thumbnail

By

Published : Dec 8, 2022, 10:33 AM IST

Updated : Feb 3, 2023, 8:35 PM IST

ETV Bharat / Videos

Watch Video: ଢୋଲ ବଜାଇ ପାଇକ ନୃତ୍ୟ କଲେ ସୁର

ଖୋର୍ଦ୍ଧା: ଜଟଣୀ ବିଧାୟକ ତଥା ବରିଷ୍ଠ କଂଗ୍ରେସ ନେତା ସୁରେଶ କୁମାର ରାଉତରାୟ ତାଙ୍କ ମଜାଳିଆ ଅନ୍ଦାଜ ପାଇଁ ସବୁବେଳେ ଚର୍ଚ୍ଚାରେ ରୁହନ୍ତି । ବିଭିନ୍ନ ପ୍ରସଙ୍ଗରେ ମଜାଳିଆ ଢଙ୍ଗରେ ତାଙ୍କ ଉତ୍ତର ଓଡିଶା ବାସୀଙ୍କ ମନକୁ ବେଶ ଛୁଇଁଥାଏ । ସେହିଭଳି ତାଙ୍କ ନିଆରା ଅନ୍ଦାଜର କାର୍ଯ୍ୟଶୈଳୀକୁ ମଧ୍ୟ ବେଶ ପସନ୍ଦ କରିଥାନ୍ତି ଲୋକେ । ପାଇକ ବିଦ୍ରୋହକୁ ପ୍ରଥମ ସ୍ୱାଧୀନତା ସଂଗ୍ରାମର ମାନ୍ୟତା ଓ ପାଇକ ରେଜିମେଣ୍ଟ ଗଠନ ପାଇଁ ପାଇକ ଆନ୍ଦୋଳନ ହେଉଥିବା ବରୁଣେଇରେ ପହଞ୍ଚି ଜଟଣୀ ବିଧାୟକ ନାଚୁଥିବା ଦେଖିବାକୁ ମିଳିଛି । ପାଇକ ପୁଅଙ୍କ ଭଳି ଖଣ୍ଡା ଚାଳନା ଓ କାନ୍ଧରେ ଢୋଲ ପକାଇ ଏହାକୁ ବଜାଇବାର ଦୃଶ୍ୟ ଏବେ ସୋସିଆଲ ମିଡିଆରେ ଭାଇରଲ ହେବାରେ ଲାଗିଛି । ଇଟିଭି ଭାରତ, ଖୋର୍ଦ୍ଧା
Last Updated : Feb 3, 2023, 8:35 PM IST

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.