କେମିତି ଥିଲା ବନ୍ଦେ ଭାରତ ଯାତ୍ରା ଅନୁଭୂତି, ଇଟିଭି ଭାରତ ଆଗରେ ବଖାଣିଲେ ମୁଖ୍ୟମନ୍ତ୍ରୀ ମୋହନ - Interview With Mohan Majhi

By ETV Bharat Odisha Team

Published : Sep 15, 2024, 10:01 PM IST

thumbnail
ବନ୍ଦେ ଭାରତ ଯାତ୍ରା ଅନୁଭୂତି (ETV Bharat Odisha)

ଭୁବନେଶ୍ବର: ଆଜି ଓଡ଼ିଶାରେ ଗଡିଲା ଆଉ ଦୁଇ ବନ୍ଦେ ଭାରତ ଏକ୍ସପ୍ରେସ । ବ୍ରହ୍ମପୁର-ଟାଟାନଗର ଓ ରାଉରକେଲା-ହାୱଡା ବନ୍ଦେ ଭାରତ ଏକ୍ସପ୍ରେସକୁ ଶୁଭାରମ୍ଭ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ରେଶମ ସହର ବ୍ରହ୍ମପୁରରେ ଶୁଭାରମ୍ଭ ବେଳେ ନିଜେ ଉପସ୍ଥିତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ଆଉ ବ୍ରହ୍ମପୁରରୁ ଭୁବନେଶ୍ବରକୁ ବନ୍ଦେ ଭାରତରେ ଯାତ୍ରା କରିଥିଲେ । ଏହି ଅବସରରେ ଇଟିଭି ଭାରତ ମୁଖ୍ୟମନ୍ତ୍ରୀଙ୍କ ସ୍ବତନ୍ତ୍ର ଆଲୋଚନା କରିଛନ୍ତି ଆମ ଭୁବନେଶ୍ବରର ସମ୍ବାଦଦାତା ସଞ୍ଜୀବ ରୟ । ବନ୍ଦେ ଭାରତ ଟ୍ରେନର ଯାତ୍ରା ସହ ଏହାର ବିଶେଷ୍ବତ ଉପରେ ଇଟିଭି ଭାରତ ଆଗରେ ବଖାଣିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ ।  

ମୁଖ୍ୟମନ୍ତ୍ରୀ ମୋହନ ମାଝୀ କହିଛନ୍ତି, ବନ୍ଦେ ଭାରତ ଏକ୍ସପ୍ରେସ ଟ୍ରେନ ଆଜି ଓଡିଶାର ବାଣିଜ୍ୟ କେନ୍ଦ୍ର ରେଶମ ସହରରୁ ଟାଟା ନଗର ପର୍ଯ୍ୟନ୍ତ ଆଜି ଏହାର ଶୁଭାରମ୍ଭ ହୋଇଛି । ପ୍ରଧାନମନ୍ତ୍ରୀ ଏହାର ଶୁଭାରମ୍ଭ କରିଛନ୍ତି । ଆଜିର ଏହି କାର୍ଯ୍ୟକ୍ରମରେ ମୁଁ ନିଜେ ବ୍ରହ୍ମପୁରରେ ଯୋଡି ହୋଇଛି । ମୋତେ ଭାରି ଖୁସି ଲାଗୁଛି କାଲି ଯାହା ସ୍ବପ୍ନ ପରି ଥିଲା ଆଜି ତାହା ସତ ହେଉଛି । ଆଜି ସମସ୍ତଙ୍କ ଶୁଭେଚ୍ଛା ସ୍ବାଗତରେ ଧିରେ ଧିରେ ଆଗକୁ ବଢୁଛି ।

ଟ୍ରେନର ବିଶେଷ୍ବତ ବିଷୟରେ ବଖାଣିଲେ ମୁଖ୍ୟମନ୍ତ୍ରୀ:

ବନ୍ଦେ ଭାରତ ଟ୍ରେନରେ ଯାତ୍ରା କରିଥିବା ନାଗରିକ ବନ୍ଦେ ଭାରତ ଟ୍ରେନରେ ମିଳୁଥିବା ସୁବିଧା ସମ୍ପର୍କରେ ନିହାତି ଜାଣିଥିବେ । ତେବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଏହି ଟ୍ରେନର କଣ ବିଶେଷ୍ବତ ରହିଛି ଇଟିଭି ଭାରତରେ ବଖାଣିଛନ୍ତି । ମୁଖ୍ୟମନ୍ତ୍ରୀ କହିଛନ୍ତି, ‘ଏଥିରେ ସିଟ୍‌ ଗୁଡିକ 360 ଡିଗ୍ରୀରେ ଏହା ବୁଲୁଛି । ଯେତେବେଳେ ମୁଁ ଏଠି ବସିଥିଲି ଚିଲିକା ଆସିଲା, ମୁଁ ସଙ୍ଗେ ସଙ୍ଗେ ସିଟ୍‌ଟିକୁ 90 ଡିଗ୍ରୀ ଆଡକୁ ବୁଲାଇଦେଲି ତାହା ଚିଲିକା ଆଡକୁ ହେଇଗଲା । ପୁଣି 90 ଡିଗ୍ରୀ ବୁଲାଇ ଦେଲି ବ୍ରହ୍ମପୁର ସହର ଆଡକୁ ହୋଇଗଲା । ଏହି ଟ୍ରେନ ହେଉଛି ନୂଆ ଧରଣର ମୋଦିଜୀଙ୍କ ମାନସ ସନ୍ତାନ ।’

ସେ ଆହୁରି କହିଛନ୍ତି, ଡବଲ ଇଞ୍ଜିନ ସରକାର ଆସିଛି । ଆମେ ବିକଶିତ ରାସ୍ତାରେ 130 ସ୍ପିଡରେ ଚାଲିଛନ୍ତି । ସେଥିରେ ଓଡ଼ିଶା ମଧ୍ୟ ସାମିଲ ହୋଇଛି । ମହିଳା ଶସକ୍ତିକରଣ ନାଁରେ ମହିଳାଙ୍କ ବିକାଶ କରାଯିବ । ପ୍ରଧାନମନ୍ତ୍ରୀ ଆସୁଛନ୍ତି । ସୁଭଦ୍ରା ଯୋଜନାର ଶୁଭାରମ୍ଭ ହେବ ।  

ଗଡିଲା ବ୍ରହ୍ମପୁର-ଟାଟାନଗର ବନ୍ଦେ ଭାରତ ଏକ୍ସପ୍ରେସ, 6ଟି ଟ୍ରେନର ଶୁଭାରମ୍ଭ କଲେ ପ୍ରଧାନମନ୍ତ୍ରୀ

ଆସନ୍ତାକାଲି ଦୌଡ଼ିବ ପ୍ରଥମ ବନ୍ଦେ ଭାରତ ମେଟ୍ରୋ ଟ୍ରେନ, ଜାଣନ୍ତୁ କେଉଁଠୁ କେଉଁଠିକି କରିବ ଯାତ୍ରା

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.