ନୂଆବର୍ଷରେ ମା’ ବୁଢୀ ଠାକୁରାଣୀ ପୀଠରେ ପ୍ରବଳ ଭିଡ - MAA BUDHI THAKURANI TEMPLE
🎬 Watch Now: Feature Video
Published : Jan 1, 2025, 10:19 PM IST
ବ୍ରହ୍ମପୁର: ପୁରୁଣା ବର୍ଷକୁ ବିଦାୟ ଦେଇ ଇଂରାଜୀ ନବବର୍ଷକୁ ସ୍ୱାଗତ କରିଛି ସାରା ବିଶ୍ୱ । ନୂତନ ବର୍ଷର ପ୍ରଥମ ଦିନରେ ବିଭିନ୍ନ ମନ୍ଦିରରେ ଦେଖିବାକୁ ମିଳିଛି ପ୍ରବଳ ଭକ୍ତ ସମାଗମ । ବ୍ରହ୍ମପୁରର ପ୍ରସିଦ୍ଧ ମା’ ବୁଢୀ ଠାକୁରାଣୀଙ୍କ ପୀଠରେ ମଧ୍ୟ ଦିନ ତମାମ ଲାଗି ରହିଥିଲା ଭକ୍ତଙ୍କ ଭିଡ଼ । ସକାଳୁ ଆରମ୍ଭ କରି ଦିନ ତମାମ ସହରବାସୀ ଏବଂ ଜିଲ୍ଲାର ବିଭିନ୍ନ ଅଞ୍ଚଳରୁ ଭକ୍ତମାନେ ଆସି ମା’ଙ୍କୁ ଦର୍ଶନ କରି ଆଶୀର୍ବାଦ ଭିକ୍ଷା କରିଛନ୍ତି । ଶ୍ରଦ୍ଧାଳୁଙ୍କ ଭିଡକୁ ଦୃଷ୍ଟିରେ ରଖି ଶୃଙ୍ଖଳିତ ଦର୍ଶନ ପାଇଁ ମନ୍ଦିର ପ୍ରଶାସନ ପକ୍ଷରୁ ଆବଶ୍ୟକ ବ୍ୟବସ୍ଥା କରାଯାଇଥିଲା । ଲମ୍ୱା ଧାଡିରେ ଶ୍ରଦ୍ଧାଳୁ ମା’ଙ୍କୁ ଛିଡା ହୋଇ ଶୃଙ୍ଖଳାର ସହ ମା’ଙ୍କ ଦର୍ଶନ କରି କୃପା ଭିକ୍ଷା କରିଥିଲେ । ଏହି ଅବସରରେ ଶ୍ରଦ୍ଧାଳୁଙ୍କ ସହ ଆଲୋଚନା କରିଛନ୍ତି ଆମ ବ୍ରହ୍ମପୁର ସମ୍ୱାଦଦାତା ସମୀର କୁମାର ଆଚାର୍ଯ୍ୟ ।
ଏହା ମଧ୍ୟ ପଢନ୍ତୁ
ନୂଆବର୍ଷରେ ଫୁଲ ସାଜିଛି ଶୁଭେଚ୍ଛାର ପ୍ରତୀକ, ମନମୋହୁଛି ରଙ୍ଗବେରଙ୍ଗର ଫୁଲତୋଡା
ଭଗବାନଙ୍କ ଆଶିଷରୁ ନବବର୍ଷର ଆରମ୍ଭ, ପ୍ରମୁଖ ପୀଠରେ ଭକ୍ତଙ୍କ ଭିଡ
ଇଟିଭି ଭାରତ, ବ୍ରହ୍ମପୁର