ଗରମପାଣିରେ ଗାଧୋଇବାର ମଜା ନେଉଛନ୍ତି ପର୍ଯ୍ୟଟକ, ଅଟ୍ରିରେ ପ୍ରବଳ ଭିଡ
🎬 Watch Now: Feature Video
Published : Dec 16, 2023, 9:39 AM IST
ଖୋର୍ଦ୍ଧା: ଶୀତରେ ଥରୁଛି ସାରା ରାଜ୍ୟ । ଶୀତର ପ୍ରକୋପ ଏତେ ଅଧିକ ହୋଇଛି ଯେ ସକାଳୁ କୌଣସି କାମ କରିବାକୁ ବାହାରି ହେଉନି । ହେଲେ ଏହି ଶୀତୁଆ ସକାଳର ମଜା ନେବାକୁ ପର୍ଯ୍ୟଟକମାନେ ବି ଆଗଭର । ଏହି ଦିନରେ ଗାଧୋଇବାର ମଜା ଉଠାଇବାକୁ ଚାହୁଁଥିଲେ ଅଟ୍ରି ହେଉଛି ସବୁଠୁ ଭଲ ସ୍ଥାନ । ରାଜ୍ୟର ପ୍ରସିଦ୍ଧ ପର୍ଯ୍ୟଟନ ସ୍ଥଳୀ ଅଟ୍ରି ଉଷ୍ମ ପ୍ରସବଣ ଅଞ୍ଚଳରେ ଗାଧୋଇବା ପାଇଁ ଜମୁଛି ଲୋକଙ୍କ ଭିଡ଼ । ଏଠାରେ ବର୍ଷ ତମାମ 55° ତାପମାତ୍ରାରେ ପାଣି ଫୁଟିଥାଏ । ଏହି ପାଣି ଗନ୍ଧକ ଯୁକ୍ତ ହୋଇଥାଏ ।
ଏହାମଧ୍ୟ ପଢନ୍ତୁ.. ଶୀତ ପାଲିଙ୍କିରେ ଗାଁଠୁ ସହର... ଗରିବ ପାଇଁ କି ଅବା ଶୀତ କି ଅବା ବସନ୍ତ
କୁହାଯାଏ ଏହି ପାଣିରେ ଗାଧୋଇଲେ ଚର୍ମ ରୋଗ ଭଲ ହୁଏ ଏବଂ ଏହାକୁ ପିଇଲେ ପେଟ ରୋଗରୁ ଆରୋଗ୍ୟ ମିଳେ । ପର୍ଯ୍ୟଟକଙ୍କ ପାଇଁ ପର୍ଯ୍ୟଟନ ବିଭାଗ ଗାଧୋଇବା ପାଇଁ 4ଟି କୁଣ୍ଡ ପ୍ରସ୍ତୁତ କରିଛି । ଯେଉଁଥିରେ ପ୍ରତିଦିନ ଏହି ଶୀତୁଆ ସକାଳୁ ଶହ ଶହ ସଂଖ୍ୟାରେ ପର୍ଯ୍ୟଟକ ଆସି ଗରମ ପାଣିରେ ଗାଧୋଇ ମଜା ନେଇଥାନ୍ତି । ପ୍ରକୃତିର ଅପରୂପ ବରଦାନ ସଦୃଶ ଏହି ଉଷ୍ମ ପ୍ରସବଣରେ ଶୀତୁଆ ସକାଳୁ ଗାଧୋଇବା ପର୍ଯ୍ୟଟକଙ୍କ ପାଇଁ ବେଶ ଆନନ୍ଦଦାୟକ ହୋଇଥାଏ ।
ଇଟିଭି ଭାରତ, ଖୋର୍ଦ୍ଧା