଳରୁ ବାହାରି ଭକ୍ତଙ୍କ ଘରକୁ ଆସିଥାନ୍ତେ । ହେଲେ ମା' ଲକ୍ଷ୍ମୀଙ୍କ ଆଗମନ ପୂର୍ବରୁ ବାପା ଆସିଛନ୍ତି କେନ୍ଦ୍ରାପଡା ବ୍ଲକ ଫୋରଡ଼ ଗାଁ ସ୍ଥିତ ବାସ ଭବନକୁ ।" ଏହି ଖବର ପ୍ରଚାରିତ ହେବା ପରେ ଗତକାଲି ରାତିଠାରୁ ଆଜି ପର୍ଯ୍ୟନ୍ତ ଗାଁ ପଡା ପଡୋଶୀ ଆସି ମହାପ୍ରଭୁଙ୍କୁ ଦର୍ଶନ ପାଇଁ ଫୋରଡ଼ ଗାଁର ସୌଦାମିନୀ ଜେନାଙ୍କ ଘରକୁ ଆସିଛନ୍ତି ।
ଏହା ବି ପଢନ୍ତୁ- ପରଟାରେ ଦର୍ଶନ ଦେଲେ ଜଗନ୍ନାଥ ! ପୂଜାର୍ଚ୍ଚନା କଲେ ଲୋକେ
ଇଟିଭି ଭାରତ, କେନ୍ଦ୍ରାପଡ଼ା