thumbnail

By

Published : Apr 18, 2023, 7:03 AM IST

ETV Bharat / Videos

Jharsuguda By Elections: ଆଜି ନାମାଙ୍କନ ପତ୍ର ଦାଖଲ କରିବେ ଦିପାଳୀ

ଝାରସୁଗୁଡା: ପାଖେଇ ଆସୁଛି ଝାରସୁଗୁଡା ଉପନିର୍ବାଚନ ।  ଆଜି ନାମାଙ୍କନ ପତ୍ର ଦାଖଲ କରିବେ ବିଜେଡି ପ୍ରାର୍ଥୀ ଦୀପାଳି ଦାସ । ଏହା ପୂର୍ବରୁ ବାପାଙ୍କୁ ମନେପକାଇ ଭାବବିହ୍ବଳ ହେଉଛନ୍ତି ଦିପାଳୀ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଆଦର୍ଷ ଓ ବିକାଶ ମୂଳକ ଚିନ୍ତାଧାରା ଏବଂ ବାପା ନବ ଦାସଙ୍କ ଆଶୀର୍ବାଦକୁ ନେଇ ରାଜନୈତିକ ମଇଦାନକୁ ଓହ୍ଲାଇବେ ଦିପାଳୀ । ନାରୀ ସଶକ୍ତିକରଣ, ଶିକ୍ଷା ଏବଂ ଯୁବପିଢ଼ି ମାନଙ୍କୁ ଆଗକୁ ବଢ଼ିବାରେ ସହଯୋଗ କରିବେ ବୋଲି କହିଛନ୍ତି ଦିପାଳୀ । ଆଜି ନାମାଙ୍କନ ଦାଖଲ ପୂର୍ବରୁ ଦିନ 11ଟା ସମୟରେ କନକ ଦୁର୍ଗା ମନ୍ଦିରରେ ଆଳତୀ କରିବା ସହ ପୂଜାର୍ଚ୍ଚନା କରିବେ ଦୀପାଳି । ଏହାପରେ ସାଢ଼େ 11ଟା ସମୟରେ ମନମୋହନ ସ୍କୁଲ ପଡ଼ିଆରୁ ବିଜେଡିର ରାଜ୍ୟ ସ୍ତରୀୟ ନେତୃବର୍ଗ ଓ ଦଳୀୟ କର୍ମୀ ଏକାଠି ହୋଇ ସହରର ମୁଖ୍ୟ ରାସ୍ତାରେ ରାଲି କରିବେ । ମନମୋହନ ସ୍କୁଲ ପଡ଼ିଆରୁ ଏହି ରାଲି ବାହାରି ଝଣ୍ଡା ଛକ, ରେଲୱେ ଷ୍ଟେସନ ଛକ, ବସ୍‌ ଷ୍ଟେସନ ଛକ, ବେହେରାମାଲ ଛକ ଦେଇ ଉପଜିଲ୍ଲାପାଳଙ୍କ ଅଫିସରେ ପହଞ୍ଚିବେ । ସାରଦା ନାଏକଙ୍କ ଉପସ୍ଥିତିରେ ଏନେଇ ଗତକାଲି ସନ୍ଧ୍ୟାରେ ଏକ ପ୍ରସ୍ତୁତି ବୈଠକ ହୋଇଥିଲା । ନାମାଙ୍କନ ଦାଖଲ ପୂର୍ବରୁ ବିଜେଡି ପ୍ରାର୍ଥିନୀଙ୍କ ସହ ଆଲୋଚନା କରିଛନ୍ତି ଆମ ଝାରସୁୁଗୁଡ଼ା ସମ୍ବାଦଦାତା ଗୁରୁଚରଣ ବାଘ । 

ଇଟିଭି ଭାରତ, ଝାରସୁଗୁଡା

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.