ରାତି ପାହିଲେ କାର୍ତ୍ତିକ ପୂର୍ଣ୍ଣିମା, ବଜାରରେ ମେଲିଛି ରଙ୍ଗୀନ ଡଙ୍ଗାର ପସରା

By ETV Bharat Odisha Team

Published : Nov 26, 2023, 10:33 PM IST

thumbnail

ଜଗତସିଂହପୁର: ରାତି ପାହିଲେ କାର୍ତ୍ତିକ ପୂର୍ଣ୍ଣମା । ଉତ୍କଳୀୟ ସଂସ୍କୃତି ଓ ପରମ୍ପରାର ପ୍ରତୀକ କାର୍ତ୍ତିକ ପୂର୍ଣ୍ଣିମାର ଡଙ୍ଗା ଭସା ପ୍ରଥା କାହିଁ କେଉଁ କାଳରୁ ରହିଆସିଛି । ଓଡ଼ିଶାର ପୁରପଲ୍ଲୀରେ ପାଳନ ହୋଇଆସୁଛି ଡଙ୍ଗା ଭସା । ଏଥିପାଇଁ ଚାରିଆଡେ ପ୍ରସ୍ତୁତି ଜୋରଦାର । ଏପଟେ ମାର୍କେଟରେ ମେଲିଛି ରଙ୍ଗୀନ ଡଙ୍ଗାର ପସରା । 

ଉତ୍କଳୀୟ ସଂସ୍କୃତି ଓ ପରମ୍ପରାର ପ୍ରତୀକ ଭାବେ ପରିଚିତ କାର୍ତ୍ତିକ ପୂର୍ଣ୍ଣିମା । ଓଡ଼ିଶାର ପୁରପଲ୍ଲୀରେ ଉତ୍ସାହ ସହ ଲୋକେ ପାଳନ କରି ଆସୁଛନ୍ତି ପୂର୍ଣ୍ଣିମାର ଡଙ୍ଗା ଭସା ପ୍ରଥା । ରାତି ପହିଲେ କାର୍ତ୍ତିକ ପୂର୍ଣ୍ଣିମା,ଏହାକୁ ନେଇ ବିଭିନ୍ନ ସ୍ଥାନରେ ଆରମ୍ଭ ହୋଇଛି ପ୍ରସ୍ତୁତି । ଜିଲ୍ଲାର ବିଭିନ୍ନ ସ୍ଥାନରେ କାର୍ତ୍ତିକ ପୂର୍ଣ୍ଣିମା ଅବସରରେ ବୋଇତ ବନ୍ଦାଣ ଉତ୍ସବ ଅନୁଷ୍ଠିତ ହେବ । ଜିଲ୍ଲାବାସୀ ମଧ୍ୟ ବିଭିନ୍ନ ଜଳାଶୟ ଗୁଡିକରେ ଡଙ୍ଗା ଭସାଇବା ପାଇଁ ପ୍ରସ୍ତୁତି କରିଛନ୍ତି । ପୂର୍ବରୁ କଦଳୀ ପଟୁଆ ଦ୍ୱାରା ଡ଼ଙ୍ଗାକୁ ପ୍ରସ୍ତୁତ କରାଯାଇ ସେଥିରେ ପାନ, ଗୁଆ ଓ ଦୀପ ଜାଳି ଜଳାଶୟରେ ଭସାଇ ଦିଆଯାଏ । ବିଶ୍ୱାସ ରହିଛି କାର୍ତ୍ତିକ ମାସ ହବିଷ ଗ୍ରହଣ କରି ଯଦି କାର୍ତ୍ତିକ ପୂର୍ଣ୍ଣିମା ଦିନ ଡଙ୍ଗା ନ ଭସାଯାଏ ତେବେ ଫଳ ମିଳି ପାରେନି ।

ଏହା ମଧ୍ୟ ପଢ଼ନ୍ତୁ...ରାତିପାହିଲେ ବାଲିଯାତ୍ରା, ଆକର୍ଷଣ ସାଜିବ କଟକ ଇନ୍‌ କଟକ

ସେହିପରି ନୌବାଣିଜ୍ୟ ପରମ୍ପରାକୁ ବଞ୍ଚାଇ ରଖିବା ପାଇଁ କାର୍ତ୍ତିକ ପୂର୍ଣ୍ଣିମାରେ ଡଙ୍ଗା ଭସା ଯାଇଥାଏ । ସତ ସାଧବ ଏହିଦିନ ସାତ ଦରିଆ ପାରିହୋଇ ଜାଭା ସୁମାତ୍ରା ଆଦି ଦେଶକୁ ଯାତ୍ରା କରି ବାଣିଜ୍ୟ ଆରମ୍ଭ କରୁଥିଲେ । ସୋମବାର ଡଙ୍ଗାଭଷା ଥିବାରୁ ଜଗତସିଂହପୁର ଓ ପାରାଦ୍ବୀପ ସହରରେ କାଗଜ ଡଙ୍ଗାର ଅସ୍ଥାୟୀ ଦୋକାନ ବସିବା ସହିତ ଲୋକେ ଅତି ଉତ୍ସାହର ସହିତ କିଣୁଥିବା ଦେଖିବାକୁ ମିଳିଛି । ପାଞ୍ଚ ଟଙ୍କାରୁ ଆରମ୍ଭ ହୋଇ ଦୁଇ ହଜାର ଟଙ୍କା ପ୍ରର୍ଯ୍ୟନ୍ତ ବିକ୍ରି ହେଉଛି ଡଙ୍ଗା । ଆ,କା, ମା, ବୈ, ପାନ ଗୁଆଥୋଇ, ପାନଗୁଆ ତୋର, ମାସକ ଧରମ ମୋର କହି ଡଙ୍ଗା ଭସାଇବାକୁ ସମସ୍ତେ ପ୍ରସ୍ତୁତ । 

ଈଟିଭି ଭାରତ, ଜଗତସିଂହପୁର

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.