ଗୁଲମାର୍ଗରେ ବର୍ଷର ପ୍ରଥମ ତୁଷାରପାତ; ଶୁଭ୍ର ଚାଦରରେ ଢାଙ୍କି ହେଲା ପ୍ରକୃତିରାଣୀ - ଜମ୍ମୁ କାଶ୍ମୀରରେ ତୁଷାରପାତ
🎬 Watch Now: Feature Video


Published : Nov 10, 2023, 11:58 AM IST
ଶ୍ରୀନଗର: ଜମ୍ମୁ-କାଶ୍ମୀର କଥା ଉଠିଲେ ମନକୁ ଆସେ ତୁଷାରପାତ, ନଭଚୁମ୍ବି ଶୁଭ୍ର ଗିରିମାଳା, ରଙ୍ଗୀନ ଫୁଲ, ଡାଲ୍ ଭଳି ନାନା ଆକର୍ଷଣୀୟ ହ୍ରଦ । ପ୍ରକୃତିର ଅନୁପମ ସୌନ୍ଦର୍ଯ୍ୟର ସମାହାର ଦେଖିବାକୁ ମିଳେ ଏଠାରେ । ସେଥିପାଇଁ ତ ଜମ୍ମୁ-କାଶ୍ମୀରକୁ ଭାରତର ଭୂସ୍ବର୍ଗ କୁହାଯାଏ । କାଶ୍ମୀର ଉପତ୍ୟାକାର ଅନ୍ୟତମ ପର୍ଯ୍ୟଟନ ସ୍ଥଳୀ ଗୁଲମାର୍ଗରେ ବର୍ଷର ପ୍ରଥମ ତୁଷାରପାତ ହୋଇଛି । ହିମ ଚାଦରରେ ଢାଙ୍କି ହୋଇଛି ଗଛଲତା, ଘରଦ୍ବାର, ରାସ୍ତାଘାଟ । ଲାଗୁଛି ଯେମିତି ଧରଣୀରାଣୀ ଶୁଭ୍ର ଚାଦର ଘୋଡ଼େଇ ହୋଇ ଦେଖଣାହାରୀଙ୍କୁ ବିମୋହିତ କରୁଛି ନିଜର ଅପୂର୍ବ ସୌନ୍ଦର୍ଯ୍ୟରେ । ଆହାଃ କି ସୁନ୍ଦର ଏ ଦୃଶ୍ୟ । ଅପରୂପ ସୌନ୍ଦର୍ଯ୍ୟରେ ଭରପୂର ଭାରତର ଏହି ଭୂସ୍ବର୍ଗରେ ବର୍ଷ ତମାମ ପର୍ଯ୍ୟଟଙ୍କୁ ଆକର୍ଷିତ କରିଥାଏ । ଶୀତ ଆଗମନରେ ତୁଷାରପାତର ଭରପୁର ମଜା ନେବାକୁ ଉପତ୍ୟାକାରେ ପହଞ୍ଚିଥାନ୍ତି ପର୍ଯ୍ୟଟକ । ଦେଖନ୍ତୁ ଗୁଲମାର୍ଗରେ ବର୍ଷର ପ୍ରଥମ ତୁଷାରପାତର ଏହି ମନଲୋଭା ଦୃଶ୍ୟ...