ବୃଦ୍ଧ ପାମ୍ପଡ଼ ବିକାଳୀଙ୍କ ସମସ୍ୟା ବୁଝିଲେ କେନ୍ଦ୍ରାପଡା ଜିଲ୍ଲାପାଳ, ପାମ୍ପଡ଼ ଖାଇଲେ ସାଇକେଲ କଣିଦେଲେ - କେନ୍ଦ୍ରାପଡା ଜିଲ୍ଲାପାଳ ଅମ୍ରିତ ଋତୁରାଜ
🎬 Watch Now: Feature Video
![ETV Thumbnail thumbnail](https://etvbharatimages.akamaized.net/etvbharat/prod-images/12-07-2023/640-480-18978370-thumbnail-16x9-kff.jpg)
କେନ୍ଦ୍ରାପଡା: ବୃଦ୍ଧ ପାମ୍ପଡ ବିକାଳୀଙ୍କ ମୁହଁରେ ସେ ଖୁସିର ଲୁହ ଦେଖିବାର ଥିଲା ଯେବେ ତାଙ୍କୁ ଏକ ସାଇକେଲ କିଣିଦେବାକୁ କହିଲେ ଜିଲ୍ଲାପାଳ । ଆପଣ କିଛି ବୁଝି ପାରୁନଥିବେ ହିଁ ଖବରଟି କିଛି ଏହିପରି । କେନ୍ଦ୍ରାପଡା ଜିଲ୍ଲାପାଳ ଅମ୍ରିତ ଋତୁରାଜ ଜଣେ ବୃଦ୍ଧ ପାମ୍ପଡ ବିକାଳୀଙ୍କ ସମସ୍ୟା ଶୁଣିଲେ ଓ ସମସ୍ୟାର ସମଧାନ ବି କଲେ । ବୃଦ୍ଧ ପାମ୍ପଡ ବିକାଳୀଙ୍କଠୁ ପାମ୍ପଡ ଖାଇଲେ ଓ ତାଙ୍କୁ ଏକ ନୂଆ ସାଇକେଲ କିଣିଦେଲେ କେନ୍ଦ୍ରାପଡା ଜିଲ୍ଲାପାଳ ଅମ୍ରିତ ଋତୁରାଜ । ନୂଆ ସାଇକେଲ କିଣିବା କଥା ଶୁଣି ଖୁସିରେ କାନ୍ଦି ପକାଇଲେ ବୃଦ୍ଧ ପାମ୍ପଡ଼ ବିକାଳୀ ଜଣକ । କେନ୍ଦ୍ରାପଡ଼ା ଜିଲ୍ଲାପାଳ ଅମ୍ରିତ ଋତୁରାଜ ବିଶାଳ ହୃଦୟର ନିଆରା ଦୃଶ୍ୟ ଦେଖି ସମସ୍ତେ ତାଙ୍କୁ ପ୍ରଶଂସା କରୁଛନ୍ତି । ଜିଲ୍ଲା ଗରଦପୁର ବ୍ଲକରେ ଜିଲ୍ଲାପାଳଙ୍କ ମିଳିତ ଜନଶୁଣାଣୀ କାର୍ଯ୍ୟକ୍ରମ ରହିଥିଲା। ଏଥିରେ ଜିଲ୍ଲାପାଳ ଅମ୍ରିତ ଋତୁରାଜଙ୍କ ସମେତ ଜିଲ୍ଲାର ବହୁ ଉଚ୍ଚପଦସ୍ଥ ଅଧିକାରୀ ଯୋଗ ଦେଇଥିଲେ। ଜନଶୁଣାଣୀ ପରେ ଜିଲ୍ଲାପାଳ ତାଙ୍କ ଗାଡ଼ି ନିକଟକୁ ଆସିବା ସମୟରେ ସ୍ଥାନୀୟ ଶ୍ରୀଚନ୍ଦନପୁର ଗ୍ରାମର ଜଣେ ବୃଦ୍ଧ ପାମ୍ପଡ ବ୍ୟବସାୟୀ ଜିଲ୍ଲାପାଳଙ୍କ ନିକଟକୁ ଆସି ତାଙ୍କର ସମସ୍ୟା ବିଷୟରେ ଅବଗତ କରାଇଥିଲେ । ବୃଦ୍ଧ ଜଣଙ୍କ ଏକ ଭଙ୍ଗା ସାଇକେଲରେ ଗାଁ ଗାଁ ବୁଲି ଆଚାର ଓ ପାମ୍ପଡ ବିକ୍ରି କରନ୍ତି । ଜିଲ୍ଲାପାଳ ଅମ୍ରିତ ଋତୁରାଜ ତାଙ୍କ କଥା ଶୁଣିବା ପରେ ତାଙ୍କଠୁ ପାମ୍ପଡ ଖାଇବା ସହ ତାଙ୍କୁ ନୂଆ ମନ ପସନ୍ଦର ସାଇକେଲ କିଣିଦେବାକୁ ନିର୍ଦ୍ଦେଶ ଦେଇଥିଲେ । ଜିଲ୍ଲାପାଳଙ୍କ ଏପରି ମହତ୍ କାର୍ଯ୍ୟକୁ ଲୋକେ ପ୍ରଶଂସା କରିଛନ୍ତି ।
ଇଟିଭି ଭାରତ, କେନ୍ଦ୍ରାପଡା