Aditya-L1: ଭଗବାନଙ୍କ ଶରଣରେ ଇସ୍ରୋ ବୈଜ୍ଞାନିକ, ତିରୁମାଳା ମନ୍ଦିରରେ କଲେ ପୂଜାର୍ଚ୍ଚନା - ସୌର ମିଶନ

🎬 Watch Now: Feature Video

thumbnail

By ETV Bharat Odisha Team

Published : Sep 1, 2023, 1:58 PM IST

Updated : Sep 1, 2023, 2:04 PM IST

ହାଇଦ୍ରାବାଦ: ଆଉ ମାତ୍ରେ କିଛି ଘଣ୍ଟାର ଅପେକ୍ଷା । ଚନ୍ଦ୍ର ପରେ ଏବେ ସୂର୍ଯ୍ୟ ଉପରେ ଗବେଷଣା ଆରମ୍ଭ କରିବ ଭାରତ । ଶନିବାର ପୂର୍ବାହ୍ନ 11.50 ରେ ଆନ୍ଧ୍ର ପ୍ରଦେଶର ଶ୍ରୀହରିକୋଟା ସ୍ଥିତ ମହାକାଶ କେନ୍ଦ୍ରରୁ ଆଦିତ୍ୟ L1 ଲଞ୍ଚ ହେବା ନେଇ କାର୍ଯ୍ୟସୂଚୀ ପ୍ରସ୍ତୁତ ହୋଇଥିବା ବେଳେ ଆରମ୍ଭ ହୋଇଛି କାଉଣ୍ଟଡାଉନ । ଏହାରି ଭିତରେ ଆଜି ଇସ୍ରୋ ବୈଜ୍ଞାନିକମାନେ ଆଦିତ୍ୟ L1ର ଏକ କ୍ଷୁଦ୍ର ମଡେଲ ନେଇ ତିରୁମାଳା ଭେଙ୍କଟେଶ୍ବର ମନ୍ଦିରରେ ପୂଜାର୍ଚ୍ଚନା କରି ପ୍ରାର୍ଥନା କରିଛନ୍ତି ।

କହିରଖୁଛୁ କି, ଇସ୍ରୋର ସୂର୍ଯ୍ୟ ମିଶନ ଉପରେ ସମସ୍ତଙ୍କର ନଜର ରହିଥିବା ବେଳେ ଏବେ ଠାରୁ ଆରମ୍ଭ ହୋଇଯାଇଛି କାଉଣ୍ଟଡାଉନ । ଏନେଇ ଇସ୍ରୋ ଚେୟାରମ୍ୟାନ ଏସ ସୋମନାଥ ସୂଚନା ଦେଇଛନ୍ତି । ଏହା ପ୍ରଥମ ସୌର ମିଶନ ଅଟେ । ସୂର୍ଯ୍ୟଙ୍କର ଫଟୋସ୍ପିୟର, କ୍ରୋମୋସ୍ପିଅର ଏବଂ ବାହ୍ୟସ୍ତର କୋରୋନାର ଅନୁଧ୍ୟାନ ପାଇଁ ଆଦିତ୍ୟ ଏଲ 1ରେ 7ଟି ପ୍ଲେଲୋଡ ରହିବ । ସୌରପୃଷ୍ଠର ବାହାର ପରସ୍ତ ବା (କରୋନା)କୁ ଅନୁଧ୍ୟାନ କରିବା ପାଇଁ କୋରନାଗ୍ରାଫ ପେଲୋଡ ଇନଷ୍ଟଲ କରାଯାଇଛି।

ଏହା ମଧ୍ୟ ପଢନ୍ତୁ: Aditya-L1: ଇସ୍ରୋର ମିଶନ ସୂର୍ଯ୍ୟ, ଆରମ୍ଭ ହେଲା କାଉଣ୍ଟଡାଉନ

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Sep 1, 2023, 2:04 PM IST

ABOUT THE AUTHOR

...view details

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.