ସରକାର ନିଦରେ ଶୋଇଗଲେ ଜାଗ୍ରତ କରିବ ବିଜେଡି: ଅରୁଣ ସାହୁ - BJD MLA ARUN SAHOO

🎬 Watch Now: Feature Video

thumbnail

By ETV Bharat Odisha Team

Published : Jan 1, 2025, 9:21 PM IST

ଭୁବନେଶ୍ୱର: ନୂଆବର୍ଷ ନୂଆ ଉତ୍ସାହ ଓ ଉଦ୍ଦୀପନା ନେଇ ଆସିଛି । 2025 ବର୍ଷ ରାଜନୈତିକ ଦୃଷ୍ଟିକୋଣରୁ ବେଶ ଗୁରୁତ୍ୱପୂର୍ଣ୍ଣ । ନୂଆ ସରକାରକୁ 6 ମାସ ପୁରିଥିବାବେଳେ ପ୍ରଥମ କରି ବିରୋଧୀ ଦଳରେ ବସିଛି ବିଜେଡି । ବିଜେଡି ଲାଗି ନୂଆବର୍ଷ ମଧ୍ୟ ଆହ୍ୱାନଭରା ହୋଇପାରେ ।

 'ଭାରତ ଭଳି ମାନବ ସମ୍ବଳ ଆଉ କେଉଁ ଦେଶରେ ନାହିଁ'

ବିଜେଡି ବିଧାୟକ ଅରୁଣ ସାହୁ କହିଛନ୍ତି, "ନୂଆବର୍ଷ ସମସ୍ତଙ୍କ ମଧ୍ୟରେ ଉତ୍ସାହ ଓ ଉଦ୍ଦୀପନା ଭରେ । ନୂଆ କରି କିଛି କରିବାକୁ ସମସ୍ତେ ସଂକଳ୍ପ ନିଅନ୍ତି । ଭାରତର କାର୍ଯ୍ୟ ପ୍ରଣାଳୀ କେମିତି ବଦଳିବ, ତାହା ଉପରେ ଚିନ୍ତା କରିବାର ଆବଶ୍ୟକତା ରହିଛି । ଭାରତ ଭଳି ମାନବ ସମ୍ବଳ ଆଉ କେଉଁ ଦେଶରେ ନାହିଁ । ଏହାର ସଠିକ ବିନିଯୋଗ ହୋଇପାରିଲେ, ପୃଥିବୀରେ ଭାରତ ନେତୃତ୍ୱ ନେବାରେ ଅସୁବିଧା ରହିବ ନାହିଁ ।"

ଏହାମଧ୍ୟ ପଢନ୍ତୁ...

‘ଫେବୃଆରୀରୁ ଲାଗୁ ହେବ ଆୟୁଷ୍ମାନ, E-KYC କରିଥିଲେ ମିଳିବ କାର୍ଡ’

ଭଗବାନଙ୍କ ଆଶିଷରୁ ନବବର୍ଷର ଆରମ୍ଭ, ପ୍ରମୁଖ ପୀଠରେ ଭକ୍ତଙ୍କ ଭିଡ

କାଲି ଓଡ଼ିଶା ଆସିବେ ନୂଆ ରାଜ୍ୟପାଳ: ମହାପ୍ରଭୁଙ୍କ ଦର୍ଶନ, ୩ରେ ଶପଥ

2024ରେ ବିଫଳ କଂଗ୍ରେସ ! 14ରେ ଅଟକିଲା 90 ନାରା, ପୁନର୍ଗଠନ ହୋଇପାରୁନି PCC

'ସରକାର ନିଦରେ ଶୋଇଗଲେ ଜାଗ୍ରତ କରିବୁ'

ସେ ଆହୁରି ମଧ୍ୟ କହିଛନ୍ତି, "ଲୋକଙ୍କ କାମ କରିବା ଓ ଓଡ଼ିଶାକୁ ଆଗକୁ ନେବା ଦିଗରେ ବିଜେଡି ବହୁତ କାର୍ଯ୍ୟ କରିଛି । ଲୋକମାନେ ଆମକୁ ବିରୋଧୀ ଦଳ ଆସନରେ ବସେଇଛନ୍ତି । ଆମ ସରକାର ଥିବା ବେଳେ ଯେଉଁସବୁ ଭଲ କାମ କରିଥିଲୁ, ତାହାକୁ ଆଗକୁ ନେବା ନୂଆ ସରକାରର କର୍ତ୍ତବ୍ୟ । ସେ କାମ ନୂଆ ସରକାର ଆଗକୁ ବଢ଼ାଉଛନ୍ତି ନା ନାହିଁ, କେଉଁଠି ତ୍ରୁଟି ରଖିଛନ୍ତି ତାହା ଉପରେ ଆମର ନଜର ରହିବ । ସରକାର ତ୍ରୁଟିକୁ ଦର୍ଶାଇ ଲୋକଲୋଚନକୁ ଆଣିବୁ । ସତର୍କ ପ୍ରହରୀ ହେବା ବିରୋଧୀ ଦଳ କାର୍ଯ୍ୟ । ସରକାର ନିଦରେ ଶୋଇଗଲେ ଜାଗ୍ରତ କରିବୁ । ଲୋକେ ଯେତେବେଳେ ସରକାରଙ୍କ ତ୍ରୁଟି ଧରି ନପାରିବେ, ସେହି କାର୍ଯ୍ୟ ଆମେ କରିବୁ । ତ୍ରୁଟି ବିଚ୍ୟୁତିକୁ ସୁଧାରୀ ଜାଗରଣ ଆଣିବା ଲାଗି ଆମେ ଲଢେଇର ଅବତୀର୍ଣ୍ଣ ହେବୁ । ସରକାରୀ ଦଳର ଗୋଟେ ପଦକ୍ଷେପ ବେଳେ ବିରୋଧୀ ଦଳର ଅନେକ ପଦକ୍ଷେପ ହେବ । ଯେମିତି ଓଡିଶା ସଠିକ ଦିଗରେ ଯିବ ।"

ଇଟିଭି ଭାରତ, ଭୁବନେଶ୍ୱର

ABOUT THE AUTHOR

...view details

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.