ଡିଜି ଅଫିସରେ ଫେରାଦ ହେଲେ ଶ୍ରମିକ ସଙ୍ଗଠନ, ଇଣ୍ଡଷ୍ଟ୍ରି ମାଲିକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି - କଟକ ଡିଜି ଅଫିସ ଆଗରେ ଧାରଣା
🎬 Watch Now: Feature Video
Published : Jan 13, 2024, 3:44 PM IST
କଟକ: ରାଜ୍ୟ ଡିଜି ଅଫିସ ଘେରିଲା ଶ୍ରମିକ ସଂଘ । ଦୀର୍ଘଦିନ ଧରି ଦାବି କରିବା ପରେ ଦାବି ପୂରଣ ନହେବାରୁ ବାଧ୍ୟ ହୋଇ ଡିଜି ଅଫିସରେ ଫେରାଦ ହୋଇଛି ସଙ୍ଗଠନ । ଜଗତ୍ପୁର ଶିଳ୍ପାଞ୍ଚଳସ୍ଥିତ କସ୍ବୋର୍ଡ଼ ଇଣ୍ଡଷ୍ଟ୍ରିର ମାଲିକ ଶ୍ରମିକଙ୍କ ବକେୟା ଦରମା, ଗ୍ରାଚ୍ୟୁଟି, ବୋନସ୍ ସମେତ ଅନ୍ୟାନ୍ୟ ଶ୍ରମ ଆଇନକୁ ଚଞ୍ଚକତା କରିଥିବା ନେଇ ଅଭିଯୋଗ କରିଛି ଜଗତପୁର ଶିଳ୍ପାଞ୍ଚଳ ଶ୍ରମିକ ସଂଘ । ଏ ବାବଦରେ ଦୀର୍ଘ ଚାରିମାସ ହେବ ଶ୍ରମିକମାନେ ଫାଟକ ସମ୍ମୁଖରେ ଧାରଣା ଦେଇଥିବା ବେଳେ ବର୍ତ୍ତମାନ ଉକ୍ତ କମ୍ପାନୀର ମାଲିକ ତାଙ୍କ ନାଁ'ରେ ଜଗତପୁର ଥାନାରେ ମିଥ୍ୟା ଅଭିଯୋଗ କରିଛନ୍ତି । ଯାହାକୁ ବିରୋଧ କରି ଶ୍ରମିକ ମାନେ ପୋଲିସ ମହାନିର୍ଦ୍ଦେଶକଙ୍କ ଦ୍ୱାରସ୍ଥ ହୋଇଛନ୍ତି ।
ଏହାମଧ୍ୟ ପଢନ୍ତୁ..ବାଲିଯାତ୍ରା ଦୁର୍ନୀତି; ଯାଞ୍ଚ କମିଟି ଫେଲ ମାରିଛି କହିଲେ ମୋକିମ
ଭାରତୀୟ ମଜଦୁର ସଂଘଦ୍ବାରା ପରିଚାଳିତ ଜଗତପୁର ଶିଳ୍ପାଞ୍ଚଳ ଶ୍ରମିକ ସଂଘ ତରଫରୁ ପୋଲିସ ମହାନିର୍ଦ୍ଦେଶକଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯିବା ସହ ପୋଲିସ ଡ଼ିଜିଙ୍କୁ ଏକ ଦାବିପତ୍ର ପ୍ରଦାନ କରାଯାଇଛି । ଆଗାମୀ ଦିନରେ ଯଦି ଏହା ଉପରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାନଯାଏ ତେବେ ଆନ୍ଦୋଳନ ଜୋରଦାର ହେବ ଓ ଶ୍ରମ ମନ୍ତ୍ରୀଙ୍କ ବାସ ଭବନରେ ଆମରଣ ଅନଶନ କରିବେ ବୋଲି ଚେତାଇ ଦେଇଛି ଜଗତପୁର ଶିଳ୍ପାଞ୍ଚଳ ଶ୍ରମିକ ସଂଘ । ତେବେ ପୂର୍ବରୁ ଅନେକ ମାସ ଧରି ଶ୍ରମିକ ମାନେ ବିଭିନ୍ନ ସରକାରୀ କାର୍ଯ୍ୟାଳୟ ବୁଲି ଅଭିଯୋଗ ଦାୟର କରିଥିଲେ ମଧ୍ୟ କେହି ଶୁଣିନଥିବା ଅଭିଯୋଗ କରିଛନ୍ତି । ଏପରିକି ସରକାରୀ ଶ୍ରମ କାର୍ଯ୍ୟଳୟରେ ମଧ୍ୟ ଅଭିଯୋଗ କଲା ପରେ କାର୍ଯ୍ୟାନୁଷ୍ଠାନ ନିଆଯାଇନଥିବା ଶ୍ରମିକମାନେ ଅଭିଯୋଗ କରିଛନ୍ତି ।
ଇଟିଭି ଭାରତ, କଟକ