thumbnail

ଜଳାଭିଷେକ କରି ଫେରିବା ବେଳେ ଅଘଟଣ, ମହାନଦୀରେ ବୁଡି କାଉଡ଼ିଆ ମୃତ

By

Published : Aug 21, 2023, 10:12 PM IST

ଅନୁଗୋଳ: ମହାନଦୀରେ ବୁଡି କାଉଡ଼ିଆଙ୍କ ମୃତ୍ୟୁ। ଅନୁଗୋଳ ଜିଲ୍ଲା ଆଠମଲ୍ଲିକ ଦେଉଳଝରୀ ଶୈବପୀଠକୁ ବଅଁରପାଳ ଥାନା ଜୁରାଗାଡ଼ିଆ ଗ୍ରାମର ଶ୍ରୀକାନ୍ତ ସାହୁଙ୍କ ପୁଅ ସରୋଜ ସାହୁ ଜଳଲାଗି ପାଇଁ ଆସିଥିଲେ। ତେବେ ସରୋଜ ସାଙ୍ଗସାଥି ହୋଇ ଦେଉଳଝରୀ ଶୈବପୀଠରେ ଜଳଲାଗି କରିବା ପରେ ମହାନଦୀ କୂଳରେ ଥିବା ବିନିକେୟୀ ପୀଠକୁ ଯାଇ ସେଠାରେ ରନ୍ଧାବଢ଼ା କରି ଖାଇଥିଲେ। ଏହାର କିଛି ସମୟ ପରେ ସରୋଜ ମହାନଦୀକୁ ଶୌଚ ହେବାକୁ ଯାଇଥିଲେ। ତେବେ ସେଠାରେ ତାଙ୍କର ଗୋଡ଼ ଖସିଯିବାରୁ ସେ ପାଣିରେ ପଡି ଯାଇଥିଲେ।  

ଏହା ମଧ୍ୟ ପଢ଼ନ୍ତୁ...ଅଧାରେ ରହିଲା ମହାଦେବଙ୍କ ଜଳାଭିଷେକ, ଶାଳନ୍ଦୀ ନଦୀରେ ଭାସିଗଲେ ୨ କାଉଡିଆ

ପାଣିରେ ପଡିବା ପରେ ସେ 2-3 ଥର ଉପରକୁ ଉଠିବାକୁ ଚେଷ୍ଟା କରିଥିଲେ। ତେବେ ଏହି ସମୟରେ ଅନ୍ୟ ଜଣେ ସାଙ୍ଗ ଏହା ଦେଖି ସମସ୍ତଙ୍କୁ ଡାକିଥିଲେ। ସାଙ୍ଗସାଥି ଓ ସ୍ଥାନୀୟ ଲୋକ ସେଠାକୁ ଯାଇ ତାଙ୍କୁ ଖୋଜାଖୋଜି କରିଥିଲେ । ସ୍ଥାନୀୟ ଲୋକ ଡଙ୍ଗାରେ ଯାଇ ବହୁ ଝୋଜାଖୋଜି ପରେ ସରୋଜଙ୍କୁ ନଦୀରୁ ଉଦ୍ଧାର କରି 108 ଆମ୍ବୁଲାନ୍ସ ଯୋଗେ ଆଠମଲ୍ଲିକ ଉପଖଣ୍ଡ ଡାକ୍ତରଖାନା ନେଇଥିଲେ । ତେବେ ସେଠାରେ ଡାକ୍ତର ତାଙ୍କୁ ମୃତ  ଘୋଷଣା କରିଥିଲେ। ତେବେ  ଅଏଡା ପୁଲିସ ଫାଣ୍ଡି ଦାୟିତ୍ୱରେ ଥିବା ସବ-ଇନିସ୍ପେକ୍ଟର ବ୍ରହ୍ମାନନ୍ଦ ସାହୁ ସରୋଜଙ୍କ ମୃତଦେହକୁ ଜବତ କରି ଅଧିକ ତଦନ୍ତ କରୁଥିବା ଜଣାପଡ଼ିଛି।

ଇଟିଭି ଭାରତ, ଅନୁଗୋଳ

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.