ଲଗାଣ ବର୍ଷାରେ ଭାଙ୍ଗିଲା ଘର, ଅଳ୍ପକେ ବର୍ତ୍ତିଲେ ପରିବାର ଲୋକ
🎬 Watch Now: Feature Video
Published : Sep 27, 2023, 10:17 PM IST
ଖୋର୍ଦ୍ଧା: ଲଗାଣ ବର୍ଷାରେ ଭାଙ୍ଗିଲା ଘର। ଫଳରେ ବେସାହାର ହେଲେ ପରିବାର। ଖୋର୍ଦ୍ଧା ଜିଲ୍ଲା ବୋଲଗଡ଼ ତହସିଲ ଅନ୍ତର୍ଗତ ଧଳାପଥର ରାଜସ୍ଵ ନୀରିକ୍ଷକ ଅଧୀନ କୋଦବେରେଣି କୁମ୍ଭାର ସାହି ବାସିନ୍ଦା ମାର୍କଣ୍ଡ ମୁଦୁଲିଙ୍କ ଦୁଇ ବଖରା ଚାଳ ଘର ଭାଙ୍ଗି ମାଟିରେ ମିଶିଛି । ଗତ ଲଗାଣ ବର୍ଷାରେ ମାଟି କାନ୍ଥ ଭିଜିଥିବା ବେଳେ ହଠାତ ଆଜି ଭାଙ୍ଗି ପଡିଥିବା ବେଖିବାକୁ ମିଳିଛି । ଘର ଭାଙ୍ଗିବା କାରଣରୁ ସ୍ତ୍ରୀ, ଦୁଇ ପୁଅ ଓ ଏକମାତ୍ର ଝିଅ ସହ ଏହି ଘରେ ରହୁଥିବା ମାର୍କଣ୍ଡ ବର୍ତ୍ତମାନ ଅନ୍ୟ ଘରେ ମୁଣ୍ଡ ଗୁଞ୍ଜିବାକୁ ବାଧ୍ୟ ହୋଇଛନ୍ତି । ଗରିବ ସୀମାରେଖା ତଳେ ଥିବା ମାର୍କଣ୍ଡ ଘର ଖଣ୍ଡିଏ ପାଇଁ ଦୀର୍ଘଦିନ ଧରି ଆବେଦନ କରି ଆସୁଥିଲେ ମଧ୍ୟ ଏପର୍ଯ୍ୟନ୍ତ ତାହା ପାଇପାରିନାହାନ୍ତି । ଗତ କିଛି ଦିନ ତଳେ ତୁହାକୁ ତୁହା ବର୍ଷା କାରଣରୁ ଚାଳ ଘର କାନ୍ଥ ବତୁରି ରହିଥିଲା ବେଳେ ଆଜି ଅପରାହ୍ନରେ ଭୁଶୁଡ଼ି ପଡ଼ିଥିଲା । ଏହି ସମୟରେ ଦାଣ୍ଡ ପିଣ୍ଡାରେ ମାର୍କଣ୍ଡ ଓ ତାଙ୍କ ସ୍ତ୍ରୀ ବସିଥିବା ବେଳେ ଚାଳ ଭାଙ୍ଗିବା ଶବ୍ଦ ଶୁଣି ଦାଣ୍ଡକୁ ଚାଲି ଆସିଥିଲେ । ଫଳରେ ସେମାନେ ଅଳ୍ପକେ ବର୍ତି ଯାଇଥିବା କହିଛନ୍ତି । ଏହି ଘଟଣାପରେ ଖବର ପାଇ ଧଳାପଥର ରାଜସ୍ବ ନୀରିକ୍ଷକ ସବିତା ବେହେରା ପହଞ୍ଚି ତଦନ୍ତ କରି ତହସିଲକୁ ରିପୋର୍ଟ କରିବା ସହ ଅସହାୟ ପରିବାରକୁ ପଲଥିନ ଜରି ପ୍ରଦାନ କରିବେ ବୋଲି କହିଛନ୍ତି । ତେବେ ସ୍ଥାନୀୟ ସରପଞ୍ଚ ନାରାୟଣ ସାହୁ ଓ ବ୍ଲକର କିଛି ରାଜନେତା ପହଞ୍ଚି ମର୍କଣ୍ଡଙ୍କ ଭଙ୍ଗା ଘରେ ପହଞ୍ଚି ଆଶ୍ବସନା ଦେବା ସହ ତୁରନ୍ତ ସରକାରୀ ସହାୟତା ଓ ଆବାସ ଯୋଜନରେ ଘର ଖଣ୍ଡିଏ ଦେବା ପାଇଁ ପ୍ରଶାସନକୁ ଦାବି କରିଛନ୍ତି ।
ଏଦା ମଧ୍ୟ ପଢ଼ନ୍ତୁ...ଲଗାଣ ବର୍ଷାରେ ଭାଙ୍ଗିଲା ଘର, ୧ହଜାରରୁ ଊର୍ଦ୍ଧ୍ବ ଲୋକେ ଜଳବନ୍ଦୀ
ଇଟିଭି ଭାରତ, ଖୋର୍ଦ୍ଧା