thumbnail

By ETV Bharat Odisha Team

Published : Nov 16, 2023, 1:31 PM IST

ETV Bharat / Videos

ପାଞ୍ଚପଡାର ଦେବୀ ମା ଦକ୍ଷୀଣେଶ୍ୱରୀ କାଳୀ, ମନ୍ଦିରରେ ଜମୁଛି ଭକ୍ତଙ୍କ ଗହଳି

ଭଦ୍ରକ: ପାଞ୍ଚପଡାର ଅଧିଷ୍ଠ୍ରାତୀ ଦେବୀ ମା ଦକ୍ଷୀଣେଶ୍ୱରୀ କାଳୀ । ବିଶ୍ବାସର ମାଆ ସେ । କାଳିପୂଜା ଦିନଠାରୁ ମାଙ୍କ ମନ୍ଦିରରେ ଭକ୍ତ ଭିଡ ଲାଗି ରହିଛି। ପ୍ରତ୍ୟେକ ଦିନ ମନ୍ଦିରକୁ ଭକ୍ତଙ୍କ ସମାଗମ ଲାଗି ରହିଛି । ମାଙ୍କୁ ଦର୍ଶନ କରି ଆଶୀର୍ବାଦ ଲାଭ କରୁଛନ୍ତି ଭକ୍ତ । କାଳୀ ପୂଜା ଅବସରରେ ଏଠାରେ ସ୍ବତନ୍ତ୍ର ପୂଜାର୍ଚ୍ଚନା କରାଯାଇଥାଏ । ମନ୍ଦିରରେ ଭକ୍ତ ମାନଙ୍କୁ ମା’ଙ୍କ ପ୍ରସିଦ୍ଧ ସୁଜି ଲଡୁ ବିତରଣ କରାଯିବାର ପରମ୍ପରା ରହିଛି । ଚାନ୍ଦବାଲିରେ ଥିବା ଏହି କାଳୀ ମନ୍ଦିର ପାଶ୍ୱର୍ରେ ରହିଛି ଶିବ ମନ୍ଦିର, ମହା ଶ୍ମଶାନ, ସତ୍‌ସଙ୍ଗ ବିହାର, ପଞ୍ଚବଟ୍ଟ ଓ ପଦ୍ମ ପୋଖରୀ । ମନ୍ଦିରରେ ପଶୁ ବଳି ନିଶିଦ୍ଧ କରାଯାଇଥିବା ବେଳେ ପାଣି କଖାରୁ ଲାଗି କରାଯାଇଥାଏ । ଚାନ୍ଦବାଲିର ଅଧିଷ୍ଠାତ୍ରୀ ଦେବୀ ପଡ଼ୋଶୀ କେନ୍ଦ୍ରପଡା ଜିଲ୍ଲା ସମେତ ବାଲେଶ୍ୱର ଅଞ୍ଚଳର ଲୋକ ମାନସରେ ଆରାଧ୍ୟା ଦେବୀର ସ୍ଥାନ ନେଇଛନ୍ତି । 

ଏହା ମଧ୍ୟ ପଢନ୍ତୁ-ଶ୍ୟାମାକାଳୀ ପୂଜା ପାଇଁ ଉତ୍ସବ ମୁଖର ବୌଦ୍ଧ ଜିଲ୍ଲା

ଯେଉଁ ଶ୍ମଶାନରେ ଏକ ଲକ୍ଷ ମୃତଦେହ ସତ୍କାର ହୋଇଥାଏ ସେଠାରେ ଗୋଟିଏ କବନ୍ଧ ଆର୍ବିଭାବ ହୋଇଥାଏ । ତେବେ 1866ରେ ନଅଙ୍କ ଦୁର୍ଭିକ୍ଷ ହେବା ଯୋଗୁଁ  ଶହଶହ ମୃତଦେହ ଚାନ୍ଦବାଲିରେ ଥିବା ମହା ଶ୍ମଶାନରେ ଦାହ କରାଯାଇଥିଲା । ପୁରାଣ ଅନୁସାରେ ମା’ କାଳୀଙ୍କର ଅଦ୍ଭୁଦୟ କେବଳ ମହା ଶ୍ମଶାନରେ ହୋଇଥାଏ । ତେଣୁ ଚାନ୍ଦବାଲିର ସେହି ମହା ଶ୍ମଶାନରେ ମା’ କାଳୀଙ୍କ ଆବିର୍ଭାବ ହୋଇଥିବା ବିଶ୍ୱାସ ରହିଛି । ସେବେଠୁ ସେଠାରେ ମା’କାଳୀଙ୍କ ପୂଜାରେ ଆରମ୍ଭ ହୋଇଥିଲା । ପ୍ରଥମେ ବାଉଁଶ ନଡା ଛପର ଓ ତାଳବରଡା ତାଟିରେ କାନ୍ଥ କରାଯାଇଥିଲା । ପ୍ରଥମ ବର୍ଷ ରାଜକନିକା ମହୁରି ଗାଁର ସ୍ୱର୍ଗତ ଗୋଲକ ପତି ମାଟି ମୁକ୍ତି ତିଆରି କରି ପୂଜା ଆରମ୍ଭ କରିଥିଲେ। ପରେ ସ୍ୱର୍ଗତ ଜମିଦାର ଦୀନବନ୍ଧୁ ଖଣ୍ଡେୟିତ ରାଏ କାଳୀପୂଜା ପାଇଁ ଜମି ଦାନ କଲେ ଏବଂ ନିଜେ ଆସି ମନ୍ଦିର ନିର୍ମାଣ ପାଇଁ ସ୍ଥାନ ନିରୁପଣ କଲେ । ଏହାପରେ ଚାନ୍ଦବାଲିର ସାଧବ ନାମରେ ପରିଚିତ ରାୟ ସାହେବ ଦୀପକ ଚାନ୍ଦ ରାଏ ଏକ ଭବ୍ୟ ମନ୍ଦିର ନିର୍ମାଣ କରିଥିଲେ । 1882 ମସିହାରେ ରାମକୃଷ୍ଣ ପରମାହଂସଙ୍କ ସହଧର୍ମିଣି ସାରଦା ଦେବୀ ଚାନ୍ଦବାଲିର ଏହି ମହା ଶ୍ମଶାନକୁ ବୁଲି ଦେଖି ଯାଇଥିଲେ ବୋଲି ଜଣାଯାଏ ।

ଇଟିଭି ଭାରତ, ଭଦ୍ରକ

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.