ଉଷା କୁଠୀରେ କୈଳାସୀ ଯାତ୍ରା, ପାରମ୍ପରିକ ଧୁନକେଲୀ ବାଦ୍ୟ ପରିବେଷଣ - usha kuthi
🎬 Watch Now: Feature Video
Published : Nov 24, 2023, 6:29 AM IST
ବୌଦ୍ଧ: ପବିତ୍ର କାର୍ତ୍ତିକ ପଞ୍ଚୁକ ଉପଲକ୍ଷେ ଜିଲ୍ଲାର ବିଭିନ୍ନ ଧାର୍ମିକ ପୀଠରେ ଭକ୍ତ ଓ ଶ୍ରଦ୍ଧାଳୁଙ୍କ ଭିଡ଼ ଲାଗିଛି । ଆଜି ଏକାଦଶୀ ତିଥିରେ ଜିଲ୍ଲାର ବିଭିନ୍ନ ସ୍ଥାନରେ କୈଳାସୀ ଯାତ୍ରା ଅନୁଷ୍ଠିତ ହୋଇଛି । ତେବେ ବୌଦ୍ଧ ଜିଲ୍ଲାର ୩ଟି ବ୍ଲକର ବିଭିନ୍ନ ସ୍ଥାନରେ ଥିବା କୈଳାସୀ ଦେବୀଙ୍କ ଉଷା କୁଠୀରେ କୈଳାସୀ ଯାତ୍ରା ଅନୁଷ୍ଠିତ ହୋଇଛି । କୈଳାସୀ ଦେବୀଙ୍କ ଉଷା କୁଠୀ ଘରେ ବିଭିନ୍ନ ଦେବାଦେବୀ ତଥା ଠୁଟି ଖଇରାଣୀ ଦେବୀଙ୍କ ଚିତ୍ରକଳା ଅଙ୍କନ କରାଯିବାର ପରମ୍ପରା ରହିଛି ।
କୁଠୀ ଚିତ୍ରକଳାର ଏହି ପ୍ରାଚୀନ ପରମ୍ପରା କାହିଁ କେଉଁ କାଳରୁ ପ୍ରଚଳିତ ହୋଇଆସୁଛି । ଏହା ବ୍ୟତୀତ ଦେବୀ କୈଳାସୀଙ୍କ କୁଠୀରେ ଶିବ ଧନୁ ସ୍ବରୂପ ଧନୁ କୁଲା ଓ ମାଟି ହାଣ୍ଡି ସହାୟତାରେ ଧୁନକେଲୀ ବାଦ୍ୟ ପରିବେଷଣ କରାଯାଇଥିଲା । ବିଭିନ୍ନ ସ୍ଥାନରେ ଥିବା କୈଳାସୀ କୁଠୀରେ ଏହି ଅବସରରେ କୈଳାସୀ ଯାତ୍ରା ଅନୁଷ୍ଠିତ ହୋଇଥିବାବେଳେ ଆଧ୍ୟାତ୍ମିକ କାର୍ଯ୍ୟକ୍ରମର ମଧ୍ୟ ଆୟୋଜନ କରାଯାଇଥିଲା ।
ଇଟିଭି ଭାରତ, ବୌଦ୍ଧ