thumbnail

By ETV Bharat Odisha Team

Published : Nov 12, 2023, 10:05 AM IST

ETV Bharat / Videos

Diwali 2023: ବାଣ ଫୁଟାଇ ଦୀପାବଳି ପାଳିଲେ ସେନାରେ କାର୍ଯ୍ୟରତ ଯବାନ

ଶ୍ରୀନଗର: ଆଲୋକର ପର୍ବ ଦୀପାବଳିକୁ ନେଇ ଚଳଚଞ୍ଚଳ ଗାଁଠୁ ସହର । ସନ୍ଧ୍ୟା ହେବା ମାତ୍ରେ, ରଙ୍ଗ ବେରଙ୍ଗର ଲିଚୁ ଲାଇଟ ଓ ଦୀପରେ ଆଲୋକରେ ଆଲୋକିତ ହେବ ଚତୁଃପାର୍ଶ୍ବ । ଘରେଘରେ ଜମିବ ପିଠା ମିଠାର ଆସର । ଘରଠାରୁ ଦୂରରେ ରହି ଦେଶ ସେବାରେ ନିଯୋଜିତ ଥିବା ଯବାନ ଦୀପାବଳି ମନାଇଛନ୍ତି । ଜମ୍ମୁକାଶ୍ମୀରର ରଜୌରୀରେ ଯବାନ ମାନେ ବାଣ ଫୁଟାଇ ଦୀପାବଳି ମନାଇଛନ୍ତି । ସେହିପରି ଜମ୍ମୁରେ ନିଯୋଜିତ ଥିବା ସିଆରପିଏଫ ଯବାନ ମାନେ ଫଟକା ଫଟାଇବା ସହ ପରସ୍ପରକୁ ମିଠା ଖୁଆଇ ଦୀପାବଳୀରେ ଶୁଭେଚ୍ଛା ଜଣାଇଛନ୍ତି । ଶନିବାର ରାତିରେ ବାଣ ଫୁଟାଇ ଦୀପାବଳି ମନାଇଛନ୍ତି ଭାରତୀୟ ସେନାରେ କାର୍ଯ୍ୟରତ ଯବାନ ମାନେ । ଚଳିତ ବର୍ଷ ସାରା ଦେଶରେ ପ୍ରଦୂଷଣଯୁକ୍ତ ଉଚ୍ଚ ଶବ୍ଦଯୁକ୍ତ ବାଣ ଉପରେ କଟକଣା ଜାରି ହୋଇଛି । ଦେଶରେ ପ୍ରଦୂଷଣକାରୀ ବାଣ ଫୁଟାଇବା ଉପରେ ରୋକ ଲଗାଇଛନ୍ତି ସୁପ୍ରିମକୋର୍ଟ । ସବୁ ରାଜ୍ୟରେ କଟକଣା ଲଗା ଯାଇଛି । 125 ଡେସିବେଲଠୁ ଅଧିକ ଶବ୍ଦର ବାଣ ଫୁଟାଇବା ଉପରେ ମଧ୍ୟ ରୋକ ଲାଗିଛି ।

ଏହା ମଧ୍ୟ ପଢନ୍ତୁ-Diwali 2023: ଆଜି ଆଲୋକର ପର୍ବ ଦୀପାବଳି, ପ୍ରଦୂଷଣ ମୁକ୍ତ ପରିବେଶ ପାଇଁ ଦୀପଟିଏ ଦେବା ଜାଳି

For All Latest Updates

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.