କୁସ୍ତିଯୋଦ୍ଧାଙ୍କ ଧାରଣାସ୍ଥଳରେ କେଜ୍ରିଓ୍ବାଲ, ଦେଶକୁ ଭଲ ପାଉଥିଲେ ଧାରଣାରେ ସାମିଲ ହେବାକୁ ଅପିଲ୍

🎬 Watch Now: Feature Video

thumbnail

ନୂଆଦିଲ୍ଲୀ: କୁସ୍ତି ମହାସଂଘ ସଭାପତି ବ୍ରିଜଭୂଷଣଙ୍କ ବିରୋଧରେ ଯୌନ ନିର୍ଯାତନ ଅଭିଯୋଗ ଆଣି ଧାରଣାରେ ବସିଥିବା କୁସ୍ତିଯୋଦ୍ଧାଙ୍କ ଗହଣରେ ପହଞ୍ଚିଛନ୍ତି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲ । ସେ ଧାରଣାସ୍ଥଳରୁ କୁସ୍ତିଯୋଦ୍ଧାଙ୍କୁ ସମର୍ଥନ ଦେବାକୁ ଦେଶବାସୀଙ୍କୁ ଅନୁରୋଧ ମଧ୍ୟ କରିଛନ୍ତି । କହିଛନ୍ତି, ‘‘ଯିଏ ଯେକୌଣସି ଦଳରୁ ହୁଅ ନାଁ କାହିଁକି, ଯଦି ଭାରତ ମାତାକୁ ଭଲପାଉଛ, ତାହାଲେ ଛୁଟି ନେଇ ଧାରଣା ସ୍ଥଳକୁ ଆସ । ଆମେ ଏହି କୁସ୍ତିଯୋଦ୍ଧାଙ୍କୁ ସମସ୍ତ ସମର୍ଥନ ଜାରି ରଖିବୁ । ସମସ୍ତେ ଦଳତମ ନିର୍ବିଶେଷରେ ସେମାନଙ୍କୁ ସହଯୋଗ କରନ୍ତୁ ।’’ ସେହିପରି କେନ୍ଦ୍ର ସରକାରଙ୍କୁ ମଧ୍ୟ ସେ ଅନୁରୋଧ କରି କେଜ୍ରିଓ୍ବାଲ କହିଛନ୍ତି, ଆଥଲେଟମାନେ ବସିଥିବା ଧାରଣାସ୍ଥଳରେ ପାଣି, ବିଜୁଳି ଓ ଅନ୍ୟ ସମସ୍ତ ଅତ୍ୟାବଶ୍ୟକ ସାମଗ୍ରୀର ସରବରାହ ବନ୍ଦ କରାନଯାଉ । ଅନ୍ୟପଟେ ପ୍ରବଳ ରାଜନୀତି ସତ୍ତ୍ବେ ମଧ୍ୟ ଆଜି ବ୍ରିଜଭୂଷଣ କୌଣସି ପରିସ୍ଥିତିରେ ପଦରୁ ଇସ୍ତଫା ଦେବେ ନାହିଁ ଓ ତଦନ୍ତର ସାମ୍ନା କରିବେ ବୋଲି ସ୍ପଷ୍ଟ କରିଛନ୍ତି ।

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.