Watch: କାଲି ସେମିଫାଇନାଲ ମ୍ୟାଚ୍, ୱାଙ୍ଖଡେ ଷ୍ଟାଡିୟମରେ ଅଭ୍ୟାସ ପାଇଁ ପହଞ୍ଚିଲା ଭାରତୀୟ ଟିମ - କ୍ରିକେଟ ବିଶ୍ବକପ ୨୦୨୩
🎬 Watch Now: Feature Video


Published : Nov 14, 2023, 7:39 PM IST
ମୁମ୍ବାଇ: ନଭେମ୍ବର ୧୫ ବା ଆସନ୍ତାକାଲି ମୁମ୍ବାଇ ସ୍ଥିତ ୱାଙ୍ଖଡେ ଷ୍ଟାଡିୟମରେ ଖେଳାଯିବ ଆଇସିସି କ୍ରିକେଟ ବିଶ୍ବକପର ସେମି ଫାଇନାଲ ମ୍ୟାଚ୍ । ଏହି ମ୍ୟାଚ୍ରେ ସାମ୍ନାସାମ୍ନି ହେବେ ଭାରତ ଓ ନ୍ୟୁଜିଲାଣ୍ଡ । ତେବେ ଭାରତୀୟ ଟିମ ଏଯାବତ ୯ଟି ମ୍ୟାଚ୍ ଖେଳି ସବୁଥିରେ ଅପରାଜେୟ ରହିଛି । ଆସନ୍ତାକାଲିର ମ୍ୟାଚ୍ ବେଶ ରୋମାଞ୍ଚକର ହେବାକୁ ଯାଉଛି । କାରଣ ୨୦୧୯ ବିଶ୍ବକପର ସେମି ଫାଇନାଲରେ ମଧ୍ୟ ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ମ୍ୟାଚ୍ ଖେଳାଯାଇଥିଲା । ହେଲେ ଏଥିରେ ନ୍ୟୁଜିଲାଣ୍ଡ ଟିମ ବିଜୟ ହାସଲ କରି ଫାଇନାଲରେ ପ୍ରବେଶ କରିଥିବା ଭାଙ୍ଗିଥିଲା କୋଟି କୋଟି ଭାରତୀୟଙ୍କ ହୃଦୟ । ହେଲେ ଚଳିତ ବିଶ୍ବକପରେ ଭାରତ ଜିତି ପ୍ରତିଶୋଧ ନେବା ଲାଗି କ୍ରୀଡ଼ା ପ୍ରଶଂସକ ଆଶା ରଖିଛନ୍ତି । ଏହାରି ମଧ୍ୟରେ ଭାରତୀୟ ଟିମ ନେଟ୍ ପ୍ରାକ୍ଟିସ ପାଇଁ ଆଜି(ମଙ୍ଗଳବାର) ସନ୍ଧ୍ୟାରେ ୱାଙ୍ଖଡେ ଷ୍ଟାଡିୟମରେ ପହଞ୍ଚିଛି । ଏହି ସମୟରେ ବହୁ ସଂଖ୍ୟାରେ ପ୍ରଶଂସକ ଉପସ୍ଥିତ ରହି ଟିମକୁ ସ୍ବାଗତ କରିବା ସହିତ ବିଜୟର ନାରା ଲଗାଇଥିଲେ । ଦେଖନ୍ତୁ ଦୃଶ୍ୟ
ଏହା ବି ପଢନ୍ତୁ- ବିଶ୍ବକପ୍ ୨୦୨୩: 'ସେମିଫାଇନାଲରେ ଲୟ ରଖି ଦଳଗତ ପ୍ରଦର୍ଶନ ଦେଲେ ଫାଇନାଲ ଖେଳିବ ଭାରତ'