ETV Bharat / health

ଚୀନରେ ନୂଆ ଭୂତାଣୁ ଆତଙ୍କ: ବ୍ୟାପୁଛି ସଂକ୍ରମଣ, ହସ୍ପିଟାଲ ମିଳୁନି ଜାଗା - HMPV OUTBREAK IN CHINA

କୋଭିଡ ମହାମାରୀର 5 ବର୍ଷ ପରେ ଏବେ ଚୀନରେ ଦେଖାଯାଇଛି ନୂଆ ଭାଇରସ ଆତଙ୍କ । ଦ୍ରୁତଗତିରେ ବ୍ୟାପୁଛି ସଂକ୍ରମଣ । ରୋଗୀରେ ଫୁଲ୍ ହୋଇଗଲାଣି ହସ୍ପିଟାଲ ।

ଚୀନରେ ଆତଙ୍କ ଖେଳାଇଛି ନୂଆ ଭୂତାଣୁ
ଚୀନରେ ଆତଙ୍କ ଖେଳାଇଛି ନୂଆ ଭୂତାଣୁ (ETV Bharat)
author img

By ETV Bharat Health Team

Published : Jan 3, 2025, 12:57 PM IST

Updated : Jan 3, 2025, 2:29 PM IST

ସମଗ୍ର ବିଶ୍ବରେ କୋଭିଡ-19ର ଭୟାବହତା ଏ ଯାଏଁ ମନରୁ ଲିଭିନି, ଏହାରି ମଧ୍ୟରେ ଚୀନରେ ପୁଣି ଚିନ୍ତା ବଢାଇଛି ଆଉ ଏକ ନୂଆ ଭାଇରସ୍ । ଦେଶରେ ପୁଣିଥରେ ଅଦୃଶ୍ୟ ଭାଇରସର ଆତଙ୍କ ଦେଖାଯାଇଛି । ପିଲାଠୁ ବୁଢା ସମସ୍ତଙ୍କୁ ଏହି ନୂଆ ଭାଇରସ ଆକ୍ରାନ୍ତ କରୁଛି । ହୁ ହୁ ହୋଇ ସଂକ୍ରମଣ ମାମଲା ବୃଦ୍ଧି ପାଉଛି । ଫଳରେ ହସ୍ପିଟାଲଗୁଡିକ ଭର୍ତ୍ତି ହୋଇଗଲାଣି । ଚୀନରେ ଚିହ୍ନଟ ହୋଇଥିବା ଏହି ନୂଆ ଭାଇରସ୍ ଲକ୍ଷଣ କୋଭିଡ-19 ମହାମାରୀ ଭଳି । ଏହି ନୂଆ ଭାଇରସ ନାମ 'ହ୍ୟୁମାନ ମେଟାନ୍ୟୁମୋଭାଇରସ' (human metapneumovirus) ବା HMPV ରଖାଯାଇଛି ।

ରିପୋର୍ଟ ମୁତାତକ, ଚୀନରେ HMPV ଭାଇରସ୍ ଦ୍ରୁତଗତିରେ ବ୍ୟାପିବାରେ ଲାଗିଛି । ବିଶେଷକରି ଉତ୍ତର ଚୀନରେ ସଂକ୍ରମଣ ମାମଲା ଅଧିକ ରହିଛି । ଏଥିରେ 14 ବର୍ଷରୁ କମ୍ ବୟସ୍କ ପିଲା ସର୍ବାଧିକ ସଂକ୍ରମିତ ହେଉଛନ୍ତି । ଏହି ଭାଇରସ ସଂକ୍ରମଣ ରୋକିବାକୁ ଚୀନ ସରକାର ବ୍ୟାପକ ପଦକ୍ଷେପ ଗ୍ରହଣ କରୁଛନ୍ତି । ସ୍କିନିଂ, ଡିଟେକ୍ସନ ଓ ଆଇସୋଲେସନ ପ୍ରୋଟକଲକୁ ଗୁରୁତ୍ବ ଦିଆଯାଉଛି । ସ୍ବାସ୍ଥ୍ୟ କର୍ତ୍ତୃପକ୍ଷ ମଧ୍ୟ ସ୍ଥିତି ଉପରେ ତୀକ୍ଷ୍ମ ନଜର ରଖିଛନ୍ତି । ଏହାରି ମଧ୍ୟରେ ଚୀନରୁ କିଛି ଭାଇରାଲ ଭିଡିଓ ଓ ସୋସିଆଲ ମିଡିଆ ପୋଷ୍ଟ ସାମ୍ନାକୁ ଆସିଛି ଯେଉଁଥିରେ ହସ୍ପିଟାଲଗୁଡିକରେ ପ୍ରବଳ ଭିଡ ଜମିବାର ଦୃଶ୍ୟ ଦେଖିବାକୁ ମିଳୁଛି । କିଛି ଲୋକଙ୍କ ଦାବି ଯେ, ହସ୍ପିଟାଲ ସହିତ ଶ୍ମଶାନ ଘାଟରେ ମଧ୍ୟ ଭିଡ ଦେଖାଯାଉଛି ।

HMPV କ'ଣ ଓ ଏହା କାହିଁକି ବ୍ୟାପୁଛି ?

କୋରୋନା ଭଳି ଏଚଏମପିଭି ସଂକ୍ରମିତଙ୍କଠାରେ ଶ୍ବାସକ୍ରିୟା ଜନିତ ସମସ୍ୟା ଦେଖାଯାଉଛି । ସାମାନ୍ୟ ଥଣ୍ଡା-କାଶ ଲକ୍ଷଣ ସହିତ ଏହା ନିମୋନିଆ, ବ୍ରୋଙ୍କାଇଟିସ୍ ଭଳି ଗୁରୁତର ସ୍ବାସ୍ଥ୍ୟ ସମସ୍ୟା ସୃଷ୍ଟି କରୁଛି । ଏହି ଭୂତାଣୁ ବିଶେଷଭାବେ ଛୋଟ ପିଲା, ବୟସ୍କ ଏବଂ ଦୁର୍ବଳ ରୋଗ ପ୍ରତିରୋଧକ କ୍ଷମତା ଥିବା ବ୍ୟକ୍ତିଙ୍କୁ ଅଧିକ ଆକ୍ରାନ୍ତ କରୁଛି ।

ବିଭିନ୍ନ ରିପୋର୍ଟ ମୁତାବକ, ଚୀନରେ ଏଚଏମପିଭି ମାମଲା ଦ୍ରୁତଗତିରେ ବଢୁଛି । ରୟଟର୍ସ ଅନୁସାରେ, ସେଠାରେ ଇନଫ୍ଲୁଏନଞ୍ଜା ଏ, ମାଇକୋପ୍ଲାଜମା ନିମୋନିଆ, ରାଇନୋଭାଇରସ ଓ କୋଭିଭ-19 ଭଳି ଅନ୍ୟ ଭାଇରସର ସଂକ୍ରମଣ ମଧ୍ୟ ଦେଖାଯାଉଛି । ରୋଗୀଙ୍କ ସଂଖ୍ୟା ବଢୁଥିବାରୁ ସ୍ବାସ୍ଥ୍ୟ ବ୍ୟବସ୍ଥା ଉପରେ ଅଧିକ ଚାପ ପଡୁଛି ।

HMPV ଭାଇରସର ଲକ୍ଷଣ ଓ ଚିକିତ୍ସା

ହ୍ୟୁମାନ ମେଟାନ୍ୟୁମୋଭାଇରସ (HMPV) ସଂକ୍ରମଣର କେତେକ ସାମାନ୍ୟ ଲକ୍ଷଣ ରହିଛି ଯେପରିକି, ଥଣ୍ଡା-କାଶ, ଜ୍ବର, ଗଳା ଖସଖସ୍ । ଗୁରୁତର ଲକ୍ଷଣ ମଧ୍ୟରେ ନିଶ୍ବାସ ପ୍ରଶ୍ବାସ ନେବାରେ ସମସ୍ୟା, ବ୍ରୋଙ୍କାଇଟିସ୍, ନିମୋନିଆ ରହିଛି । ବର୍ତ୍ତମାନ ପର୍ଯ୍ୟନ୍ତ HMPV ପାଇଁ କୌଣସି ଭ୍ୟାକ୍ସିନ କିମ୍ବା ଆଣ୍ଟି-ଭାଇରାଲ ଟ୍ରିଟମେଣ୍ଟ ବାହାରି ନାହିଁ । ତେବେ କିଛି ସାବଧାନତା ଅବଲମ୍ବନ ଦ୍ବାରା ଏହି ଭାଇରସର ଲକ୍ଷଣ କମ୍ କରାଯାଇପାରିବ ।

ବିଶ୍ରାମ ଓ ହାଇଡ୍ରେସନ: ପର୍ଯ୍ୟାପ୍ତ ଆରାମ କରନ୍ତୁ । ପ୍ରଚୁର ତରଳ ପଦାର୍ଥ ସେବନ କରନ୍ତୁ । ଯାହାଫଳରେ ଶରୀର ହାଇଡ୍ରେଟ ରହିଥାଏ ।

ଓଭର ଦ କାଉଣ୍ଟର ମେଡିକେସନ: ଆବଶ୍ୟକତା ଅନୁଯାୟୀ ଜ୍ବର, ଯନ୍ତ୍ରଣା କମାଇବାକୁ ମେଡିସିନ ବ୍ୟବହାର କରନ୍ତୁ । ଯଦି ସ୍ବାସ୍ଥ୍ୟବସ୍ଥା ଅଧିକ ଗୁରୁତର ହୁଏ କିମ୍ବା ନିଶ୍ବାସ ପ୍ରଶ୍ବାସ ନେବାର ସମସ୍ୟା ହୁଏ ତେବେ ଡାକ୍ତରଙ୍କ ପାଖକୁ ଯାଆନ୍ତୁ ।

କିପରି ନିଜକୁ ସୁରକ୍ଷିତ ରଖିବେ:

  • ସବୁବେଳେ ସଫାସୁତୁରା ରୁହନ୍ତୁ । ବାରମ୍ବାର ସାବୁନ କିମ୍ବା ହ୍ୟାଣ୍ଡୱାସରେ ହାତ ଧୁଅନ୍ତୁ । ଅତିକମରେ 20 ସେକେଣ୍ଡ ହାତକୁ ଭଲ ଭାବେ ଧୁଅନ୍ତୁ ।
  • କ୍ଲୋଜ କଣ୍ଟାକ୍ଟ ଏଡାନ୍ତୁ । ଅର୍ଥାତ୍ ଅନ୍ୟମାନଙ୍କ ସହ ଅତି ପାଖରୁ ମିଳାମିଶା କରନ୍ତୁ ନାହିଁ ।
  • କୌଣସି ବ୍ୟକ୍ତିଙ୍କ ଥଣ୍ଡା-କାଶ ଓ ଶ୍ବାସ ସମସ୍ୟା ଲକ୍ଷଣ ଥିଲେ ତାଙ୍କଠାରୁ ଦୂରତା ବଜାୟ ରଖନ୍ତୁ ।
  • ନିତ୍ୟବ୍ୟବହାର୍ଯ୍ୟ ସାମଗ୍ରୀଗୁଡିକୁ ପରିଷ୍କାର ପରିଚ୍ଛନ୍ନ ରଖନ୍ତୁ ।
  • ଯଦି ଆପଣ ବେମାର ଅଛନ୍ତି ତେବେ ଅନ୍ୟମାନଙ୍କଠାରୁ ଦୂରତା ରକ୍ଷା କରନ୍ତୁ । ନଚେତ୍ ଏହା ଅନ୍ୟକୁ ବ୍ୟାପିପାରେ ।

ଏହା ମଧ୍ୟ ପଢନ୍ତୁ: ଜୀବନ ନେଇପାରେ ଯୌନ ସଂଚାରିତ ରୋଗ, ଜାଣନ୍ତୁ କିପରି ହୁଏ ଓ ଏହାର ଲକ୍ଷଣ - SEXUALLY TRANSMITTED DISEASE

ଏହା ମଧ୍ୟ ପଢନ୍ତୁ: ଏହିସବୁ ରୋଗ ଦୂର କରିପାରେ ହିଙ୍ଗୁ, ପ୍ରତିଦିନ ମିଶାନ୍ତୁ ଖାଦ୍ୟରେ - HING HEALTH BENEFITS

Last Updated : Jan 3, 2025, 2:29 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.