thumbnail

Hockey World Cup 2023: ଭୁବନେଶ୍ୱରରେ ପହଞ୍ଚିଲେ ଭାରତ, ସ୍ପେନ୍ ଓ ୱେଲ୍ସ; ୧୯ରେ ୱେଲ୍ସକୁ ଭେଟିବ ଭାରତ

By

Published : Jan 16, 2023, 10:30 PM IST

Updated : Feb 3, 2023, 8:39 PM IST

ଭୁବନେଶ୍ବର: ରାଜ୍ୟରେ ଜାରି ରହିଛି ହକି ବିଶ୍ବକପ ୨୦୨୩ । ଆସନ୍ତା ୧୯ ତାରିଖରେ କଳିଙ୍ଗ ଷ୍ଟାଡିୟମରେ ୱେଲ୍ସକୁ ଭେଟିବ ଟିମ ଇଣ୍ଡିଆ । ଏହା ପୂର୍ବରୁ ସୋମବାର ରାଉରକେଲାରୁ ଆସି ଭୁବନେଶ୍ବରରେ ପହଞ୍ଚିଛି ଭାରତୀୟ ହକି ଦଳ । ବର୍ତ୍ତମାନ ହକି ବିଶ୍ବକପ ଏକ ରୋମାଞ୍ଚକର ସ୍ଥିତିରେ ପହଞ୍ଚିଛି । କେଉଁ ପୁଲରୁ କେଉଁ ଦଳ କ୍ବାର୍ଟର ଫାଇନାଲ ପାଇଁ ଉତ୍ତୀର୍ଣ୍ଣ ହେବ, ତାହା କହିବା ମୁସ୍କିଲ । ତେବେ କ୍ବାର୍ଟର ଫାଇନାଲରେ ପହଞ୍ଚିବା ପାଇଁ ବିଭିନ୍ନ ଦଳ ତିଆରି କରୁଛନ୍ତି ସମୀକରଣ । ରବିବାର ରାଉରକେଲା ବିର୍ସା ମୁଣ୍ଡା ଷ୍ଟାଡିୟମରେ ଇଂଲଣ୍ଡ ସହ ଭାରତର ହାଇ ଭୋଲ୍‌ଟେଜ ମ୍ୟାଚ୍‌ରେ ଦୁଇ ଦଳ ସଂଘର୍ଷ ସତ୍ତ୍ବେ ମ୍ୟାଚ୍‌ର ରେଜଲ୍ଟ ଡ୍ର ରହିଥିଲା । ଦୁଇ ଦଳ ସଂଘର୍ଷ କରି ପରସ୍ପରକୁ ଆଟାକ କରି ଖେଳିଥିଲେ ଏବଂ ଦୁଇ ଦଳଙ୍କ ମଧ୍ୟରେ କଡ଼ା ଟକ୍କର ଦେଖିବାକୁ ମିଳିଥିଲା । ତେବେ ଏହାରି ମଧ୍ୟରେ ରାଉରକେଲାରୁ ଆସି ଭୁବନେଶ୍ବରରେ ପହଞ୍ଚିଛନ୍ତି ସ୍ପେନ୍ ଓ ୱେଲ୍ସ ଦଳ । ପୁଲ 'ଡି'ରେ ଥିବା ସ୍ପେନ ପୁଲର ଗୋଟିଏ ମ୍ୟାଚ୍ ଜିତିଥିବା ବେଳେ ଗୋଟିଏ ହାରିଛି । ଅନ୍ୟପଟେ ୱେଲ୍ସ ଦୁଇଟି ଯାକ ମ୍ୟାଚ୍ ହାରିଛି । ତେବେ ଆସନ୍ତା ୧୯ ତାରିଖରେ ଭୁବନେଶ୍ଵର କଳିଙ୍ଗ ଷ୍ଟାଡିୟମରେ ୱେଲ୍ସ ବିପକ୍ଷରେ ନିଜ ଶେଷ ପୁଲ ମ୍ୟାଚ୍ ଖେଳିବ ଭାରତ । ରବିବାର ମ୍ୟାଚ୍‌ରେ ଇଂଲଣ୍ଡକୁ କଡ଼ା ଟକ୍କର ଦେଇଥିଲେ ମଧ୍ୟ ଗୋଲ୍‌ ସ୍କୋର କରିପାରି ନଥିଲା ଭାରତ । ସେପଟେ ଇଂଲଣ୍ଡ ଦଳକୁ ୭ଟି ପେନାଲ୍‌ଟି ସୁଯୋଗ ମିଳିଥିଲେ ମଧ୍ୟ ଏହାକୁ ଗୋଲରେ ପରିଣତ କରିବାକୁ ଦେଇ ନାହାନ୍ତି ଭାରତୀୟ ଫାଷ୍ଟ ରନର । ତେବେ ପରବର୍ତ୍ତୀ ମ୍ୟାଚ୍‌ରେ ୱେଲ୍ସକୁ ଭଲ ବ୍ୟବଧାନରେ ହରାଇଲେ ଭାରତର କ୍ବାର୍ଟର ଫାଇନାଲରେ ପହଞ୍ଚିବା ସୁଯୋଗ ଅଧିକ ରହିବ ବୋଲି କହିଛନ୍ତି କ୍ରୀଡ଼ା ସମୀକ୍ଷକ । 

Last Updated : Feb 3, 2023, 8:39 PM IST

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.