ଗାଁରୁ ସହର ରଙ୍ଗମୟ, ହୋଲି ରଙ୍ଗରେ ରଙ୍ଗେଇ ହେଉଛନ୍ତି ସମସ୍ତେ

🎬 Watch Now: Feature Video

thumbnail

ବାଲେଶ୍ବର: ଆଜି ରଙ୍ଗର ପର୍ବ ହୋଲି । ଏହି ଅବସରରେ ଚଳଚଞ୍ଚଳ ହୋଇଉଠିଛି ଗାଁଠୁ ସହର । ଚଳିତ ଥର ବିନା କଟକଣାରେ ହୋଲି ଖେଳୁଛନ୍ତି ରାଜ୍ୟବାସୀ ।  ସଂସ୍କୃତି ଓ ପରମ୍ପରା ଭିତରେ ଆଜି ସମସ୍ତେ ମସଗୁଲ ହୋଇ ସ୍ନେହ, ପ୍ରେମ ଓ ଭାଇଚାରାର ବାର୍ତ୍ତା ବାଣ୍ଟୁଥିବା ଦେଖିବାକୁ ମିଳିଛି । ଏହି କ୍ରମରେ ବାଲେଶ୍ବର ଜିଲ୍ଲାରେ ମଧ୍ୟ ବେଶ ଧୁମଧାମରେ ହୋଲି ପର୍ବ ପାଳନ ହେଉଛି । ବାଲେଶ୍ଵର ଷ୍ଟେସନ କ୍ଳବରେ ସମସ୍ତ ସଦସ୍ୟମାନେ ହର୍ବାଲ ରଙ୍ଗରେ ହୋଲି ଖେଳିଛନ୍ତି । କ୍ଳବ ପରିସରରେ ହୋଲି ପାଇଁ ଭୋଜିର ଆୟୋଜନ କରାଯାଇଛି । ଗାଁ ଗହଳିରେ ହୋଲି ଖେଳିବା ପରେ ଯେମିତି ପୋଖରୀ କିମ୍ବା ଗଢିଆରେ ଗାଧୋଇବାର ମଜା ନିଆରା ଥାଏ ଠିକ ସେମିତି ମଜା ନେବାପାଇଁ କ୍ଳବ ପରିସରରେ ପାଣି ଟ୍ୟାପର ବ୍ୟବସ୍ଥା କରାଯାଇଛି । ଯେଉଁଠି ସବୁ ସଦସ୍ୟ ଏକାଥରକେ ମିଳିମିଶି ଗାଧୋଇବାର ମଜା ଉଠାଇବେ । 

ଇଟିଭି ଭାରତ, ବାଲେଶ୍ବର 

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.