thumbnail

By ETV Bharat Odisha Team

Published : Dec 13, 2023, 8:15 AM IST

ETV Bharat / Videos

ଶିକାରୀଙ୍କ ପ୍ରାଦୁର୍ଭାବ: ହରିଣ ମାଂସ ସହ ଶିକାରୀ ଗିରଫ

ଭବାନୀପାଟଣା : ହରିଣ ମାଂସ ସହ ଶିକାରୀ ଗିରଫ। କଳାହାଣ୍ଡି ଜିଲ୍ଲାରେ ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି ଜଙ୍ଗଲୀ ଜନ୍ତୁ ଶିକାରୀଙ୍କ ପ୍ରାଦୁର୍ଭାବ । ବିଭିନ୍ନ ସମୟରେ STF ଓ ବନ ବିଭାଗ ଜଙ୍ଗଲୀ ଜନ୍ତୁ ଶିକାରୀଙ୍କୁ ଗିରଫ କରିବା ସହ ବିଭିନ୍ନ ସାମଗ୍ରୀ ଜବତ କରୁଛନ୍ତି । ହେଲେ ମଧ୍ୟ ଶିକାରୀଙ୍କ ପ୍ରାଦୁର୍ଭାବ କମିବାର ନାଁ ନେଉ ନାହିଁ । ଜିଲ୍ଲାର ସୀଙ୍ଗାରି ଘାଟିରେ ମାଂସ ଭାଗବଣ୍ଟା ବେଳେ ବନ ବିଭାଗର ଚଢ଼ଉ ।  

ଏହା ମଧ୍ୟ ପଢ଼ନ୍ତୁ...କଳହ ନେଲା ଉଗ୍ରରୂପ, ସ୍ତ୍ରୀ ଓ 2 ପିଲାଙ୍କୁ ନିର୍ମମ ଭାବେ ହତ୍ୟା କରି ଜୀବନ ହାରିଲେ ସ୍ବାମୀ

ସୀଙ୍ଗାରି ଜଙ୍ଗଲରେ ହରିଣ ମାଂସ ଭାଗବଣ୍ଟା ବେଳେ ବନ ବିଭାଗର ଚଢ଼ଉ କରିଥିଲେ । ୨ କେଜି ମାଂସ ସହିତ ଦୁଇ ଜଣଙ୍କୁ ଗିରଫ କରିଛନ୍ତି ବନ ବିଭାଗ । ତେବେ ତାଙ୍କ ସହ ଥିବା ଆଉ 4 ଜଣ ଫେରାର ହୋଇଯାଇଛନ୍ତି । ଦକ୍ଷିଣ ବନ ଖଣ୍ଡ ଅନ୍ତର୍ଗତ ଥୁଆମୂଳରାମପୁର ବନ ବିଭାଗ ପାଟ୍ରୋଲିଂ କରୁଥିବା ସମୟରେ ହରିଣ ମାଂସ ବିକ୍ରି ଭାଗ ବଣ୍ଟା ହେଉଥିବାର ଖବର ପାଇଥିଲେ । ଖବର ପାଇ ବନ ବିଭାଗ ଚଢ଼ାଉ କରିଥିଲେ । ଚଢାଉ ସମୟରେ ୬ ଜଣ ଲୋକ ହରିଣକୁ ମାରି ମାଂସ ଭାଗ ବାଣ୍ଟୁଥିଲେ  । ଅଭିଯୁକ୍ତମାନେ ହରିଣକୁ ମାରି ତା ମାଂସକୁ ବିକ୍ରି କରିବା ପାଇଁ ଯୋଜନା କରୁଥିଲେ । ଦୁଇ ଅଭିଯୁକ୍ତ ଗିରଫ ହୋଇଥିବା ବେଳେ ୪ ଜଣ ଫେରାର ହୋଇଯାଇଛନ୍ତି । ଗିରଫ ଅଭିଯୁକ୍ତମାନେ ହେଲେ ହେରାମାଲ ଗାଁର ଗୌରାଙ୍ଗ ରାଉତ ଓ ରମା ପଟେଲ । ଅଭିଯୁକ୍ତମାନଙ୍କୁ କୋର୍ଟ ଚାଲାଣ କରିଛି ବନ ବିଭାଗ । 

ଇଟିଭି ଭାରତ, କଳାହାଣ୍ଡି 

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.