ବିଦାୟ ନେଲେ ମା’ ଖୁଦୁରୁକୁଣୀ, ଦୁଲୁକିଲା ଜଗତସିଂହପୁର - ବିଦା ନେଲେ ମା‘ ଖୁଦୁରୁକୁଣୀ

🎬 Watch Now: Feature Video

thumbnail

By ETV Bharat Odisha Team

Published : Sep 28, 2023, 8:19 PM IST

ଜଗତସିଂହପୁର: ଜଗତସିଂହପୁର ଜିଲ୍ଲା ବିଭିନ୍ନ ସ୍ଥାନରେ ମା’ ଖୁଦୁରୁକୁଣୀଙ୍କ ଭସାଣି ଉତ୍ସବ ଅନୁଷ୍ଠିତ ହୋଇଛି । ଗତ ରବିବାର ଠାରୁ ଆରମ୍ଭ ହୋଇଥିବା ପୂଜା ଶେଷ ହେବାପରେ ଗତ ବୁଧବାର ଠାରୁ ଗୁରୁବାର ସକାଳ ପର୍ଯ୍ୟନ୍ତ ବିଭିନ୍ନ ମେଢ଼ ଅସ୍ଥାୟୀ ଜଳାଶୟରେ ବିସର୍ଜିତ ହୋଇଛନ୍ତି । ସେହିପରି ଜିଲ୍ଲାର ପ୍ରସିଦ୍ଧ କେନ୍ଦାଳ ଖୁଦୁରୁକୁଣୀ ଯାତ୍ରା ବହୁ ଆଡମ୍ବର ସହକାରେ ପାଳନ କରାଯିବା ପରେ ଆଜି ସକାଳୁ ମେଢ଼ ଗୁଡିକ ବିସର୍ଜିତ କରାଯାଇଛି । ବୁଧବାର ସନ୍ଧ୍ୟାରେ ୨୦ଟି ମେଢ଼ ପଟୁଆରରେ ମେଳଣ ପଡିଆକୁ ଯାଇଥିଲେ । ସେଠାରେ ବିଧି ମୁତାବକ ଭୋଗ ଲାଗିବା ପରେ ସମସ୍ତ ମେଢ଼ ଗୁଡିକ ବିଭିନ୍ନ ସ୍ଥାନ ପରିକ୍ରମା କରିଥିଲେ । ଆଜି ସକାଳ ସୁଦ୍ଧା ୨୦ଟି ମେଢ଼ ଅସ୍ଥାୟୀ ଜଳାଶୟ ନିକଟରେ ପହଞ୍ଚିବା ପରେ ବିସର୍ଜନ କରାଯାଇଥିଲା । ରଙ୍ଗ ବେରଙ୍ଗର ଅଲୋକମାଳା ସାଙ୍ଗକୁ ଗୀତର ତାଳେତାଳେ ଏହି ଭସାଣି ଉତ୍ସବ କରାଯାଇଥିଲା । 


ତେବେ ଭସାଣି ଯାତ୍ରାକୁ ନେଇ ଜିଲ୍ଲା ପ୍ରଶାସନ ଓ ପୋଲିସ ପ୍ରଶାସନ ପକ୍ଷରୁ ଶାନ୍ତି ଶୃଙ୍ଖଳା ରକ୍ଷା କରିବା ପାଇଁ ୪୦ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ କରାଯାଇଥିଲା । ଚଳିତ ବର୍ଷ ଏହି ଯାତ୍ରାକୁ ଡିଜେ ମୁକ୍ତ କରାଯାଇଥିଲା । ଭସାଣି ଉତ୍ସଵରେ ପ୍ରବଳ ଜନ ସମାଗମ ହେତୁ ଟ୍ରାଫିକ ସମସ୍ୟା ସୃଷ୍ଟି ହୋଇଥିଲା । ଏହି ଭସାଣ ଉତ୍ସଵରେ ଥାନପତି ବେହେରା ସାହି, ହାଟସାହି, ମାଳିସାହି, ସାହୁସାହି, ଥୋରିଆ ସାହି, ବଣିଆ ସାହି, ଓଝା ସାହି, ଭୋଇ ସାହି, ବାରିକ ସାହି ପ୍ରଭୁତି 20 ମେଢ଼ ସାମିଲ ହୋଇଥିଲେ ।

ଏହା ମଧ୍ୟ ପଢନ୍ତୁ... ଖୁଦୁରୁକୁଣୀ ଓଷା: ଉତ୍ସବ ମୁଖର ଜଗତସିଂହପୁର ଜିଲ୍ଲା
 

ଇଟିଭି ଭାରତ, ଜଗତସିଂହପୁର

ABOUT THE AUTHOR

...view details

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.