ETV Bharat / sports

କଟକରେ ହେବ ସିନିୟର ଜାତୀୟ କବାଡି ଚମ୍ପିଆନସିପ, ଭାଗ ନେବେ 35 ଟିମ - 71ST SENIOR NATIONAL KABADDI

ଓଡ଼ିଶାରେ ପ୍ରଥମଥର କଟକରେ ହେବ 71ତମ ସିନିୟର ଜାତୀୟ କବାଡି ପ୍ରତିଯୋଗିତା । ଭାଗ ନେବେ 35ଟି ଟିମ୍‌ । ଉଦ୍‌ଘାଟନୀ ଉତ୍ସବରେ ସାମିଲ ହେବେ ମୁଖ୍ୟମନ୍ତ୍ରୀ ।

71st Senior National Kabaddi Championship Men
71st Senior National Kabaddi Championship Men (ETV Bharat Odisha)
author img

By ETV Bharat Odisha Team

Published : Jan 12, 2025, 5:23 PM IST

କଟକ: ପ୍ରଥମଥର ପାଇଁ ଓଡ଼ିଶାରେ ଅନୁଷ୍ଠିତ ହେବ 71ତମ ସିନିୟର ଜାତୀୟ ପୁରୁଷ କବାଡ଼ି ପ୍ରତିଯୋଗିତା । ଆସନ୍ତା ଫେବୃଆରୀ 20ରୁ 23 ପର୍ଯ୍ୟନ୍ତ କଟକ ଜବାହାରଲାଲ ନେହେରୁ ଇଣ୍ଡୋର ଷ୍ଟାଡିୟମ୍ ଠାରେ ଆୟୋଜିତ ହେବ ଜାତୀୟ କବାଡ଼ି ପ୍ରତିଯୋଗିତା । ଭାରତୀୟ କବାଡି ଫେଡେରେସନ ଅନୁମୋଦନ କ୍ରମେ ଓଡ଼ିଶାରେ ପ୍ରଥମ ଥର ଅନୁଷ୍ଠିତ ହେବାକୁ ଯାଉଛି ଏହି ମେଗା ସ୍ପୋର୍ଟସ ଇଭେଣ୍ଟ । ଉଦ୍‌ଘାଟନୀ ଉତ୍ସବରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଯୋଗଦେବ ।

ଖେଳିବେ 35ଟି ଟିମ୍‌:

71st Senior National Kabaddi Championship Men (ETV Bharat Odisha)

ଆଜି ରାଜ୍ୟ କବାଡ଼ି ସଂଘ ପକ୍ଷରୁ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ସଂଘ ସମ୍ପାଦକ ଅଜୟ କୁମାର ବେହରା କହିଛନ୍ତି, "71ତମ ସିନିୟର ଜାତୀୟ ପୁରୁଷ କବାଡ଼ି ପ୍ରତିଯୋଗିତା ପାଇଁ ଓଡ଼ିଶା କବାଡି ଦଳର ପ୍ରସ୍ତୁତି ଆରମ୍ଭ ହୋଇଯାଇଛି । ପ୍ରତିଯୋଗିତା ପାଇଁ 1 କୋଟି 50 ଲକ୍ଷ ଟଙ୍କା ଖର୍ଚ୍ଚ ଅଟକଳ କରାଯାଇଛି । ଓଡ଼ିଶା ସରକାର ଏବଂ ରୁଚି କମ୍ପାନୀର ମିଳିତ ସହଯୋଗରେ ଏହି ପ୍ରତିଯୋଗିତା ଅନୁଷ୍ଠିତ ହେବ । ଭାରତର ୩୦ଟି ଯାକ ରାଜ୍ୟ ପ୍ରତିଯୋଗିତାରେ ଅଂଶଗ୍ରହଣ କରିବେ । ଏହା ସହିତ ଅଫିସିଆଲ ଟିମ ଭାବରେ 5ଟି ଟିମ ଭାଗ ନେବେ । ମୋଟ ୩୫ଟି ଦଳରୁ ୪୫୦ରୁ ଖେଳାଳି ସାମିଲ ହେବ ।

ଉଦଘାଟନ ଉତ୍ସବରେ ଯୋଗ ଦେବେ ମୁଖ୍ୟମନ୍ତ୍ରୀ:

71st Senior National Kabaddi Championship Men
71st Senior National Kabaddi Championship Men (ETV Bharat Odisha)

ଏହାସହ ଅଫିସିଆଲ, ଭଲେଣ୍ଟର ଓ ଟେକ୍ନିକାଲ ଅଫିସିଆଲ ମିଶି ମୋଟ 750 ଜଣ ପ୍ରତିଯୋଗିତାରେ ଯୋଗଦେବେ ।ଏମାନଙ୍କ ମଧ୍ୟରୁ ବହୁ ଜାତୀୟ ଅର୍ନ୍ତଜାତୀୟ ଖେଳାଳି ଏବଂ ଦ୍ରୋଣାଚାର୍ଯ୍ୟ ପୁରସ୍କାର ପ୍ରାପ୍ତ କୋଚମାନେ ମଧ୍ୟ ଉପସ୍ଥିତ ରହିବେ । ଉଦ୍‌ଘାଟନୀ ଉତ୍ସବରେ ମୁଖ୍ୟମନ୍ତ୍ରୀ ଯୋଗଦେବ । ଉଦ୍‌ଯାପନୀ ଉତ୍ସବରେ ବହୁ କେନ୍ଦ୍ରମନ୍ତ୍ରୀ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି ।"

ଏହା ମଧ୍ୟ ପଢ଼ନ୍ତୁ...

ଇଂଲଣ୍ଡ T20 ପାଇଁ ଭାରତୀୟ ଟିମ୍ ଘୋଷଣା, ସାମିଙ୍କ କମବ୍ୟାକ

ଖେଲୋ ଇଣ୍ଡିଆ ମହିଳା ଭାରୋତ୍ତୋଳନ: ଓଡ଼ିଶାକୁ ୪ ସ୍ୱର୍ଣ୍ଣ, ୨ ରୌପ୍ୟ

BCCIର ନୂଆ ସଚିବ ହେଲେ ଦେବଜିତ୍‌ ସାଇକିଆ

୭୧ତମ ସିନିୟର୍ ଜାତୀୟ ପୁରୁଷ କବାଡି:

ତେବେ ଗତ ୨୦୧୭ ମସିହାରେ ଓଡ଼ିଶା କବାଡି ଆସୋସିଏସନ୍ ସଫଳତାର ସହ ୪୪ତମ ଜାତୀୟ ଜୁନିଅର କବାଡି ପ୍ରତିଯୋଗିତା ଆୟୋଜନ କରିଥିଲା । ଏହାକୁ ଦୃଷ୍ଟିରେ ରଖି କବାଡି ଫେଡେରେସନ୍ ଚଳିତ ବର୍ଷ ଓଡ଼ିଶାକୁ ୭୧ତମ ସିନିୟର୍ ଜାତୀୟ ପୁରୁଷ କବାଡି ଆୟୋଜନ ପାଇଁ ସୁଯୋଗ ଦେଇଛି । ତେଣୁ ପ୍ରତିଯୋଗିତାକୁ ସଫଳ କରିବା ପାଇଁ ସମସ୍ତଙ୍କ ସାହାଯ୍ୟ ଓ ସହଯୋଗ କରିବା ପାଇଁ ଓଡ଼ିଶା କବାଡି ଆସୋସିଏସନ୍ ପକ୍ଷରୁ କୁହାଯାଇଛି ।

ଇଟିଭି ଭାରତ, କଟକ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.