‘ମୁଁ ସିଙ୍ଗଲ୍‌ ମ୍ୟାନ, ସାହାସର ସହ ଦଳକୁ ବହୁମତ ଦେଇଛି’

By

Published : May 15, 2023, 6:19 PM IST

Updated : May 15, 2023, 6:26 PM IST

thumbnail

ବେଙ୍ଗାଲୁରୁ: ଦିଲ୍ଲୀ ଗସ୍ତ ପୂର୍ବରୁ ମୁଖ୍ୟମନ୍ତ୍ରୀ ପଦ ପାଇଁ ନିଜ ଦାବିଦାରୀ ନେଇ ବଡ ଇଙ୍ଗୀତ ଦେଇଛନ୍ତି ଶିବକୁମାର । କହିଛନ୍ତି, ଜଣେ ବ୍ୟକ୍ତି ସାହସର ସହ ଦଳକୁ ସଂଖ୍ୟା ଗରିଷ୍ଠତା ଦେଇପାରେ, ସେ ଏଥିରେ ବିଶ୍ବାସ ରଖନ୍ତି ଓ ପ୍ରମାଣ ମଧ୍ୟ କରିଦେଖାଇଛନ୍ତି । ଗତ 5 ବର୍ଷ ମଧ୍ୟରେ ସେ ବହୁତ କିଛି ସାମ୍ନା କରିଛନ୍ତି । କଂଗ୍ରେସ-ଜେଡିଏସ ମେଣ୍ଟ ସରକାର ଭାଙ୍ଗିବା ପରେ ତାଙ୍କ ଦଳର ବିଧାୟକମାନେ ଦଳ ଛାଡିଥିଲେ । ହେଲେ ସେ କେବେ ସେଥିରେ ଭାଙ୍ଗି ପଡିନଥିଲେ । ସେହିପରି ସେ ଏହି ବିଜୟ ପାଇଁ କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖଡଗେ, ଦଳର ବରିଷ୍ଠ ନେତ୍ରୀ ସୋନିଆ ଗାନ୍ଧୀ ଓ ରାହୁଲ ଗାନ୍ଧୀଙ୍କ ପରିଶ୍ରମକୁ ମଧ୍ୟ ସାଧୁବାଦ ଜଣାଇଛନ୍ତି । 

ରାଜ୍ୟର ଦୁଇ ହେଭିଓ୍ବେଟଙ୍କ ଦାବିଦାରୀ ମଧ୍ୟରେ କଂଗ୍ରେସରେ ମୁଖ୍ୟମନ୍ତ୍ରୀ ଚୟନ ଦ୍ବନ୍ଦ ଜାରି ରହିଛି । ନବନିର୍ବାଚିତ ବିଧାୟକମାନେ ଏହି ନିଷ୍ପତ୍ତି ଦଳର ହାଇକମାଣ୍ଡଙ୍କ ଉପରେ ଛାଡି ଦେଇଥିବା ବେଳେ ଉଭୟ ପ୍ରଦେଶ କଂଗ୍ରେସ ଅଧ୍ୟକ୍ଷ ଡି.କେ ଶିବକୁମାର ଓ ପୂର୍ବତନ ମୁଖ୍ୟମନ୍ତ୍ରୀ ସିଦ୍ଧରମୈୟାଙ୍କୁ ଦଲ୍ଲୀ ଡାକିଛି ଦଳ । ଉଭୟ ଆଜି ସଂଧ୍ୟାରେ ଦିଲ୍ଲୀ ଗସ୍ତ କରିବାକୁ ଯାଉଛନ୍ତି ।

Last Updated : May 15, 2023, 6:26 PM IST

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.