Holi 2023: କାଶୀରେ ନିଆରା ହୋଲି ପାଳନ, ଏପଟେ ଜଳୁଛି ଚିତା ସେପଟେ ଉଡୁଛି ଅବିର

By

Published : Mar 4, 2023, 11:04 PM IST

thumbnail

ଲକ୍ଷ୍ନୌ: ଉତ୍ତରପ୍ରଦେଶର କାଶୀ ଧାମ ଏକ ପବିତ୍ର ସ୍ଥଳ । ଏଠାକାର ପରମ୍ପରା ମଧ୍ୟ ନିଆରା । ଯେଉଁଠି ଗୋଟିଏ ପରେ ଅବିର ଖେଳାଯାଉଥିବା ବେଳେ ଏପଟେ ଜଳିଥାଏ ମୃତବ୍ୟକ୍ତିଙ୍କ ଚିତା । ଚିତା ସହିତ ହୋଲି ଖେଳର ମଜା ନେଇଥାନ୍ତି ଏଠାକାର ବାସୀ । ବାରଣାସୀ ଜିଲ୍ଲାରେ ରଙ୍ଗଭରା ଏକାଦଶୀ ପାଳିତ ଅବସରରେ ଏପରି ଦୃଶ୍ୟ ଦେଖିବାକୁ ମିଳିଛି । ଯେତେବେଳେ ମାତା ପାର୍ବତୀ ଭକ୍ତଙ୍କ କାନ୍ଧରେ ବସି ପାଲିଙ୍କିରେ ବାହାରିଥିଲେ ସେତେବେଳେ ଆକାଶରେ ଉଡୁଥିଲା ରଙ୍ଗବେରଙ୍ଗର ଅବିର । ସେପଟେ ମଣିକର୍ଣ୍ଣିକା ଘାଟକୁ ଆତ୍ମୀୟ ସ୍ବଜନଙ୍କ ଅନ୍ତିମ ସଂସ୍କାର ଲାଗି ଆସିଥିବା ବ୍ୟକ୍ତି ଏହି ନିଆରା ଉତ୍ସବ ଦେଖି କିଛି ସମୟ ପର୍ଯ୍ୟନ୍ତ ନିଜକୁ ହଜାଇ ଦେଇ ସବୁ ଦୁଃଖ ଭୁଲିଯାଇଥିଲେ ।  

ମହା ଶ୍ମଶାନ ନାଥ ମନ୍ଦିରର ଆୟୋଜକ ସମିତି ପକ୍ଷରୁ କାଶୀ ମଣିକର୍ଣ୍ଣିକା ଘାଟରେ ଅନେକ ବର୍ଷ ଧରି ଶ୍ମଶାନରେ ହୋଲି ଖେଳର ଆୟୋଜନ କରାଯାଏ । ଏହି ହୋଲି ଚିତା ସହିତ ଖେଳାଯାଇଥାଏ । ଏହି ସମୟରେ ଏଠାରେ ପ୍ରବଳ ଭିଡ଼ ଜମିଥାଏ । ଶ୍ରଦ୍ଧାଳୁମାନେ ମନ୍ଦିର ଆସି ହୋଲି ଖେଳରେ ମସଗୁଲ ହୋଇପଡ଼ନ୍ତି । ଆଜି ମଧ୍ୟ ଏଠାରେ ରଙ୍ଗର ପର୍ବ ହୋଲିର ଆୟୋଜନ କରାଯାଇଥିବା ବେଳେ ବହୁ ସଂଖ୍ୟାରେ ଲୋକେ ସାମିଲ ହୋଇଥିଲେ । ଗୋଟିଏ ପଟେ ଚିତା ଜଳୁଥିବା ବେଳେ ଆଉ ଗୋଟିଏ ପଟେ ଲୋକେ ଅବିରରେ ହୋଲି ଖେଳୁଥିଲେ । ଯାହାକି ସମସ୍ତଙ୍କୁ ଏହି ସ୍ଥାନକୁ ଟାଣି ଆଣିଥିଲା ।  

ଏହା ବି ପଢନ୍ତୁ- ୩ ଉତ୍ତର-ପୂର୍ବ ରାଜ୍ୟର ଶପଥ ଗ୍ରହଣ ଉତ୍ସବରେ ସାମିଲ ହେବେ ପ୍ରଧାନମନ୍ତ୍ରୀ

ଏହା ପଛରେ ମଧ୍ୟ ଏକ ଐତିହାସିକ କଥାବସ୍ତୁ ରହିଛି । ଏ ନେଇ ମନ୍ଦିରର ଆୟୋଜକ ଜନ୍ତ୍ରଳେଶ୍ବର ଯାଦବ କହିଛନ୍ତି ଯେ ଯେତେବେଳେ ଭୋଲାନାଥ ମାତା ପାର୍ବତୀଙ୍କୁ ବିଦାୟ ଦେଇ କୈଳାସ ପର୍ବତକୁ ଯାଇଥିଲେ, ଏହାର ପରଦିନ ସେ ଭୂତ ପିଶାଚମାନଙ୍କ ସହିତ ମହାଶ୍ମଶାନଠାରେ ହୋଲି ଖେଳିଥିଲେ । ଏହି ପରମ୍ପରା ଆଜି ବି ଏଠାରେ ବଜାୟ ରହିଛି । ତେବେ ଭୋଲାନାଥ ରଙ୍ଗ ସହିତ ନୁହେଁ, ବରଂ ପାଉଁଶ ସହିତ ହୋଲି ଖେଳିଥିଲେ । ଏଥିଲାଗି ଏଠାରେ ଚିତା ସହିତ ରଙ୍ଗର ପର୍ବ ହୋଲି ଖେଳାଯାଇଥାଏ । ଏହି ସମୟରେ ଏଠାରେ ହଜାର ହଜାର ସଂଖ୍ୟାରେ ଶ୍ରଦ୍ଧାଳୁ ଏକତ୍ରିତ ହୋଇଥାନ୍ତି । ବିଦେଶୀମାନେ ମଧ୍ୟ ଏଠାକୁ ଗସ୍ତ କରି ହୋଲି ଖେଳିଥାନ୍ତି । ପ୍ରାୟ ୧୦୦ ଡମ୍ବରୁ ଧ୍ବନି ସହିତ ଏଠାରେ ହୋଲି ଖେଳାଯାଇଥାଏ । ଯାହାକି ସ୍ଥାନୀୟ ଲୋକଙ୍କ ସହିତ ପର୍ଯ୍ୟଟକଙ୍କୁ ବେଶ ଆକୃଷ୍ଟ କରିଥାଏ । 

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.