Bastille Day Parade: ଅତିଥି ହେବେ ପ୍ରଧାନମନ୍ତ୍ରୀ, ଶକ୍ତି ଦେଖାଇବ ରାଫେଲ - ପ୍ରଧାନମନ୍ତ୍ରୀଙ୍କ ଫ୍ରାନ୍ସ ଗସ୍ତ

🎬 Watch Now: Feature Video

thumbnail

By

Published : Jul 13, 2023, 10:40 PM IST

ହାଇଦ୍ରାବାଦ: ଆସନ୍ତାକାଲି ଫ୍ରାନ୍ସ ପାଳନ କରିବାକୁ ଯାଉଛି ନିଜର ଜାତୀୟ ଦିବସ । ଏହି କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ମୋଦି ମୁଖ୍ୟ ଅତିଥି ଭାବେ ଅଂଶଗ୍ରହଣ କରୁଛନ୍ତି । ଆଜି ପ୍ରଧାନମନ୍ତ୍ରୀ ପ୍ୟାରିସରେ ପହଞ୍ଚିଛନ୍ତି । ଏହି ପରେଡରେ ଭାରତୀୟ 3 ସେନାର ମଧ୍ୟ କଣ୍ଟିନେଟ ଅଂଶଗ୍ରହଣ କରୁଛନ୍ତି । ଭାରତୀୟ ବାୟୁସେନା ସ୍କ୍ବାର୍ଡନ ଅଂଶଗ୍ରହଣର  ‘ବସ୍ତାଇଲ ଡେ’ ଫ୍ଲାଏପାଷ୍ଟର ମୁଖ୍ୟ ଆକର୍ଷଣ ହେବ । ଏଥିପାଇଁ ରାଫେଲ ସମେତ ଏକାଧିକ ଭାରତୀୟ ଯୁଦ୍ଧ ବିମାନ ଫ୍ରାନ୍ସ ପହଞ୍ଚି ସାରିଥିବା ବେଳେ ଏକାଧିକ ପର୍ଯ୍ୟାୟର ଅଭ୍ୟାସ ମଧ୍ୟ ଶେଷ କରିସାରିଛନ୍ତି । ହେଲେ ଚର୍ଚ୍ଚାରେ ରହିଛି ଫ୍ରାନ୍ସରେ ନିର୍ମିତ ହୋଇ ଭାରତ ଆସିଥିବା ରାଫେଲ ଯୁଦ୍ଧ ବିମାନ । ଏହି ବିମାନକୁ କାଲି ଫ୍ରାନ୍ସ ଆକାଶରେ ଉଡାଇ ଶକ୍ତି ପ୍ରଦର୍ଶନ କରିବେ ଭାରତୀୟ ବାୟୁସେନାର ବାୟୁବୀର । ଏଥିପାଇଁ ଅଭ୍ୟାସ ମଧ୍ୟ ଶେଷ ହୋଇସାରିଛି । ଆସନ୍ତାକାଲି ବିଦେଶ ମାଟିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଉପସ୍ଥିତିରେ ସାମର୍ଥ୍ୟ ଦେଖାଇବ ଭାରତୀୟ ବାୟୁସେନା ।

‘ବସ୍ତାଇଲ ଦିବସ’ କୁ ଫ୍ରାନ୍ସ ନିଜର ଜାତୀୟ ଦିବସ ଭାବ ପାଳନ କରିଥାଏ । 1789 ମସିହାରେ ବସ୍ତାଇଲ ଦୁର୍ଗର ପତନ ‘ଫରାସୀ ରାଷ୍ଟ୍ର ବିଳ୍ପବ’ର ଏକ ପ୍ରମୁଖ ଘଟଣା ଥିଲା । ଏହାକୁ ଫ୍ରାନ୍ସ ଦେଶ ଇତିହାସର ଏକ ପ୍ରମୁଖ ଘଟଣା ବିବେଚନା କରିବା ସହ ଜାତୀୟ ଦିବସ ଭାବେ ପାଳନ କରିଆସୁଛି । ଏହି କାର୍ଯ୍ୟକ୍ରମରେ ଚଳିତ ଥରର ଅତିଥି ଭବେ ସାମିଲ ହେବାକୁ ଫ୍ରାନ୍ସ ରାଷ୍ଟ୍ରପତି ଇମାନୁଏଲ ମାକ୍ରୋନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ନିମନ୍ତ୍ରଣ କରିଥିଲେ । ନିମନ୍ତ୍ରଣ ରକ୍ଷା କରି ପ୍ରଧାନମନ୍ତ୍ରୀ ମୋଦି ଆଜିଠାରୁ ଦୁଇ ଦିନିଆ ଫ୍ରାନ୍ସ ଗସ୍ତ କରିଛନ୍ତି ।

ABOUT THE AUTHOR

author-img

...view details

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.