91st anniversary of IAF: ଲଦାଖରେ ଶକ୍ତି ପ୍ରଦର୍ଶନ କଲା ବାୟୁସେନା
🎬 Watch Now: Feature Video
ଶ୍ରୀନଗର: ଆଜି ୯୧ତମ ପ୍ରତିଷ୍ଠା ଦିବସ ପାଳନ କରୁଛି ଭାରତୀୟ ବାୟୁସେନା । ଏହି ଅବସରରେ ଦିଲ୍ଲୀ ଉପକଣ୍ଠ ହିଣ୍ଡନ ଏୟାର ବେସ ସମେତ ଦେଶର ଏକାଧିକ ଏୟାର ଫୋର୍ସ ଷ୍ଟେସନରେ ବିଶେଷ କାର୍ଯ୍ୟକ୍ରମ ଆୟୋଜନ କରାଯାଉଛି । ତେବେ ବିଶ୍ବର ଉଚ୍ଚତମ ଯୁଦ୍ଧକ୍ଷେତ୍ର ତଥା ଭାରତ-ଚୀନ ପ୍ରକୃତ ନିୟନ୍ତ୍ରଣ ରେଖା ନିକଟବର୍ତ୍ତୀ ଲଦାଖ ଫରଓ୍ବାର୍ଡ ପୋଷ୍ଟରେ ମଧ୍ୟ ବାୟୁସେନା ନିଜ ପ୍ରତିଷ୍ଠା ଦିବସ ପାଳନ କରିଛି । ଏହି ଅବସରରେ ଏକ ଫ୍ଲାଏପାଷ୍ଟ ମଧ୍ୟ ଆୟୋଜନ କରାଯାଇଛି । ଲଦାଖରେ ନିୟୋଜିତ ଥିବା ବାୟୁସେନାର ଲଢୁଆ ବିମାନ ଓ ହେଲିକପ୍ଟର ଶକ୍ତି ପ୍ରଦର୍ଶନ କରିଛନ୍ତି । ଯୁଦ୍ଧ ଓ ଉଦ୍ଧାର ସମୟରେ ବାୟୁସେନା କିପରି କାର୍ଯ୍ୟଦକ୍ଷତା ଦେଖାଏ, ତାହା ଆଜି ପ୍ରଦର୍ଶିିତ ହୋଇଛି । ବାୟୁସେନାର ଲଢୁଆ ହେଲିକପ୍ଟର ‘ଚିତା’, ‘ଏମଆଇ-୧୭’, ‘ଚେତକ’ ପ୍ରମୁଖ ହେଲିକପ୍ଟର ଏଥିରେ ଅଂଶଗ୍ରହଣ କରିଥିଲେ । ଲଦାଖ ଯୁବପିଢିଙ୍କୁ ବାୟୁସେନାରେ କ୍ୟାରିୟର କରିବା ପାଇଁ ଉତ୍ସାହିତ କରିବାରେ ଏହି କାର୍ଯ୍ୟକ୍ରମ ପ୍ରମୁଖ ଭୂମିକା ଗ୍ରହଣ କରିବା ନେଇ ବାୟୁସେନା ଅଧିକାରୀ କହିଛନ୍ତି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ