ସାମ୍ୱାଦିକାଙ୍କୁ ମାଡ ଘଟଣା: ପ୍ରଯୋଜକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କଲା ଯାଜପୁର ସିଭିଲ ସୋସାଇଟି

By ETV Bharat Odisha Team

Published : Nov 4, 2023, 5:54 PM IST

thumbnail

ଯାଜପୁର: ଖବର ସଂଗ୍ରହ ପାଇଁ ଯାଇଥିବା ବେଳେ ଇଟିଭି ସାମ୍ବାଦିକାଙ୍କୁ ଦୁର୍ବ୍ୟବହାର ଘଟଣାରେ ଫିଲ୍ମ ପ୍ରଯୋଜକ ଟୁଟୁ ନାୟକ ଗିରଫ ହୋଇଛନ୍ତି। ସେପଟେ ସାରା ରାଜ୍ୟରେ ବିଭିନ୍ନ ସ୍ଥାନରେ ସାମ୍ବାଦିକାଙ୍କୁ ଦୁର୍ବ୍ୟବହାର ଘଟଣାକୁ ନେଇ ବିରୋଧାଭାଷ ଦେଖିବାକୁ ମିଳିଛି । ପ୍ରଯୋଜକ ଟୁଟୁ ନାୟକଙ୍କ ଗିରଫ ଦାବିରେ ଯାଜପୁରରେ ସିଭିଲ ସୋସାଇଟି ପକ୍ଷରୁ ଦଳା ସ୍ଥିତ ଅତିରିକ୍ତ ଜିଲ୍ଲାପାଳଙ୍କ କାର୍ଯ୍ୟରେ ଦାବିପତ୍ର ଦିଆଯାଇଥିଲା l ଆଜି ସିଭିଲ ସୋସାଇଟି ଆବାହକ ବିଶ୍ୱନାଥ ପତ୍ର ଓ କୋରେଇ ସଂଗ୍ରାମ ସମିତି ସଭାପତି ବିଦ୍ୟାଧର ମହାନ୍ତିଙ୍କ ନେତୃତ୍ୱରେ ସାମ୍ବାଦିକ ଓ ବିଭିନ୍ନ ସଂଗଠନର ସଦସ୍ୟ କାର୍ଯ୍ୟାଳୟରେ ପହଞ୍ଚି ଫିଲ୍ମ ପ୍ରଯୋଜକ ଟୁଟୁ ନାୟକଙ୍କୁ ଗିରଫ କରିବାକୁ ମୁଖ୍ୟମନ୍ତ୍ରୀଙ୍କ ଉଦେଶ୍ୟରେ ଏକ ଦାବିପତ୍ର ପ୍ରଦାନ କରିଥିଲେ l 

ଏହାମଧ୍ୟ ପଢନ୍ତୁ..ସାମ୍ବାଦିକା ଦେବସ୍ମିତାଙ୍କୁ ଟୁଟୁ ନାୟକଙ୍କ ମାଡ ଘଟଣା, ଦୃଢ କାର୍ଯ୍ୟାନୁଷ୍ଠାନ ଦାବି କଲା ସାମ୍ବାଦିକ ସଂଘ

ଗତକାଲି(ଶୁକ୍ରବାର) ଇଟିଭି ଭାରତର ସାମ୍ବାଦିକା ଦେବସ୍ମିତା ରାଉତ ରାଉତ ଭୁବନେଶ୍ୱରର ଏକ ହଲକୁ ନିୟୁଜ ସଂଗ୍ରହ କରିବାକୁ ଯାଇଥିବା ସମୟରେ ପ୍ରଯୋଜକ ଟୁଟୁ ନାୟକ ତାଙ୍କୁ ଦୁର୍ବ୍ୟବହାର କରିଥିଲେ । ଯାହାକୁ ନେଇ ସାରା ରାଜ୍ୟରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି । ତେବେ ଯାଜପୁରରେ ସ୍ଥିତିକୁ ନେଇ ଅଧିକ ସୂଚନା ଦେଇଛନ୍ତି ଯାଜପୁରରୁ ଆମ ପ୍ରତିନିଧି ଜ୍ଞାନରଞ୍ଜନ ଓଝା ।

ଇଟିଭି ଭାରତ, ଯାଜପୁର 

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.