ETV Bharat / state

ପ୍ରବାସୀ ଭାରତୀୟ ଦିବସ ଭଣ୍ଡୁର କରିବାକୁ ପନ୍ନୁର ଧମକ, ବରିଷ୍ଠ ସାମ୍ବାଦିକଙ୍କୁ ପଠାଇଛି ମେଲ - KHALISTANI TERRORIST PANNUN

ପ୍ରବାସୀ ଭାରତୀୟ ଦିବସ ସମୟରେ ବ୍ୟାଘାତ ସୃଷ୍ଟି ପାଇଁ ଖାଲିସ୍ତାନୀ ଆତଙ୍କୀ ପନ୍ନୁର ଧମକ। ବରିଷ୍ଠ ସାମ୍ୱାଦିକ ଅକ୍ଷୟ ସାହୁଙ୍କୁ ଆସିଛି ମେଲ ।

Khalistani Terrorist Pannun
Khalistani Terrorist Pannun (ETV BHARAT ODISHA)
author img

By ETV Bharat Odisha Team

Published : Jan 3, 2025, 12:23 PM IST

Updated : Jan 3, 2025, 1:13 PM IST

ଭୁବନେଶ୍ବର: ଆତଙ୍କୀଙ୍କ ଟାର୍ଗେଟରେ ଭୁବନେଶ୍ବରରେ ଆୟୋଜିତ ହେବାକୁ ଥିବା ପ୍ରବାସୀ ଭାରତୀୟ ଦିବସ । ଦିବସ ଆରମ୍ଭ ପୂର୍ବରୁ ଆସିଲା ଖଲିସ୍ତାନୀ ଆତଙ୍କୀ ପନ୍ନୁର ଧମକ ପୂର୍ଣ୍ଣ ଭିଡିଓ‌ । ବରିଷ୍ଠ ସାମ୍ୱାଦିକ ଅକ୍ଷୟ ସାହୁଙ୍କୁ ଇ-ମେଲ ଜରିଆରେ ଭିଡିଓ ବାର୍ତ୍ତା ପଠାଇ ଧମକ ଦେଇଛି ଗୁରୁପତୱନ୍ତ ସିଂ ପନ୍ନୁ । ଯେଉଁଥିରେ ଷ୍ଟେ ଆଓ୍ବେ ଷ୍ଟେ ସେଫ୍ ଷ୍ଟେ ଆଲର୍ଟର ଧମକ ଦିଆଯାଇଛି। ଭୁବନେଶ୍ୱର ବିମାନ ବନ୍ଦରରୁ ଜନତା ମଇଦାନ ପର୍ଯ୍ୟନ୍ତ ସତର୍କ ରହିବାକୁ ବାର୍ତ୍ତା ପଠାଇଛି ପନ୍ନୁ। ପ୍ରବାସୀ ଭାରତୀୟ ଦିବସ ସମୟରେ ବ୍ୟାଘାତ ସୃଷ୍ଟି ପାଇଁ ଧମକ ଦେଇଛି ଏହି ଖଲିସ୍ତାନୀ ଆତଙ୍କୀ ।

ଏନେଇ ସାମ୍ବାଦିକ ଅକ୍ଷୟ ସାହୁ କହିଛନ୍ତି, ''ପନ୍ନୁର ଭିଡିଓ ମେଲ ପାଇବା ପରେ ପୋଲିସକୁ ଅବଗତ କରିଛି। ପୋଲିସ ପକ୍ଷରୁ କୌଣସି ଯୋଗାଯୋଗ କରଯାଇ ନାହିଁ । ପୋଲିସ ତଦନ୍ତ କରିବ ନିଶ୍ଚୟ । ପୂର୍ବରୁ ମଧ୍ୟ ମେଲ ଆସିଥିଲା ଡିଜି ଆଇଜି କନଫରେନ୍ସ ସମୟରେ। ପୋଲିସ ମଧ୍ୟ ଆସି ଯାଞ୍ଚ କରିଥିଲା ମେଲ । ଆମେରିକାରୁ ଗୋଟିଏ ମେଲ କାନାଡରୁ ଗତ ଥର ମେଲ ଆସିଥିଲା । ଏଥର ମଧ୍ୟ କିଛି ଆଇଟି ଏକ୍ସପର୍ଟ ଜରିଆରେ ଏହାକୁ ତନାଘନା ହେଉଛି କେଉଁଠି ଏ ଡୋମେନ ତିଆରି ହୋଇଛି କିଭଳି ପଠାଇଛି। ''

'ପବ୍ଲିସିଟ ପାଇଁ ଚେଷ୍ଟା କରୁଛି ପନ୍ନୁ':

TERRORIST PANNUN THREATENS (ETV BHARAT ODISHA)

ସେ ଆହୁରି ମଧ୍ୟ କହିଛନ୍ତି, '' ଏଭଳି ଭିଡିଓ ଜରିଆରେ ଏକ ପବ୍ଲିସିଟ ପାଇଁ ଚେଷ୍ଟା କରୁଛି। ଯେଉଁ ଖଲିସ୍ତାନୀ ମାନେ ଶକ୍ତିହୀନ ହେଇପଡିଛନ୍ତି ଭାରତୀୟ ସରକାରଙ୍କ କଠୋର ପଦକ୍ଷେପ ଯୋଗୁଁ, ସେହି ଖଲିସ୍ତାନୀ ସଂସ୍ଥାକୁ ଉତଥାନ ପାଇଁ ଚେଷ୍ଟା କରୁଛନ୍ତି। ଏନେଇ ଭାରତ ସରକାର ଇଣ୍ଟେଲିଜେନ୍ସ ମେକାନିଜିମକୁ ଆହୁରି ସଂଗଠିତ କରି, ଖଲିସ୍ତାନୀ ସଂସ୍ଥାକୁ ଅବଲମ୍ବିତ କରିବାକୁ ଚେଷ୍ଟା କରିବା ଆବଶ୍ୟକତା ରହିଛି । ଭାରତ ସରକାର କଠୋର ପଦକ୍ଷେପ ନେବା କଥା । ଏଭଳି ଧମକ ପୂର୍ଣ୍ଣ ମେଲ ଦ୍ବାରା ଭୁବନେଶ୍ୱର ସହର ବଦନାମ ହେବାର ପ୍ରଶ୍ନ ଉଠୁ ନାହିଁ । ଭାରତର ଜାତୀୟ ଓ ଆନ୍ତର୍ଜାତୀୟ ସ୍ତରର ଇଭେଣ୍ଟ ଏଠାରେ କରାଯାଉଛି। ତେଣୁ ଏହିଭଳି ବଡବଡ କାର୍ଯ୍ୟକ୍ରମ ଆଳରେ ଚର୍ଚ୍ଚାରେ ରହିବାକୁ ଚେଷ୍ଟା କରୁଛି । ''

ଏହା ମଧ୍ୟ ପଢନ୍ତୁ-ଧମକପୂର୍ଣ୍ଣ ମେଲ୍ ପରେ ହାଇଆଲର୍ଟରେ ଭୁବନେଶ୍ୱର, ସାମ୍ବାଦିକଙ୍କ ଘରେ କ୍ରାଇମବ୍ରାଞ୍ଚ ଟିମ - BHUBANESWAR AIRPORT HIGH ALERT

ଖଲିସ୍ତାନୀ ଆତଙ୍କୀ ପନ୍ନୁର ଧମକ:

ଭିଡିଓ ବାର୍ତ୍ତା ଜରିଆରେ ଖଲିସ୍ତାନୀ ଆତଙ୍କୀ ପନ୍ନୁ କହିଛି ଯେ, ଭୁବନେଶ୍ୱର ଟେମ୍ପୁଲ ସିଟି ନୁହେଁ ଟେରର ସିଟି । ପ୍ରବାସୀ ଭାରତୀୟ ଦିବସ ଆଳରେ ଗୁପ୍ତଚରୀ ନେଟୱର୍କ ତିଆରି କରିବା ପାଇଁ ପ୍ରୟାସ କରାଯାଉଛି ବୋଲି ଭିଡ଼ିଓରେ କହୁଛି ପନ୍ନୁ। ବୈଦେଶିକ ମନ୍ତ୍ରୀ ଏସ ଜୟଶଙ୍କରଙ୍କୁ ମଧ୍ୟ କଡ଼ା ମନ୍ତବ୍ୟ ଦେଇ ଏହା ଦ୍ବାରା କିଭଳି ଏକ ଭାରତୀୟ କାଉନସେଲଟ ମାନଙ୍କୁ ପ୍ରଭାବିତ କରିବା ପାଇଁ ଏକ ପ୍ରକାର ଚକ୍ରାନ୍ତ ହେଉଛି ସେ କହିଛି।

ଡିଜି ଆଇଜି କନଫରେନ୍ସ ସମୟରେ ଆସିଥିଲା ପନ୍ନୁର ଧମକ:

ପୁର୍ବରୁ ମଧ୍ୟ ଡିଜି ଆଇଜି କନଫରେନ୍ସ ସମୟରେ ମଧ୍ୟ ଧମକ ଦେଇଥିଲା ପନ୍ନୁ। ଏଭଳି ଭିଡିଓ ବାର୍ତ୍ତା ଜରିଆରେ କାର୍ଯକ୍ରମ ଭଣ୍ଡୁର ପାଇଁ ଉଦ୍ୟମ କରିଥିବା କହିଥିଲା । ସେତେବେଳେ ଏଭଳି ଦେଶ ବିରୋଧି ସଂଗଠନ ମାନେ ଏପରି ଅପଚେଷ୍ଟା କରନ୍ତି କହି ଏଭଳି ଧମକ କୌଣସି ପ୍ରଭାବ ପଡ଼ିବ ନାହିଁ ବୋଲି ସେତେବେଳେ ସିପି ଏସ ଦେବଦତ୍ତ ମଧ୍ୟ ପ୍ରତିକ୍ରିୟା ଦେଇଥିଲେ। ଏହି ଘଟଣାରେ ମଧ୍ୟ ସେତେବେଳେ କ୍ରାଇମବ୍ରାଞ୍ଚର ଏକ ଟିମ୍ ତନାଘନା କରିଥିଲା।

ଆସନ୍ତା ୮ ତାରିଖରୁ ୧୦ ତାରିଖ ଯାଏଁ ଭୁବନେଶ୍ବରରେ ପ୍ରବାସୀ ଭାରତୀୟ ଦିବସ ଆୟୋଦନ କରାଯାଇଛି । ଯେଉଁଠି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସମେତ ବୈଦଶୀକ ମନ୍ତ୍ରୀ ଏସ ଜୟଶଙ୍କ ସାମିଲ ହେବେ । ଅନେକ ପ୍ରବାସୀ ଭାରତୀୟ ମଧ୍ୟ ଯୋଗ ଦେବେ। ପନ୍ନୁର ଏଭଳି ଭିଡିଓ ବାର୍ତ୍ତା ପରେ ଓଡ଼ିଶା ସରକାର କଣ ଆଭିମୁଖ୍ୟ ନେଉଛନ୍ତି ତାହା ବର୍ତ୍ତମାନ ସୁଦ୍ଧା ସ୍ପଷ୍ଟ ହୋଇନାହିଁ ‌। ପୋଲିସ ପକ୍ଷରୁ ପ୍ରତିକ୍ରିୟା ମିଳିପାରିନାହିଁ ।

ଟିଭି ଭାରତ, ଭୁବନେଶ୍ବର

Last Updated : Jan 3, 2025, 1:13 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.