ପାଞ୍ଚ ଦଫା ଦାବି ନେଇ ଆମରଣ ଅନଶନରେ ଜେଲ କର୍ମଚାରୀ - ଆମରଣ ଅନଶନରେ ଜେଲ କର୍ମଚାରୀ
🎬 Watch Now: Feature Video
![ETV Bharat Odisha Team](https://etvbharatimages.akamaized.net/etvbharat/prod-images/authors/odisha-1716536003.jpeg)
Published : Sep 26, 2023, 12:00 PM IST
କୋରାପୁଟ: ଆମରଣ ଅନଶନକୁ ଓହ୍ଲାଇଛନ୍ତି ଜେଲ୍ କର୍ମଚାରୀ । ପାଞ୍ଚ ଦଫା ଦାବି ପୂରଣ ନେଇ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ଜେଲ ଆଗରେ ଧାରଣାରେ ଜେଲ କର୍ମଚାରୀ । ଦୀର୍ଘ ୧୨ ଦିନ ଧରି କଳାବ୍ୟାଚ୍ ପିନ୍ଧି ଧାରଣା ଦେବା ପରେ ଶେଷରେ ଆମରଣ ଅନଶନରେ ବସିଛନ୍ତି । ୫ ଦଫା ଦାବି ପୂରଣ ନ ହେବା ପର୍ଯ୍ୟନ୍ତ ଧାରଣା ବସି ରହିବେ ବୋଲି ଚେତାବନୀ ଦେଇଛନ୍ତି ଜେଲ୍ କର୍ମଚାରୀ । ସେହିପରି ଏହି ଅନଶନ ସମୟରେ କାହାର ଯଦି କିଛି ଅଘଟଣ ଘଟେ ତେବେ ସେଥିପାଇଁ ରାଜ୍ୟ ସରକାର ଦାୟୀ ରହିବେ ବୋଲି ପ୍ରକାଶ କରିଛନ୍ତି ।
ଏହା ମଧ୍ୟ ପଢନ୍ତୁ- ଆମରଣ ଅନଶନରେ ଜେଲ କର୍ମଚାରୀ, ଅସୁସ୍ଥ ହୋଇ ମେଡିକାଲରେ ଭର୍ତ୍ତି ଆନ୍ଦୋଳନକାରୀ
ତେବେ ୫ ଦଫା ଦାବି ଗୁଡିକ ହେଲା- ଓ୍ବାର୍ଡର ଓ ଚିଫ୍ ଓ୍ବାର୍ଡର ମାନଙ୍କର ଗ୍ରେଡ ପେ' ବୃଦ୍ଧି କରାଯାଉ । 2012 କାରାଗାର ପରିଚାଳନା ନିୟମ ଅନୁଯାୟୀ ୱାର୍ଡର କର୍ମଚାରୀଙ୍କ ବରିଷ୍ଠତା ଭିତ୍ତିରେ ପଦୋନ୍ନତି କରିବା, ୱାର୍ଡର କର୍ମଚାରୀଙ୍କୁ ମିଳୁଥିବା ଖାଦ୍ୟ ପାନୀୟ ଭତ୍ତା ୪ଶହ ଟଙ୍କାରୁ ୧୪୦୦ ଶହ ଟଙ୍କାକୁ ବୃଦ୍ଧି କରିବା, ସବ୍ ଡିଭିଜନ କାରାଗାରମାନଙ୍କ ଭିତରେ ଥିବା ବଦଳି ଆଇନକୁ କୋହଳ କରିବା ତଥା ୱାର୍ଡର କର୍ମଚାରୀଙ୍କୁ ମିଳୁଥିବା ମାସିକିଆ ଦରମାକୁ ପରିବର୍ତ୍ତନ କରି ନୂତନ ଭାବେ ସପ୍ତମ ବେତନ କମିଶନ ଅନୁଯାୟୀ ଦରମା ଦେବା ଆଦି ୫ ଦାବି ପୂରଣ ପାଇଁ ଏହି ଆନ୍ଦୋଳନ କରିଛନ୍ତି ।
ଇଟିଭି ଭାରତ, କୋରାପୁଟ