ଶିବଙ୍କ ଶ୍ରାବଣ; ପ୍ରଥମ ସୋମବାର ଚନ୍ଦନେଶ୍ୱର ପୀଠରେ ଶ୍ରଦ୍ଧାଳୁଙ୍କ ଭିଡ - ଶ୍ରାବଣ ପ୍ରଥମ ସୋମବାର
🎬 Watch Now: Feature Video
ବାଲେଶ୍ବର: ଆଜି ଶିବଙ୍କ ବାର ସୋମବାର । ଶ୍ରାବଣ ମାସ ପ୍ରଥମ ସୋମବାର ହୋଇଥିବାରୁ ରାଜ୍ୟର ବିଭିନ୍ନ ଶୈବପୀଠ ଚଳଚଞ୍ଚଳ ହୋଇଛି । ଶିବ ମନ୍ଦିରେ ଭକ୍ତଙ୍କ ଭିଡ଼ ଲାଗିିଛି । କାଉଡିଆମାନେ ପ୍ରଥମ ଶ୍ରାବଣ ସୋମବାର ମହାଦେବଙ୍କୁ ଜଳଲାଗି କରିଛନ୍ତି । ବାଲେଶ୍ଵର ଜିଲ୍ଲାର ବିଭିନ୍ନ ଶୈବପୀଠ ମଧ୍ୟ ଚଳଚଞ୍ଚଳ ହୋଇଛି । ଭୋଗରାଇର ଚନ୍ଦନେଶ୍ୱର ପୀଠଠାରୁ ଆରମ୍ଭ କରି ପଞ୍ଚଲିଙ୍ଗେଶ୍ୱର ପୀଠ ଯାଏଁ ସବୁଠି କାଉଡ଼ିଆମାନଙ୍କ ଭିଡ଼ ଦେଖିବାକୁ ମିଳିଛି । ଚନ୍ଦନେଶ୍ୱର ପୀଠରେ ଆଜି ଭୋର 4ଟା ବେଳେ ମହାଦେବଙ୍କ କବାଟ ଫିଟା ଯାଇ ପୂଜାର୍ଚ୍ଚନା କରାଯାଇଥିଲା । ଜଳେଶ୍ବର ରାଜଘାଟ, ସୁବର୍ଣ୍ଣରେଖା ନଦୀ ଘାଟରୁ ଜଳ କାନ୍ଧରେ ଆଣି କାଉଡ଼ିଆ ମାନେ ଜଳାଭିଷେକ କରିଥିବା ଦେଖିବାକୁ ମିଳିଥିଲା । ପ୍ରାୟ 30ରୁ 35 କିଲୋମିଟର ଚାଲି ଚାଲି କାଉଡ଼ିଆମାନେ ଚନ୍ଦନେଶ୍ୱର ପୀଠରେ ପହଞ୍ଚି ସେଠାରେ ଜଳାଭିଷେକ କରିଥିଲେ । ରାଜ୍ୟର ବିଭିନ୍ନ ସ୍ଥାନରୁ କାଉଡ଼ିଆମାନେ ଜଳଭାର ନେଇ ବାବା ଚନ୍ଦନେଶ୍ୱରଙ୍କ ପୀଠରେ ପହଞ୍ଚିଥିବା ଦେଖିବାକୁ ମିଳିଥିଲା । ଖାଲି କାଉଡିଆମାନେ ନୁହନ୍ତି ଶ୍ରାବଣ ପ୍ରଥମ ସୋମବାର ଶିବ ମନ୍ଦିରରେ ଅନ୍ୟ ଶ୍ରଦ୍ଧାଳୁଙ୍କର ବି ଭିଡ଼ ଲାଗିଛି ।
ଏହା ବି ପଢନ୍ତୁ...ଶ୍ରାବଣ ପ୍ରଥମ ସୋମବାର, ଲିଙ୍ଗରାଜଙ୍କୁ ଜଳଲାଗି ପାଇଁ କାଉଡିଆଙ୍କ ଭିଡ
ଇଟିଭି ଭାରତ, ବାଲେଶ୍ବର