thumbnail

By

Published : Mar 10, 2023, 7:38 AM IST

ETV Bharat / Videos

୩ ବର୍ଷର ଝିଅ ମୁହଁରେ ରାମାୟଣ ଜ୍ଞାନ, ସୋସିଆଲ ମିଡିଆରେ ବାଃ ବାଃ

କେନ୍ଦ୍ରାପଡା: ତିନି ବର୍ଷର ଭୂମି ମୁହଁରେ ରାମାୟଣ କଥା । ରାମାୟଣ ସମ୍ପର୍କିତ ପ୍ରତ୍ୟେକ ପ୍ରଶ୍ନର ଚଟାପଟ ଉତ୍ତର ଦେଉଛି କୁନି ଝିଅ । ମର୍ଯ୍ୟାଦା ପୁରୁଷୋତ୍ତମ ରାମଚନ୍ଦ୍ରଙ୍କ ଆଦ୍ୟ ଜୀବନ ଠାରୁ ଆରମ୍ଭ କରି ବିବାହ, ବନବାସ, ସୀତା ହରଣ ଓ ସିଂହାସନ ପ୍ରାପ୍ତି ସହ ରାବଣର ଜୀବନୀ, ଭରତ ଏବଂ ଶତ୍ରୁଘ୍ନଙ୍କ ପତ୍ନୀ ସମ୍ପର୍କରେ ଯାହା ପଚାରିଲେ ନିର୍ଭୁଲ ଉତ୍ତର ମିଳୁଛି । ଏହାର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । କେନ୍ଦ୍ରପଡା ଜିଲ୍ଲା ପଟ୍ଟାମୁଣ୍ଡାଇ ବଳଭଦ୍ରପୁର ଗାଁର ସରୋଜ କାନ୍ତ ବିଶ୍ୱାଳ ଓ ରଶ୍ମୀରେଖା ପାଇଟାଲଙ୍କ ଝିଅ ହେଉଛନ୍ତି ଭୂମି  । ରାମାୟଣ ସମ୍ପର୍କରେ ତାଙ୍କର ଉତ୍ତର ଦେବା ଅନ୍ଦାଜକୁ ଖୁବ୍ ପସନ୍ଦ କରିଛନ୍ତି ସୋସିଆଲ ମିଡିଆ ୟୁଜର୍ସ । ଭୂମିଙ୍କ ବାପା ଚଉଦକୁଲାଟ ସ୍ଥିତ ଜଗନ୍ନାଥ ବିଦ୍ୟାପୀଠର ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ହୋଇଥିବାବେଳେ ମାଆ ଜୁଳୁକିପଡାର କମଳା ନେହେରୁ ବାଳିକା ଉଚ୍ଚ ବିଦ୍ୟାଳୟର ସହକାରୀ ଶିକ୍ଷୟତ୍ରୀ ଭାବେ କାର୍ଯ୍ୟରତ ଅଛନ୍ତି । 

ତାଙ୍କର ବାପା କୁହନ୍ତି ଭୂମି ପିଲାଟି ବେଳୁ ଗୀତା, ଭାଗବତ, ରାମାୟଣ ଓ ମହାଭାରତ ଭଳି ମହାକାବ୍ୟକୁ ଶୁଣି ଏଥିରେ ଥିବା ଚରିତ୍ରମାନଙ୍କର ଜୀବନୀକୁ ମୁଖସ୍ଥ କରିଛନ୍ତି । କେବଳ ଧର୍ମଗ୍ରନ୍ତରେ ନୁହେଁ ପାଠପଢାରେ ମଧ୍ୟ ସେ ବେଶ୍ ପ୍ରଖର । ମାତ୍ର ୩ ବର୍ଷ ବୟସରୁ ସେ ୧୫ର ଗୁଣନଖନ୍ଦା ପର୍ଯ୍ୟନ୍ତ ମନେ ରଖିବା ସହ ଇଂରାଜୀ ଭାଷାରେ ସମସ୍ତ ଶବ୍ଦକୁ ନିର୍ଭୁଲ ଭାବେ ଉଚ୍ଚାରଣ କରୁଛନ୍ତି । ଓଡ଼ିଆ ଭାଷାରେ ମାତ୍ରା, ଫଳା ଘୋଷିବା ଏବଂ ବିଭିନ୍ନ ଦେଶର ରାଜଧାନୀ ନାମ ଓ ରାଜ୍ୟଗୁଡିକର ନାମ କହି କୁନି ଝିଅଟି ବେଶ୍ ପ୍ରଶଂସା ସାଉଁଟୁଛନ୍ତି ।

ଇଟିଭି ଭାରତ, କେନ୍ଦ୍ରାପଡା

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.