ଝାରସୁଗୁଡ଼ାରେ ଓକିଲ ସଂଘ ନିର୍ବାଚନ ଶେଷ, କିଛି ସମୟ ପରେ ଆସିବ ଫଳାଫଳ - ୩୨୦ଜଣ ମତଦାତା ତାଙ୍କର ମତଦାନ କରିଛନ୍ତି

🎬 Watch Now: Feature Video

thumbnail

By

Published : Mar 25, 2023, 6:04 PM IST

ଝାରସୁଗୁଡ଼ା: ଆଜି ଝାରସୁଗୁଡ଼ା ଓକିଲ ସଂଘର ନିର୍ବାଚନ ଶେଷ ହୋଇଛି । ବାଲେଟ ବକ୍ସରେ ଜରିଆରେ ଭୋଟ ଦେଇଛନ୍ତି ଓକିଲ । ସମୁଦାୟ ୩୨୦ଜଣ ମତଦାତା ତାଙ୍କର ମତଦାନ କରିଛନ୍ତି । ସକାଳ ୮ରୁ ଦିନ ୩ଟା ଯାଏଁ ମତଦାନ ପ୍ରକ୍ରିୟା ଚାଲିଥିଲା । ୩ଟା ପରେ ଭୋଟ ଗଣତି ପ୍ରକ୍ରିୟା ଆରମ୍ଭ ହୋଇଥିଲା । ଶାନ୍ତି ଶୃଙ୍ଖଳା ସହିତ ଏହି ନିର୍ବାଚନ ପ୍ରକ୍ରିୟା ଶେଷ ହୋଇଛି ବୋଲି କହିଛନ୍ତି ନିର୍ବାଚନ ଅଧିକାରୀ ଶୁଭଳେନ୍ଦୁ ପଣ୍ଡା । ଏହି ନିର୍ବାଚନରେ ମହିଳା ମତଦାତାଙ୍କ ଉପରେ ପ୍ରାର୍ଥୀଙ୍କ ନଜର । ପ୍ରାୟ ୪୦ରୁ ଊର୍ଦ୍ଧ୍ବ ମହିଳା ମତଦାତା ରହିଛନ୍ତି । ସଭାପତି ପାଇଁ ବିଜୟ କୁମାର ସାରଙ୍ଗୀ, ରାଧକାନ୍ତ ସା, ସିୟାରାମ ଦାସ, ତ୍ରିନାଥ ଗୁଆଲ ରହିଥିବା ବେଳେ ଉପସଭାପତି ପାଇଁ ଅମିୟ କୁମାର ପାଣିଗ୍ରାହୀ, ଦେବାନନ୍ଦ ତିୱରୀ ପ୍ରାର୍ଥୀ ରହିଛନ୍ତି । 

ସେହିପରି ସାଧାରଣ ସମ୍ପାଦକ ପାଇଁ ଅସିତ କୁମାର ବେହେରା ଓ ସୁନିଲ କୁମାର ଦାସ ଓ କୋଷାଧ୍ୟକ୍ଷ ପାଇଁ ବିକାଶ ପଣ୍ଡା ଓ ରଶ୍ମିରାଣୀ ପଣ୍ଡା ପ୍ରାର୍ଥୀ ରହିଛନ୍ତି । ଶେଷରେ ଉପଦେଷ୍ଟା କମିଟି ପାଇଁ ଅହଲ୍ୟା ନାୟକ, ଅକ୍ଷୟ କୁମାର ନାୟକ, କଳ୍ପନା ସାହୁ, ପ୍ରଭୁ ଚରଣ ଆଇଣ୍ଡ, ସଂଜୀବ କୁମାର ପାଟ୍ଟଜୋସି, ଶୁଭ୍ରାନ୍ତ ଭୋଇ ପ୍ରମୁଖ ପ୍ରାର୍ଥୀ ଭାବେ ନିର୍ବାଚନ ମଇଦାନକୁ ଓହ୍ଲାଇଥିଲେ । ସେପଟେ ଯୁଗ୍ମ ସମ୍ପାଦକ ପାଇଁ ମନିସ କୁମାର ବାଜପେୟୀ ଓ ସଂଜୀବ ପ୍ରସାଦ ରାଏ ନିଦ୍ବନ୍ଦରେ ନିର୍ବାଚିତ ହୋଇଛନ୍ତି ।


ଇଟିଭି ଭାରତ, ଝାରସୁଗୁଡ଼ା

ABOUT THE AUTHOR

author-img

...view details

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.