କାଲିଠୁ କେଦାରନାଥ ଯାତ୍ରା, ୨୦ କ୍ବିଣ୍ଚାଲ ଫୁଲରେ ସଜେଇ ହୋଇଛି ମନ୍ଦିର - ୨୦ କ୍ବିଣ୍ଚାଲ ଫୁଲରେ ସଜେଇ ହୋଇଛି କେଦାରନାଥ ଧାମ
🎬 Watch Now: Feature Video
ଡେରାଡୁନ: ଆସନ୍ତାକାଲିଠାରୁ କେଦାରନାଥ ଯାତ୍ରା ଆରମ୍ଭ । ଦୀର୍ଘ ସମୟର ବ୍ୟବଧାନ ପରେ ପୁଣି ଚଳଚଞ୍ଚଳ ହେବ ବାବା କେଦାରନାଥଙ୍କ ଧାମ । ଏନେଇ କେଦାରନାଥ କମିଟି ପକ୍ଷରୁ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି । ବାବାଙ୍କ ଦର୍ଶନ ପାଇଁ ଭକ୍ତଙ୍କ ଆଗମନ ହୋଇସାରିଛି । ଏହି ଅବସରରେ କେଦାରନାଥ ମନ୍ଦିରକୁ ଫୁଲରେ ସଜାଯାଉଛି । ପ୍ରାୟ ୨୦ କ୍ବିଣ୍ଟାଲ ଫୁଲରେ ମନ୍ଦିର ପରିସରକୁ ସଜାଯାଇଛି । ଯାହା ଅତ୍ୟନ୍ତ ସୁନ୍ଦର ଦେଖାଯାଉଛି । ଚଳିତ ଥର କେଦାରନାଥ ଯାତ୍ରା ପାଇଁ ହେଲିକପ୍ଟରର ସୁବିଧା କରାଯାଇଛି । ଶ୍ରଦ୍ଧାଳୁମାନେ ପଦଯାତ୍ରା ସହ ହେଲିକପ୍ଟର ଯୋଗେ କେଦାରନାଥ ଧାମରେ ପହଞ୍ଚିପାରିବେ । ହେଲିକପ୍ଟର ଯୋଗେ କେଦାରନାଥ ଧାମକୁ ଯାଉଥିବା ତୀର୍ଥଯାତ୍ରୀଙ୍କ ସୁବିଧା ପାଇଁ IRCTC ପକ୍ଷରୁ ଅନଲାଇନ ବୁକିଂର ବ୍ୟବସ୍ଥା କରାଯାଇଛି । ଯାତ୍ରା ସମୟରେ ଶ୍ରଦ୍ଧାଳୁଙ୍କୁ ସ୍ବାସ୍ଥ୍ୟ ସ୍କ୍ରିନିଂ ପାଇଁ ସ୍ବାସ୍ଥ୍ୟ ଏଟିଏମ ବ୍ୟବସ୍ଥା କରାଯିବ । ଏହା ବ୍ୟତୀତ ଶ୍ରଦ୍ଧାଳୁଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ସମସ୍ତ ପ୍ରକାର ସୁବିଧା ଯୋଗାଇଦିଆଯିବ ବୋଲି ରୁଦ୍ରପ୍ରୟାଗ ଜିଲ୍ଲା ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି ।