ଭୁଶୁଡିଲା ବେଦାନ୍ତର ରେଡମଡ଼ ପଣ୍ଡ; ଚାଷ ଜମିକୁ ମାଡିଗଲା ବିଷାକ୍ତ ପାଣି, ଚିନ୍ତାରେ ସ୍ଥାନୀୟ ଲୋକେ - Vedanta Red Mud Pond Collapsed

By ETV Bharat Odisha Team

Published : Sep 16, 2024, 2:23 PM IST

thumbnail
RED MUD POND COLLAPSED (ETV BHARAT ODISHA)

ଭବାନୀପାଟଣା: ଭାଙ୍ଗିଲା ବେଦାନ୍ତ କମ୍ପାନୀର ପ୍ରସେସ୍ ଓ୍ବାଟର କଷ୍ଟିକ ବନ୍ଧ । ଲାଞ୍ଜିଗଡ଼ ଅଞ୍ଚଳ ଭିତରକୁ ମାଡି ଆସିଲା ବିଷାକ୍ତ ପାଣି । ରେଡମଡ଼ ପଣ୍ଡ ଭୁଶୁଡ଼ିବା ଫଳରେ କମ୍ପାନୀ ନିକଟରେ ଥିବା ଶହ ଶହ ଏକର ଚାଷ ଜମି ନଷ୍ଟ ହେବା ସହ ବିଦ୍ୟୁତ୍ ଖୁଣ୍ଟ ଭୁଶୁଡ଼ି ପଡ଼ିଛି। ବଣ୍ଡେଲ, ଛତ୍ରପୁର, ବସନ୍ତ ପଡ଼ା, ବନ୍ଦଗୁଡ଼ା ଆଦି ଗାଁରେ କ୍ଷୟ କ୍ଷତି ହୋଇଥିବା ବେଳେ ବର୍ତ୍ତମାନ ସୁଦ୍ଧା କ୍ଷତିଗ୍ରସ୍ତ ଅଞ୍ଚଳରେ କମ୍ପାନୀ କର୍ତ୍ତୃପକ୍ଷ ପହଞ୍ଚି ପାରିନାହାନ୍ତି ।  ଏଥିସହ ବସନ୍ତପଡ଼ା ଠାରୁ ଲାଞ୍ଜିଗଡକୁ ସଂଯୋଗ କରୁଥିବା ରାସ୍ତା ମଧ୍ୟ ଧୋଇ ହୋଇଯାଇଛି । ଏହି ବିଷାକ୍ତ ପାଣି ନିକଟରେ ଥିବା ନଦୀ ନାଳ ରେ ମିଶିବା କାରଣରୁ ଭବିଷ୍ୟତରେ ଏହା ମନୁଷ୍ୟ ଓ ପଶୁଙ୍କ ପ୍ରତି ବିପଦ ସୃଷ୍ଟି କରିବାର ଆଶଙ୍କା ରହିଛି । ଏନେଇ ବଣ୍ଡେଲ ଗାଁର କ୍ଷତିଗ୍ରସ୍ତ ଗ୍ରାମବାସୀ ଅଭିମନ୍ୟୁ ମାଝୀ କହିଛନ୍ତି ଯେ, "ରାତିରେ ନିଦ ନାହିଁ କି ଦିନରେ ଭୋକ ନାହିଁ। ରେଡମଡ ପଣ୍ଡ PWL ପୋଖରୀ  ଶନିବାର ରାତିରେ ଭୁଶୁଡ଼ି ପାଣି ଗାଁ ଭିତରକୁ ମାଡ଼ି ଆସିବା ସହ ସମସ୍ତ ଚାଷ କ୍ଷତି କରି ଦେବା ସହ ଚାଷ ଜମିରେ ମାଟି ମାଡ଼ି ଯାଇଛି। ଫଳରେ ଚାଷ କ୍ଷତି ହେବା ସହ ଗାଁରେ ଥିବା ପୋଖରୀ କିମ୍ବା ନାଳ ଓନଳକୂପର ପାଣି ଲାଲ ହୋଇଯାଇଛି । ଫଳରେ ପାଣି ଆଉ ପିଇବା ଉପଯୋଗୀ ନାହିଁ। ଗାଁର ଅନ୍ୟଜଣେ ମହିଳା ରାହାସ ମାଝୀ କହିଛନ୍ତି ଯେ, "ଆମେ ରାତିରେ ପିଲା ମାନଙ୍କୁ ନେଇ ଘରେ ଥିଲୁ ଓ ହଠାତ ପୋଖରୀ ଭୁଶୁଡିବା ଫଳରେ ପାଣି ମାଡ଼ି ଆସିଥିଲା । ଏହି ଘଟଣା ଯଦି ଦିନରେ ହେଇଥାନ୍ତା ତେବେ ପିଲା ମାନେ ନାଳକୁ ଗାଧେଇବାକୁ ଯାଇଥାନ୍ତା ସେ ମାନଙ୍କ ଜୀବନ ଚାଲି ଯାଇଥାନ୍ତା । ବର୍ତ୍ତମାନ ସୁଦ୍ଧା ଆମେ ଭୟଭୀତ ଅବସ୍ଥାରେ ରହିଛୁ"। ସେପଟେ ଏହି ଘଟଣା କୁ ନେଇ ପ୍ରତିକ୍ରିୟା ରଖି ଅତିରିକ୍ତ ଜିଲ୍ଲାପାଳ ତନ୍ମୟ ଦର୍ଵାନ  କହିଛନ୍ତି, "ମୁଁ ଘଟଣା ସ୍ଥଳରେ ଦେଖିଲି ଯେ ରେଡମଡ଼ ପଣ୍ଡ ଭୁଶୁଡ଼ି ଯାଇଛି, ଫଳରେ ଅନେକ ଚାଷ ଜମି ନଷ୍ଟ ହୋଇଛି । ଏନେଇ ଆମେ ଜିଲ୍ଲାପାଳଙ୍କ ସହିତ ଆଲୋଚନା କରିବୁ ଏବଂ ଏକ ଟିମ୍ ଏହାର ଆକଳନ କରି ରିପୋର୍ଟ ପ୍ରଦାନ କରିବା ପରେ ଆମେ କ୍ଷୟକ୍ଷତି ଯୋଗାଇ ଦେବୁ । ଏହା ସହ ପଲ୍ୟୁସନ୍ ବୋର୍ଡ ସହିତ ମଧ୍ୟ ଏନେଇ ଆଲୋଚନା କରାଯାଇଛି । ତେବେ କେଉଁ କାରଣ ରୁ ରେଡ ମଡ ପଣ୍ଡ ଟି ଭୁଶୁଡି ପଡିଲା, ତାହା ତଦନ୍ତ ସାପେକ୍ଷ। ''

ଏହା ମଧ୍ୟ ପଢନ୍ତୁ-କେଉଁଠି ପଡିବା କଥା ଶିଳ୍ପାନୁଷ୍ଠାନର ପାଉଁଶ, କଣ ରହିଛି ପ୍ରାବଧାନ; ନିୟମ ଉଲ୍ଲଙ୍ଘନ ପାଇଁ ବେଦାନ୍ତକୁ 71କୋଟି ଫାଇନ - Guidelines For Disposal Of Fly ash

ଏହାମଧ୍ୟ ପଢନ୍ତୁ-ବେଦାନ୍ତ ବିଶ୍ବବିଦ୍ୟାଳୟ ଜମି ଫେରାଇ ଆଣିବାକୁ ଲଢ଼େଇ ଜାରି ରହିବ: ଉମାବଲ୍ଲଭ ରଥ - Odisha Assemby Election 2024

ଇଟିଭି ଭାରତ, କଳାହାଣ୍ଡି
 

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.