thumbnail

By ETV Bharat Odisha Team

Published : Dec 17, 2023, 1:57 PM IST

ETV Bharat / Videos

ଆମେରିକାରେ ଶୁଭିଲା ଜୟ ଶ୍ରୀରାମ; ରାମ ମନ୍ଦିର ପ୍ରାଣ ପ୍ରତିଷ୍ଠା ଖୁସିରେ ବାହାରିଲା କାର୍ ରାଲି

ୱାଶିଂଟନ: ସୂଦୁର ଆମେରିକାରେ ଶୁଭିଲା ଜୟ ଶ୍ରୀରାମ । ଅଯୋଧ୍ୟ ରାମ ମନ୍ଦିରର ପ୍ରାଣ ପ୍ରତିଷ୍ଠା ନେଇ ବିଦେଶରେ ଦେଖିବାକୁ ମିଳିଲା ଉତ୍ସବର ମାହୋଲ  । ଆସନ୍ତା ଜାନୁୟାରୀ ୨୨ରେ ରାମ ମନ୍ଦିର ପ୍ରାଣ ପ୍ରତିଷ୍ଠା ହେବାକୁ ଥିବାବେଳେ ଏହି ଖୁସିରେ ଆମେରିକାର ୱାଶିଂଟନରେ ପ୍ରବାସୀ ଭାରତୀୟମାନେ କାର୍ ରାଲି କରିଛନ୍ତି । ପ୍ରବାସୀମାନେ ୱାଶିଂଟନର ଫ୍ରେଡରିକ ସିଟି ମ୍ୟାରିଲ୍ୟାଣ୍ଡ ଅନ୍ତର୍ଗତ ଅଯୋଧ୍ୟା ୱେ'ରେ ଥିବା ଶ୍ରୀ ଭକ୍ତ ଅଞ୍ଜନେୟ ମନ୍ଦିରରେ ଏକତ୍ର ହୋଇଥିଲେ ଏବଂ ଜୟ ଶ୍ରୀରାମ ନାରା ଦେଇ କାର୍ ଓ ବାଇକ ରାଲିରେ ବାହାରିଥିଲେ । ବିଶ୍ବ ହିନ୍ଦୁ ପରିଷଦ ନେତୃତ୍ବରେ ଗୋଟିଏ ହିନ୍ଦୁ ଆମେରିକୀୟ ଗ୍ରୁପ୍‌ ପକ୍ଷରୁ ଏହି ରାଲିର ଆୟୋଜନ କରାଯାଇଥିଲା । ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା ପାଇଁ ଜାନୁଆରୀ ୨୦ରେ ମଧ୍ୟ ଏକ ଭବ୍ୟ ଉତ୍ସବ ଆୟୋଜନ କରାଯିବାର କାର୍ଯ୍ୟକ୍ରମ ରହିଛି । ଏହି ଉତ୍ସବରେ ରାମଲୀଳା ଆୟୋଜିତ ହେବା ସହ ରାମକଥା ଶୁଣାଯିବ ବୋଲି ଆୟୋଜିକ ଜଣାଇଛନ୍ତି । ଦେଖନ୍ତୁ କାର୍‌ ରାଲିର ଭିଡିଓ

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.