Cyclone BIPARJOY: ଆସୁଛି ବାତ୍ୟା, ଗଭୀର ସମୁଦ୍ର ମଝିରେ ମତ୍ସ୍ୟଜୀବୀଙ୍କୁ ସତର୍କ କରାଇଲା କୋଷ୍ଟଗାର୍ଡ - ପୂର୍ବ କେନ୍ଦ୍ରୀୟ ଆରବ ସାଗର
🎬 Watch Now: Feature Video
ଗାନ୍ଧୀନଗର: ପୂର୍ବ କେନ୍ଦ୍ରୀୟ ଆରବ ସାଗରରେ ସୃଷ୍ଟି ହୋଇଥିବା ବାତ୍ୟା 'ବିପର୍ଯ୍ୟୟ' ତୀବ୍ର ହେବାରେ ଲାଗିଛି । ବର୍ତ୍ତମାନ ଏହା ପୂର୍ବ କେନ୍ଦ୍ରୀୟ ଆରବ ସାଗରରେ କେନ୍ଦ୍ରୀଭୂତ ହୋଇ ରହିଛି । ବାତ୍ୟା ଭୀଷଣ ରୂପ ନେବ ବୋଲି ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ଏହାକୁ ଦୃଷ୍ଟିରେ ରଖି ଗଭୀର ସମୁଦ୍ର ମଧ୍ୟରେ ଥିବା ମତ୍ସ୍ୟଜୀବୀଙ୍କୁ ସତର୍କ କରାଇଛି ଭାରତୀୟ ତଟରକ୍ଷି ବାହିନୀ ।
ଆକାଶ ପଥରେ ତଟରକ୍ଷି ବାହିନୀ ମତ୍ସ୍ୟଜୀବୀଙ୍କୁ ବାତ୍ୟା ସମ୍ପର୍କରେ ସୂଚନା ଦେବା ସହ ମାଛ ମରା କାର୍ଯ୍ୟକୁ ବନ୍ଦ କରିବା ଲାଗି କୁହାଯାଇଛି । ବାତ୍ୟା ଭୟାବହ ରୂପ ନେବା ପୂର୍ବରୁ ମତ୍ସ୍ୟଜୀବୀମାନେ କୂଳକୁ ପଳାଇ ଆସନ୍ତୁ ବୋଲି ତଟରକ୍ଷି ବାହିନୀ ପକ୍ଷରୁ କୁହାଯାଇଛି । ବିଶେଷ କରି ଉତ୍ତର ପଶ୍ଚିମାଞ୍ଚଳରେ ରହିଥିବା ମତ୍ସ୍ୟଜୀବୀଙ୍କୁ ସତର୍କ କରାଇଛି । ବାତ୍ୟା ବିପର୍ଯ୍ୟୟ ଘନୀଭୂତ ହୋଇ ଉତ୍ତର-ଉତ୍ତର ପଶ୍ଚିମ ଦିଗକୁ ଗତି କରୁଥିବା ସୂଚନା ମିଳିଛି । ଗୁଜୁରାଟ, ଡାମନ ଡିଉ ଅଞ୍ଚଳର ଅନେକ ମତ୍ସ୍ୟଜୀବୀ ଓ ଜାହାଜ ଗଭୀର ସମୁଦ୍ର ମଧ୍ୟରେ ରହିଛି ।