ରଥ ଭାଙ୍ଗିଲେ ମାଁ ସାଆନ୍ତାଣୀ: ହଜାର ହଜାର ଶ୍ରଦ୍ଧାଳୁଙ୍କ ଗହଣରେ ପାଳିତ ହେରା ପଞ୍ଚମୀ

By

Published : Jul 6, 2022, 9:43 AM IST

Updated : Feb 3, 2023, 8:24 PM IST

thumbnail
ଭବାନୀପାଟଣା: ରାଗିଲେ ମା’ ଲକ୍ଷ୍ମୀ । ମାଉସୀ ମା’ ମନ୍ଦିରରେ ପ୍ରଭୁ ଶ୍ରୀଜଗନ୍ନଥଙ୍କ ସହ ମତାନ୍ତର ହେବା ପରେ ଶ୍ରୀମନ୍ଦିର ଫେରିବା ବାଟରେ ରଥର କୋଣ କାଠ ଭାଙ୍ଗିଛନ୍ତି ମା’ ଲକ୍ଷ୍ମୀ । ଧର୍ମପତ୍ନୀଙ୍କୁ ସାଙ୍ଗରେ ନ ଆଣି ବଡ଼ଭାଇ ଓ ଭଉଣୀଙ୍କୁ ନେଇ ମାଉସୀ ଘରକୁ ବୁଲି ଆସିଛନ୍ତି ମହାପ୍ରଭୁ । ଏଣୁ ପ୍ରଚଣ୍ଡ ରାଗରେ ଲକ୍ଷ୍ମୀ ଠାକୁରାଣୀ ରଥ ଭାଙ୍ଗି ଜଗାକାଳିଆ ଉପରେ ରାଗ ସୁଝାଇଛନ୍ତି। ତେବେ ହେରାପଞ୍ଚମୀ ଅବସରରେ ଏହି ଦୃଶ୍ୟ ଦେଖିବାକୁ ମିଳିଛି କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ସହରର ଜଗନ୍ନାଥ ମନ୍ଦିରରେ । ଯେଉଁଠାରେ ନବଦିନାତ୍ମକ ଯାତ୍ରାର ପଞ୍ଚମ ଦିନରେ ଶ୍ରୀଜୀଉ ନୃସିଂହ ଅବତାର ବେଶରେ ଭକ୍ତଙ୍କୁ ଦର୍ଶନ ଦେଇଛନ୍ତି । ଭକ୍ତ ମଧ୍ୟ ବେଶ ଆନନ୍ଦରେ ଠାକୁରଙ୍କ ଦର୍ଶନରେ ଆତ୍ମହରା ହୋଇଥିବାବେଳେ ଏପରି ଏକ ଆଧ୍ୟାତ୍ମିକ ଲୀଳା ଦେଖିବା ପାଇଁ ଭକ୍ତଙ୍କ ଭିଡ଼ ଦେଖିବାକୁ ମିଳିଥିଲା । ହଜାର ହଜାର ଶ୍ରଦ୍ଧାଳୁଙ୍କ ସମାଗମ ହୋଇଥିବା ବେଳେ ଜିଲ୍ଲା ପ୍ରଶାସନ ପକ୍ଷରୁ ସୁରକ୍ଷା ବ୍ୟବସ୍ଥାକୁ ମଧ୍ୟ ବେଶ କଡାକଡି କରାଯାଇଥିଲା। ।
Last Updated : Feb 3, 2023, 8:24 PM IST

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.