Watch: ଶ୍ରାବଣ ତୃତୀୟ ସୋମବାର, ବେଦବ୍ୟାସ ପୀଠରେ ମହାଦେବକୁ ଜଳଲାଗି କଲେ କାଉଡିଆ

🎬 Watch Now: Feature Video

thumbnail

By

Published : Jul 24, 2023, 10:14 AM IST

ରାଉରକେଲା: ଆଜି ଶ୍ରାବଣ ମାସର ତୃତୀୟ ସୋମବାର । ଶିବମୟ ହୋଇଛି ରାଜ୍ୟର ପ୍ରତ୍ୟେକଟି ଶୈବ ପୀଠ । ଜଳଲାଗି କରିବାକୁ ବିଭିନ୍ନ ଶୈବପୀଠ ଗୁଡିକରେ କାଉଡିଆଙ୍କ ଭିଡ । ରାଉରକେଲାର ବେଦବ୍ୟାସ ପୀଠରେ ଜଳଲାଗି କରୁଛନ୍ତି କାଉଡ଼ିଆ । କାହିଁ କେତେ ଦୂରରୁ କାଉଡିଆ ମାନେ ଏଠାକୁ ଆସି ଧାଡିରେ ଠିଆ ହୋଇ ଭଗବାନଙ୍କ ନିକଟରେ ଜଳଲାଗି କରିଛନ୍ତି । ଦେବ ଦେବ ମହାଦେବଙ୍କୁ ଏହି ବେଦବ୍ୟାସ ପୀଠରେ ଜଳଲାଗି କଲେ କୋଟି ପାପରୁ ମୁକ୍ତି ମିଳେ ବୋଲି ବିଶ୍ବାସ ରହିଛି । ସକାଳୁ ସକାଳୁ ଭକ୍ତଙ୍କ ସମେତ କାଉଡିଆଙ୍କ ବେଦବ୍ୟାସ ପୀଠରେ ଭିଡ ଜମିଛି । ଓମ ନମଃ ଶିବାୟ ଓ ହର ହର ମହାଦେବ ଧ୍ବନିରେ ପ୍ରକମ୍ପିତ ହେଉଛି ମନ୍ଦିର ପରିସର । ରାଜ୍ୟ ତଥା ରାଜ୍ୟ ବାହାରୁ ଭକ୍ତ ଆସି ମହାଦେବଙ୍କୁ ଜଳ ଲାଗି କରୁଛନ୍ତି । ଭିଡକୁ ଦୃଷ୍ଟିରେ ରଖି ମନ୍ଦିର ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା ଗ୍ରହଣ କରାଯାଇଛି । ତେବେ ସୁବ୍ୟବସ୍ଥିତ ଭାବରେ ମନ୍ଦିରରେ ଜଳଲାଗି କରୁଛନ୍ତି ଭକ୍ତଗଣ ।

ଇଟିଭି ଭାରତ, ରାଉରକେଲା

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.