ଝାରସୁଗୁଡାରେ ନୂଆଖାଇ ଭେଟଘାଟ, ସାମିଲ ହେଲେ ରାଜସ୍ବମନ୍ତ୍ରୀ - Nuakhai 2024

By ETV Bharat Odisha Team

Published : Sep 16, 2024, 3:51 PM IST

thumbnail
NUAKHAI 2024 (ETV BHARAT ODISHA)

ଝାରସୁଗୁଡା: ହଂସାମୁରା କଣ୍ଟାପାଲି ଠାରେ ବିଳମ୍ବରେ ପାଳନ ହେଲା ନୂଆଖାଇ ପର୍ବ । ଗତକାଲି ନୂଆଖାଇ ଭେଟଘାଟକୁ ନେଇ ଚଳଚଞ୍ଚଳ ହୋଇ ଉଠିଛି ଝାରସୁଗୁଡା । ଘରେ ଘରେ ଜମିଥିଲା ପିଠାପଣାର ଆସର । ଏକାଠି ହୋଇ ନବାନ୍ନ ଭକ୍ଷଣ କରିଥିଲେ ପରିବାର ଲୋକେ । ନୂଆଖାଇ ଭେଟଘାଟ କାର୍ଯ୍ୟକ୍ରମରେ ଝାରସୁଗୁଡା ବିଧାୟକ ଟଙ୍କଧର ତ୍ରିପାଠୀ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଗ୍ରାମବାସୀଙ୍କ ସହ ନୂଆଖାଇ ଥିଲେ । ନୂଆଖାଇ ଦିନ ହଂସାମୁରା କଣ୍ଟାପାଲି ଗ୍ରାମରେ ଜଣଙ୍କର ମୃତ୍ୟୁ ଘଟିଥିବାରୁ ଗାଁରେ କୌଣସି ଘରେ ନୂଆଖାଇ ପର୍ବ ପାଳନ କରାଯାଇନଥିଲା । ପୁଣି ଥରେ ଲଗ୍ନ ଧାର୍ଯ୍ୟ କରି ସମସ୍ତେ ଗ୍ରାମବାସୀମାନେ ଏକାଠି ହୋଇ ଗତକାଲି ଏହି ପର୍ବକୁ ପାଳନ କରିଥିଲେ । ସେହିଭଳି ସିନେଆର୍ଟିଷ୍ଟ ଆସୋସିଏସନ ପକ୍ଷରୁ ନବଦାସ ଅଡିଟୋରିୟମ ଠାରେ ମଧ୍ୟ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏଥିରେ ମନ୍ତ୍ରୀ ସୁରେଶ ପୂଜାରୀ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ, ଝାରସୁଗୁଡ଼ା ପୌରାଧ୍ୟକ୍ଷା, ଏବଂ ବେଲପାହାଡ଼ ପୌରାଧ୍ୟକ୍ଷ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ ।

ଏହା ମଧ୍ୟ ପଢନ୍ତୁ-Nuakhai-2024: ଉତ୍ସବମୁଖର ସୁବର୍ଣ୍ଣପୁର, ମା' ସୁରେଶ୍ବରୀଙ୍କ ନିକଟରେ ଲାଗି ହେଲା ନବାନ୍ନ - Nuakhai 2024

ଇଟିଭି ଭାରତ, ଝାରସୁଗୁଡା

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.