thumbnail

By

Published : Jan 25, 2023, 8:02 PM IST

Updated : Feb 3, 2023, 8:39 PM IST

ETV Bharat / Videos

74ତମ ଗଣତନ୍ତ୍ର ଦିବସ, ଦେଶବାସୀଙ୍କୁ ବାଲୁକା କଳାରେ ଶୁଭେଚ୍ଛା ଜଣାଇଲେ ସୁଦର୍ଶନ

ପୁରୀ: ଚଳିତ ବର୍ଷ ପାଳନ ହେବାକୁ ଯାଉଛି କରୋନା ମୁକ୍ତ ଗଣତନ୍ତ୍ର ଦିବସ । ଏହି 74 ତମ ଗଣତନ୍ତ୍ର ଦିବସ ଅବସରରେ ବାଲୁକା ଚିତ୍ର କଳାରେ ଗଣତନ୍ତ୍ର ଦିବସ ଶୁଭେଚ୍ଛା । ବିଶିଷ୍ଟ ବାଲୁକା ଚିତ୍ର ଶିଳ୍ପୀ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ ପୁରୀ ର ନିଳାଦ୍ରୀ ବିଚ୍ ରେ ଏକ ସୁନ୍ଦର ବାଲୁକା ଚିତ୍ର କଳା ନିର୍ମାଣ କରି ସାରା ଦେଶବାସୀଙ୍କୁ 74 ତମ ଗଣତନ୍ତ୍ର ଦିବସର ଶୁଭେଚ୍ଛା ଦେଇଛନ୍ତି । ତେବେ ବାଲୁକାଚିତ୍ର କଳାଟି ବେଶ୍ ନିଆରା । Sand Art installation ରେ ଏହି ବାଲୁକା ଚିତ୍ର କଳା ନିର୍ମାଣ କରାଯାଇଛି। ଯାହାକି ବେଶ୍ ଆକର୍ଷଣୀୟ ହେଇଛି।  

ଏନେଇ ଶତାଧିକ ଷ୍ଟିଲ ଗିନା, ଦିପକୁ ଲଗାଯାଇ ଏହି ସୁନ୍ଦର ବାଲୁକା ଚିତ୍ରକଳା କରଯାଇଛି । ଦେଶ ର ପ୍ରତ୍ୟେକ ନାଗରିକ ଓ ଯୁବପୀଢି ଭାରତୀୟ ଭାବେ ଗର୍ବ କରି ଗଣତନ୍ତ୍ର ଦିବସକୁ ସେଲିବ୍ରେଟ କରିବାକୁ ଏହି ବାଲୁକା ଚିତ୍ର କଳାରେ ବାର୍ତ୍ତା ଦିଆଯାଇଛି । ତେବେ ପ୍ରତିବର୍ଷ ଗଣତନ୍ତ୍ର ଦିବସ ଅବସରରେ ବାଲୁକା ଚିତ୍ର କଳାର ନିଆରା ଢଙ୍ଗରେ ସୁଦର୍ଶନ ସାରା ଦେଶବାସୀଙ୍କୁ ଶୁଭେଚ୍ଛା ଦେଇଥାନ୍ତି। ଏନେଇ  ପୁରୀ ବେଳାଭୂମିରେ ଆଜି ସୁଦର୍ଶନ ଙ୍କ ବାଲୁକା ଚିତ୍ରକଳା ଦେଖିବାକୁ ପର୍ଯ୍ୟଟକଙ୍କ ବେଶ୍ ଭିଡ ହୋଇ ଥିଲା ।

ଇଟିଭି ଭାରତ, ପୁରୀ 

Last Updated : Feb 3, 2023, 8:39 PM IST

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.